Posted inଖେଳ

ଶ୍ରେୟାସଙ୍କ ସ୍ଥାନ ପକ୍କା

ମୁମ୍ବାଇ,୨୫।୧- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳି ଚର୍ଚ୍ଚାକୁ ଆସିଛନ୍ତି ଶ୍ରେୟାସ ଆୟାର। ଏବେ ତାଙ୍କ ସମ୍ପର୍କରେ କିଛି ତଥ୍ୟ ସାମ୍ନାକୁ ଆସିଛି। ଆୟାର ୨୦୧୬ ରଣଜୀ ଟ୍ରଫିରେ ୧୧ ମ୍ୟାଚ୍‌ରୁ ୧୩୮୧ ରନ୍‌ କରିଥିଲେ। ରଣଜୀର ଗୋଟିଏ ସିଜନରେ ସର୍ବାଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହାସତ୍ତ୍ୱେ ସେହିବର୍ଷ ଜିମ୍ବାଓ୍ବେ ଓ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ଘୋଷିତ ଭାରତୀୟ ଦଳରେ ତାଙ୍କୁ ସ୍ଥାନ ମିଳି ନ ଥିଲା। ଏଥିରେ ସେ ନିରାଶ ହୋଇ ଫୋନକୁ କଚାଡ଼ି ଭାଙ୍ଗି ଦେଇଥିଲେ। ପ୍ରାୟ ୪ ବର୍ଷ ପରେ ତାଙ୍କୁ ଚୟନ କରା ନ ଯିବାର କାରଣ ପ୍ରକାଶ କରିଛନ୍ତି ସେତେବେଳେ ମୁଖ୍ୟ ଚୟନକର୍ତ୍ତା ପଦରେ ଥିବା ସନ୍ଦୀପ ପାଟିଲ। ରଣଜୀ ଓ ଅନ୍ତର୍ଜାତୀୟ କ୍ରିକେଟ ମଧ୍ୟରେ ବଡ଼ ଗ୍ୟାପ ରହିଛି। ରଣଜୀରେ ରନ୍‌ କରୁଥିବା ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ କ୍ରିକେଟ ଖେଳିପାରୁ ନାହାନ୍ତି। ପୂର୍ବତନ କ୍ରିକେଟର ସନ୍ଦୀପ ପଞ୍ଜାବ ଓପନର ଜୀବନଜ୍ୟୋତ୍‌ ସିଂଙ୍କ ଉଦାହରଣ ଦେଇଛନ୍ତି। ଜୀବନଜ୍ୟୋତ୍‌ ପ୍ରଥମ ରଣଜୀ ସିଜନରେ ବହୁ ରନ୍‌ କରିଥିଲେ। କିନ୍ତୁ ଭାରତ ଏ’ ପାଇଁ ଖେଳିଲାବେଳେ ତାଙ୍କ ପ୍ରଦର୍ଶନ ନିମ୍ନମାନର ଥିଲା। ସମାନ ଘଟଣା ଅଭିନବ ମୁକୁନ୍ଦ, ସଚିନ ବେବି, ମନଦୀପ ସିଂଙ୍କ ଭଳି ଆହୁରି ଖେଳାଳିଙ୍କ କ୍ଷେତ୍ରରେ ଘଟିଛି। ଏଣୁ ଚୟନକର୍ତ୍ତାମାନେ ଅପେକ୍ଷା କରି ଖେଳାଳିଙ୍କୁ ଆଉ ଗୋଟେ ସିଜନ ଦେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ସୁଧୀରଙ୍କୁ ମନୋନୀତ କଲେ ନବୀନ

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍‌ପେଣ୍ଡ୍‌

କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…

ଜଙ୍ଗଲରୁ ମିଳିଲା ହାତୀ ଶାବକର ମୃତଦେହ

ମୋରଡା,୧୯।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ବନବିଭାଗ ଗୁରୁବାର ଏକ ଶାବକ ହାତୀର ଗଳିତ ମୃତଦେହ ଜବତ କରିଛି। ହେଲେ ଶାବକ ମୃତ୍ୟୁର କାରଣ…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri