ଟୋକନ ପାଇ ଟାର୍ଗେଟକୁ ଚାହିଁ ବସିଛି ଚାଷୀ

ଖପ୍ରାଖୋଲ, ୩୧ା୫(ଡି.ଏନ.ଏ)-ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକର ଅପର ସୁକତେଲ ମଧ୍ୟମ ଜଳସେଚନ ପ୍ରକଳ୍ପ ଜଳ ସେଚିତ ଅଞ୍ଚଳ ଓ ସୁକତେଲ ନଦୀକୂଳେ ଥିବା ଦମେଇପାଲି, ଯୁରିଆ, ଗୌଡପାଲି ପ୍ରମୁଖ ଲୁହାସିଂହା କୃଷି ସମବାୟ ସମିତି ଅଞ୍ଚଳର ଚାଷୀ ରବି ଧାନ ଅମଳ କରି ସାରିଲେଣି ା ଧାନବିକ୍ରି ପାଇଁ ପୂର୍ବରୁ ପଞ୍ଜୀକରଣ କରିଥିବାବେଳେ ଟୋକନ ମଧ୍ୟ ପାଇଛନ୍ତି। ହେଲେ ବିକ୍ରି ଟାର୍ଗେଟ ଆବଶ୍ୟକ ଅନୁଯାୟୀ ଆସୁ ନ ଥିବାରୁ ଚିନ୍ତାରେ ଚାଷୀ ା ଅମଳ ଧାନକୁ ଖଳାରେ ଅଥବା ଘର ଦାଣ୍ଡରେ ରଖି ଟାର୍ଗେଟକୁ ଅପେକ୍ଷା କରି ରହିଛନ୍ତି ଚାଷୀ। ଗତବର୍ଷ ଖପ୍ରାଖୋଲ କୃଷି ସମବାୟ ସମିତିରେ ରବି ଧାନ ବିକ୍ରିକୁ ନେଇ ରାସ୍ତାରୋକୋ ଆନ୍ଦୋଳନ ଆଦି ହୋଇଥିଲା। ଚଳିତ ବର୍ଷ ଏହି ଅଞ୍ଚଳରେ ୧୯୩ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୯ ହଜାର ୫ ଶହ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ୍‌ ଦିଆଯାଇଛି। ହେଲେ ପ୍ରଥମେ ଯୋଗାଣ ବିଭାଗ ୬ ଶହ କୁଇଣ୍ଟାଲ ଧାନ କିଣା ଲାଗି ଟାର୍ଗେଟ ଦେଇଥିବାବେଳେ ତାହା କିଣା ସରିଛି ା ଏବେ ପୁଣି ୧ ହଜାର କୁଇଣ୍ଟାଲ ଟାର୍ଗେଟ ଆସିଥିବା ଜଣାଯାଇଛି ା ସେହିପରି ଲୁହାସିଂହା କୃଷି ସମବାୟ ସମିତିରେ ୬୬ଜଣ ଚାଷୀ ଧାନବିକ୍ରି ପାଇଁ ପଞ୍ଜୀକରଣ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୨୬ ଜଣ ଚାଷୀ ପାଇଁ ୩ ହଜାର ୮୧୦ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ଆସିଥିବାବେଳେ ଟାର୍ଗେଟ କେବଳ ୧୧ଶହ କୁଇଣ୍ଟାଲ ଆସି କିଣା ସରିଛି ା ଏଠାରେ ମଧ୍ୟ ଅନେକ ଧାନ ଅମଳ କରି ଘରେ ରଖିଥିବାବେଳେ ଶହଶହ ବସ୍ତା ଧାନ କୃଷି ସମବାୟ ସମିତି ଗୋଦାମ ଘରେ ଚାଷୀ ରଖିଛନ୍ତି। ତୁରନ୍ତ ଟାର୍ଗେଟ ବଢାଇ ଧାନ କିଣିବାକୁ ଭାଲୁଡୁଙ୍ଗୁରୀ ଗାଁର ଚାଷୀ ଗଣେଶ ସାହୁ, ତରଣୀ ସାହୁ, ଲୁହାସିଂହା କୃଷି ସମବାୟ ଅଞ୍ଚଳର ରାଜକିଶୋର ମେହେର, ବିଜୟ କୁମାର ଯୋଶୀ, ଦାମୋଦର ଥପା ପ୍ରମୁଖ ଦାବି କରିଛନ୍ତି। ଏ ନେଇ ପାଟଣାଗଡ ଉପଖଣ୍ଡ ଯୋଗାଣ ଅଧିକାରୀ ବିଜୟକୁମାର କୁଲୁଙ୍କୁ ପଚାରିବାରୁ କୃଷି ସମବାୟ ସମିତି ତାଙ୍କ ଧାନ ବିକ୍ରି ଆବଶ୍ୟକତା ସମ୍ପର୍କରେ ସମବାୟ ସହ ନିବନ୍ଧକଙ୍କ ମାଧ୍ୟମରେ ଜଣାଇଲେ ଜିଲା ଯୋଗାଣ ଅଧିକାରୀ ଟାର୍ଗେଟ ପ୍ରଦାନ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ବଣିକ ସଂଘର ନୂତନ କର୍ମକର୍ତ୍ତା ମନୋନୀତ: ସଂକ୍ଷିପ୍ତ ସଭାପତି, ରବୀନ୍ଦ୍ର ସମ୍ପାଦକ

ଲୋଇସିଂହା,୩୦ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଗାଈଖାଇ ଇକୋଟୁରିଜମ୍‌ ପ୍ରକଳ୍ପଠାରେ ଲୋଇସିଂହା ବଣିକ ସଂଘର ବାର୍ଷିକ ଅଧିବେଶନ ପୂର୍ବତନ ସଭାପତି ମୋହିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।...

ନୁଆବର୍ଷ ପାଇଁ ହେଉଥିଲା କଫ ସିରପ୍‌ ଚାଲାଣ: ମାଡ଼ି ବସିଲା ପୋଲିସ

ପାଟଣାଗଡ଼ ୨୯ା୧୨ (ସଚ୍ଚିଦାନନ୍ଦ ମହାକୁର)- ବେଆଇନ ଭାବେ କଫ ସିରପ୍‌ ଚାଲାଣ ଘଟଣାରେ ବଲାଙ୍ଗୀର ଜିଲା ପାଟଣାଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରି ସୋମବାର...

ସଫେଇ ନାରେ ସୁନାଚେନ୍ ଲୁଟ ଘଟଣା, ଗିରଫ ହେଲେ ଦୁଇ ଆନ୍ତଃ ରାଜ୍ୟ ଲୁଟେରା

ବଲାଙ୍ଗୀର, ୨୯|୧୨ – (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡା ଠାରେ ଗତ ୨୨ ତାରିଖ ଦିନ ସଫେଇ ନାଁରେ ସୁନା ଚେନ୍ ଲୁଟି...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri