ଟୁଇଟ୍‌ ପରେ ଚାଉଳ ମିଳିବା ପ୍ରସଙ୍ଗ: ଭଗବାନପୁରରେ ସ୍ବତନ୍ତ୍ର ଟିମ୍‌ର ତଦନ୍ତ

ଭଦ୍ରକ ଅଫିସ, ୩୦।୮- ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଭଗବାନପୁର ପଞ୍ଚାୟତ ଅନହରପୁର ଗଁାରେ ପାଞ୍ଚାଳୀ ଜେନା ନାମ୍ନୀ ଜଣେ ରାଶନକାର୍ଡ ହିତାଧିକାରୀ ଦୀର୍ଘମାସ ଧରି ସାମଗ୍ରୀ ପାଉ ନ ଥିଲେ। ସେହି ଗଁାର ସନ୍ତୋଷ ମହାପାତ୍ର ନାମକ ଜଣେ ଯୁବକ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ଯୋଗାଣ ମନ୍ତ୍ରୀ, ଜିଲାପାଳ, ଜିଲା ଯୋଗାଣ ଅଧିକାରୀ ଓ ଧାମନଗର ବିଡିଓଙ୍କୁ ଟୁଇଟ୍‌ ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଥିଲେ। ଟୁଇଟ୍‌ର ମାତ୍ର ଦେଢ଼ଘଣ୍ଟା ମଧ୍ୟରେ ଯୋଗାଣ ମନ୍ତ୍ରୀ ଘଟଣାର ତଦନ୍ତ କରି ପଦକ୍ଷେପ ନେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ତଦନ୍ତ ପୂର୍ବକ ଧାମନଗର ବ୍ଲକ ଯୋଗାଣ ଅଧିକାରୀଙ୍କ ଉପସ୍ଥିତିରେ ପାଞ୍ଚାଳୀଙ୍କୁ ୯ ମାସର ଚାଉଳ ପ୍ରଦାନ କରାଯାଇଥିଲା। ଏହି ଘଟଣାର ନିରପେକ୍ଷ ତଦନ୍ତ ଲାଗି ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଜିଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ୪ଟି ସ୍ବତନ୍ତ୍ର ଟିମ୍‌ ଉକ୍ତ ଗଁାରେ ପହଞ୍ଚିଥିଲା। ଏଥିସହ ପଞ୍ଚାୟତର ପ୍ରତି ଗଁାରେ ରାଶନ କାର୍ଡଧାରୀ ସାମଗ୍ରୀ ପାଉଛନ୍ତି କି ନାହିଁ ଏହି ଅଧିକାରୀମାନେ ଘରକୁ ଘର ବୁଲି ତଦନ୍ତ କରିଥିଲେ। ଏହି ଅଧିକାରୀମାନେ ଅନହରପୁର, ପଳିକିରି, ଗୋପାଳପୁର, ଇଚ୍ଛଦା, ମେଳଣଡିହ ଓ ଭଗବାନପୁର ଗଁାରେ ଯାଞ୍ଚ କରିଥିବା ଜଣାପଡ଼ିଛି। ଡିଲରଙ୍କ ଗୋଦାମରେ କେତେ ଚାଉଳ ଓ କିରୋସିନ ମହଜୁଦ ରହିଛି ସେ ନେଇ ତଦନ୍ତ କରାଯାଇଥିଲା। ତଦନ୍ତ ବେଳେ କେତେକ ହିତାଧିକାରୀ ବାହାରେ ରହୁଥିଲେ ମଧ୍ୟ ସାମଗ୍ରୀ ଉଠାଉଥିବା ଜଣାପଡ଼ିଥିଲା। ଏପରିକି ଜଣଙ୍କ ନଁାରେ ଅନ୍ୟ ଜଣେ(ଅଫ୍‌ଲାଇନ) ମାଧ୍ୟମରେ ସାମଗ୍ରୀ ନେଉଥିବା ଅଧିକାରୀମାନେ ଜାଣିବାକୁ ପାଇଥିଲେ। ତେବେ ଶୁକ୍ରବାର ଜିଲାପାଳଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରାଯିବ ବୋଲି ଅଧିକାରୀମାନେ କହିଥିଲେ। ରିପୋର୍ଟ ଲେଖା ଯିବା ସୁଦ୍ଧା ଗଁାରେ ତଦନ୍ତ ଜାରି ରହିଥିଲା।
ଗୋଦାମଗୃହ ନିକଟରେ ସହକାରୀ ଜିଲାପାଳ ବାସନ୍ତୀ କୁମାରୀ ସାମଲ ଓ ସଦର ସହକାରୀ ଯୋଗାଣ ନିରୀକ୍ଷକ ମାନସ ରଞ୍ଜନ ମହାପାତ୍ର ଯାଞ୍ଚ କରିଥିଲେ। ରାଶନ କାର୍ଡ ଯାଞ୍ଚ ପ୍ରକ୍ରିୟାରେ ମିନାକ୍ଷୀ ଦାସ, ଅଶୋକ ବେହେରା, ଶରତ କୁମାର ସ୍ବାଇଁ, ବାବୁଲାଲ ବାରିକ, ଅଭିପ୍ସା ପଟ୍ଟନାୟକ, ଅନୀବସନ୍ତ ସାହୁ, ଲଗ୍ନଜିତ୍‌ ବେହେରା ଓ ରେବତୀ ନାୟକ ପ୍ରମୁଖ ଘର ଘର ବୁଲି ଯାଞ୍ଚ କରିଥିଲେ। ଏହି ଟିମ୍‌ର ଚୂଡ଼ାନ୍ତ ରିପୋର୍ଟ ମିଳିବା ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ଜ୍ଞାନରଞ୍ଜନ ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ରେଡକ୍ରସ ସଚେତନତା କାର୍ଯ୍ୟକ୍ରମ: ସମାଜରୁ ଅନ୍ଧବିଶ୍ୱାସ ଦୂର କରିବାକୁ ଆହ୍ବାନ

ଦିଗପହଣ୍ଡି,୨୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ଚିଦାନନ୍ଦ ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷର ଯୁବ ରେଡକ୍ରସ ୟୁନିଟର ଇଣ୍ଡକ୍ସନ…

ଆଟ ଜମିକୁ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌: ତେଜି ଉଠିଲା ଚାଷୀ ଅସନ୍ତୋଷ

ବରଗଡ଼,୨୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନବିକ୍ରି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉମାତ୍ର ୬ ଦିନ ବାକି ରହିଛି। ଅନ୍ୟପଟେ ଏପର୍ଯ୍ୟନ୍ତ…

କୀର୍ତ୍ତନ ମଣ୍ଡଳୀ ଉପରେ ମାଡ଼ିଗଲା କାର୍‌: ଚାଲିଗଲା ୫ ଜୀବନ

ପାଟନା,୨୬।୮: ବିହାରର ସୁପୌଲ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପିପ୍ରା ଥାନା ଅଞ୍ଚଳର କଟାୟା ଚୌକର ବଜରଙ୍ଗବଳୀ ମନ୍ଦିର ନିକଟରେ ଏକ ନିୟନ୍ତ୍ରଣହୀନ କାର…

ସଞ୍ଜୟ ବିଶ୍ୱାଳ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର,୨୬ା୮(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଆଇଏଏସ୍‌ ଅଧିକାରୀ ସ୍ତରରେ ମଙ୍ଗଳବାର ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ ଦାୟିତ୍ୱରେ…

ଆଳୁ ମିଶନ: ଟଙ୍କାଟିଏ ବି ଖର୍ଚ୍ଚ ହୋଇନି

ଭୁବନେଶ୍ୱର,୨୬।୮ (ରବିନାରାୟଣ ଜେନା): ରାଜ୍ୟରେ କୃଷକମାନଙ୍କୁ ସ୍ବାବଲମ୍ବୀ କରିବା ସହିତ ଆଳୁ ଚାହିଦା ମେଣ୍ଟାଇବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୪-୧୫ରେ ‘ଆଳୁ ମିଶନ’ ଆରମ୍ଭ ହୋଇଥିଲା।…

ଓଏଏସ୍‌ ଅଫିସର ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୨୬।୮(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ…

୨୨ରୁ ବିଧାନସଭା ଅଧିବେଶନ: ୯ ଦିନ ଚାଲିବ ଗୃହ

ଭୁବନେଶ୍ୱର,୨୬ା୮(ରବିନାରାୟଣ ଜେନା): ଓଡ଼ିଶା ସରକାରଙ୍କ ସପ୍ତଦଶ ବିଧାନସଭାର ୭ମ ଅଧିବେଶନ ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୩ ଯାଏ ଚାଲିବ। ଏନେଇ ବିଧାନସଭା ପକ୍ଷରୁ ସମସ୍ତ…

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri