ଟୁର୍‌ ଅପରେଟର୍‌ କରିପାରିବେ ଓଡ଼ିଶା ପର୍ଯ୍ୟଟନ ସମ୍ପଦର ପ୍ରଦର୍ଶନ

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ):  ଓଡ଼ିଶା ପର୍ଯ୍ୟଟନ ସମ୍ପଦରେ ଭରପୂର। ଏଗୁଡ଼ିକର ଯଥାର୍ଥ ପ୍ରଦର୍ଶନ ଓ ବିପଣନ ଗୁରୁତ୍ୱପୂର୍ଣ୍ଣ ଅଟେ । ଏ ଦିଗରେ ଦେଶ ଓ ବିଦେଶର ଟୁର୍‌ ଅପରେଟର୍‌ମାନେ ଓଡ଼ିଶା ପ୍ରତି ଅଧିକ ଯତ୍ନବାନ ହେବାକୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି। ବୁଧବାର ସନ୍ଧ୍ୟାରେ ‘ଓଡ଼ିଶା ଟ୍ରାଭେଲ୍‌ ବଜାର’ର ତୃତୀୟ ସଂସ୍କରଣରେ ବୈଷୟିକ ଓ ବ୍ୟବସାୟିକ ଅଧିବେଶନ ଆରମ୍ଭ ହୋଇଛି। ମନ୍ତ୍ରୀ ପାଣିଗ୍ରାହୀ କହିଲେ, ବିମାନ ସେବାରେ ଅଭିବୃଦ୍ଧି ସାଙ୍ଗକୁ ଓଡ଼ିଶାରେ ରହିଥିବା ପର୍ଯ୍ୟଟନ ସମ୍ପଦଗୁଡ଼ିକର ଉପଯୁକ୍ତ ପ୍ରଦର୍ଶନ ଓ ବିପଣନ କେବଳ ଟୁର ଅପରେଟରଙ୍କ ଦ୍ୱାରା ବିଶେଷ ଭାବରେ ସମ୍ପାଦନ ହୋଇପାରିବ।
ଦେଶର ୧୯ ସହରରୁ ଟୁର୍‌ ଅପରେଟର୍‌ମାନେ ଏହି ସମାବେଶରେ ଯୋଗଦେଇଛନ୍ତି। ଏହି ଅବସରରେ ରାଜ୍ୟରେ ପର୍ଯ୍ୟଟନ ସମ୍ପଦର ବିକାଶ ପାଇଁ ‘ଫିକି’ ଉଦ୍ୟମ ଅବ୍ୟାହତ ରଖିଛି ବୋଲି ସଂସ୍ଥାର ଜାତୀୟ ପର୍ଯ୍ୟଟନ କମିଟି ଉପାଧ୍ୟକ୍ଷ ଜେ. କେ. ମହାନ୍ତି ସୂଚନା ଦେଇଥିଲେ। ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ୍‌ ଯାଦବ, ରାଜ୍ୟ ଜଙ୍ଗଲ ବିଭାଗ ଅତିରିକ୍ତ ପ୍ରମୁଖ ମୁଖ୍ୟ ବନସଂରକ୍ଷକ ଶଶି ପାଲ, ଓଡ଼ିଶା ପର୍ଯ୍ୟଟନ ନିଗମ ପରିଚାଳନା ନିର୍ଦ୍ଦେଶକ ହେମକାନ୍ତ ସଏ, ‘ଫିକି’ ପୂର୍ବାଞ୍ଚଳ କାର୍ଯ୍ୟକର୍ତ୍ତା ସୌଭାଗ୍ୟ ମହାପାତ୍ର ବକ୍ତବ୍ୟ ରଖିଥିଲେ। ପଦ୍ମଶ୍ରୀ ଡ. ଅରୁଣା ମହାନ୍ତି ଓ ସାଥୀଙ୍କ ଦ୍ୱାରା ଓଡ଼ିଶୀ ସମେତ ପୁରୀର ଗୋଟିପୁଅ ଓ ସୋନପୁରର ଶଙ୍କର ନାଗ ଓ ସାଥୀଙ୍କ ଦ୍ୱାରା ‘ରଙ୍ଗବତୀ’ ପରିବେଷିତ ହୋଇଥିଲା। ଗୁରୁବାରଠାରୁ ରାଜ୍ୟର ବୌଦ୍ଧ ପର୍ଯ୍ୟଟନସ୍ଥଳୀ, ହୀରକ ତ୍ରିଭୁଜ ଓ ଜନଜାତି ପର୍ଯ୍ୟଟନ ଉପରେ ଆଲୋଚନା ହେବ। ବିଭିନ୍ନ ବୁଥ୍‌ ମାଧ୍ୟମରେ ପ୍ରାୟ ୨୪୦୦ ପ୍ରାକ୍‌ ପ୍ରାୟୋଜିତ ବ୍ୟବସାୟିକ ଆଲୋଚନା ହୋଇପାରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

ଅନ୍ୟଙ୍କ ରହସ୍ୟ ଜାଣିବାରେ ମାହିର, ନିଜ କଥା ରଖନ୍ତି ଗୁପ୍ତ; ଜାଣନ୍ତୁ ସେହି ୩ ରାଶି କିଏ…

ଆପଣଙ୍କ ଆଖପାଖରେ ଏମିତି କିଛି ଲୋକ ନିଶ୍ଚୟ ଥିବେ, ଯେଉଁମାନେ ଆପଣଙ୍କ ମନର କଥାଠାରୁ ଆରମ୍ଭ କରି ଗଭୀର ରହସ୍ୟ ପର୍ଯ୍ୟନ୍ତ ସହଜରେ ବୁଝିଯାଆନ୍ତି। କିନ୍ତୁ ନିଜ…

‘ରସୁଣ-ପିଆଜ ନପଡ଼ିଲେ ମାଛ ଆମିଷ ନୁହେଁ’, ମନ୍ତ୍ରୀଙ୍କ ଦାବିକୁ ନେଇ ତେଜିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪ା୮: ମାଛ ଆମିଷ ନା ନିରାମିଷ? ଏହି ପ୍ରଶ୍ନକୁ ନେଇ ଉତ୍ତରପ୍ରଦେଶରେ ଏବେ ରାଜନୈତିକ ବିବାଦ ଦେଖାଦେଇଛି । ମାଛକୁ ନିରାମିଷ ବୋଲି ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ…

‘ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ’, TVKର ଦାବିରେ କଂଗ୍ରେସର କଟାକ୍ଷ- ‘୨୭୨ ସାଂସଦ…’

ଚେନ୍ନାଇ, ୨୪।୮: ତାମିଲନାଡୁର ରାଜନୀତିରେ ଅଭିନେତାରୁ ନେତା ପାଲଟିଥିବା ସି. ଜୋସେଫ ବିଜୟ ଅର୍ଥାତ୍‌ ଥଲାପତି ବିଜୟଙ୍କୁ ନେଇ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ବିଜୟଙ୍କ ଦଳ…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri