ଟିଭି କିଣି ଆସିଥିବା ଲୋକଙ୍କ ଭିଡ଼କୁ ଦେଖି ଶେଷରେ ପୋଲିସ ଡାକିଲେ ମାଲିକ

ଯଦି କୌଣସି ବ୍ରାଣ୍ଡର ଦାମିକିଆ ଟିଭି ଶସ୍ତାରେ ମିଳିଯାଏ, ତେବେ କେହି ତାକୁ ହାତଛଡ଼ା କରିବାକୁ ଚାହିଁବେନି। ଆହୁରି ଗୋଟିଏ ଜାଗାରେ ୪-୪ଟି ଟିଭି କିଣିବେ। କିଛି ଏଭଳି ଘଟଣା ଦେଖିବାକୁ ମିଳିଛି ଫ୍ରାନ୍ସରେ। ସହରର ଏକ ସପିଂ ମଲ୍‌ରେ ୩୧୫୦୦ଟଙ୍କାର ଏଲ୍‌ଇଡି ଟିଭି ୨୪୫୦ଟଙ୍କାରେ ମିଳୁଥିବା ନେଇ ଏକ ଗୁଜବ ଚାରିଆଡ଼େ ବ୍ୟାପି ଯାଇଥିଲା। ଦେଖୁ ଦେଖୁ ଟିଭିର ମୂଲ୍ୟ ଓ ଦୋକାନର ଠିକଣା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। କିଛି ସମୟ ପରେ ଶସ୍ତା ଟିଭି କିଣିବା ପାଇଁ ଦୋକାନରେ ଲୋକଙ୍କ ଭିଡ଼ ଜମିଯାଇଥିଲା।

ମଲ୍‌ ପହଞ୍ଚି ଲୋକମାନେ ଗୋଟିଏ ନୁହେଁ ବରଂ ୪-୪ଟି ଟିଭି ନେଇ କାଉଣ୍ଟର ପାଖରେ ହାଜର ହୋଇଯାଇଥିଲେ। ଯେତେବେଳେ ମଲ୍‌ର କର୍ମଚାରୀ ତାଙ୍କୁ ଗୋଟିଏ ଟିଭିର ମୂଲ୍ୟ ପ୍ରାୟ ୩୨ହଜାର ଟଙ୍କା ବୋଲି କହିଥିଲେ ସେତେବେଳେ ଏହା ଶୁଣି ସେଠାରେ ଉପସ୍ଥିତ ଥିବା ଗ୍ରାହକ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଏଥିସହ ଶସ୍ତାରେ ଟିଭିକୁ ଦେବା ପାଇଁ ଜିଦ୍‌ ଧରିଥିଲେ। ଅପରପକ୍ଷେ ଶସ୍ତାରେ ଟିଭି କିଣିବା ପାଇଁ ଲୋକଙ୍କ ଭିଡ଼ ଜମିବା ଦେଖି ମଲ୍‌ ମାଲିକ ଶେଷରେ ବାଧ୍ୟ ହୋଇ ପୋଲିସକୁ ଡକାଇଥିଲେ। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୋକାନ ମାଲିକଙ୍କ ସହ ଗ୍ରାହକଙ୍କୁ ବୁଝାସୁଝା କରିଥିଲେ। ପ୍ରାଇସ୍‌ ବୋର୍ଡରେ ଲୋଖାଯାଇଥିବା ଟିଭିର ମୂଲ୍ୟ ଭୂଲରେ ଲେଖାଯାଇଛି ବୋଲି କହିଥିଲେ। ହେଲେ ଗ୍ରାହକମାନେ କିଛି ନ ବୁଝି ଶସ୍ତାରେ ଟିଭି ଦେବାକୁ ଜିଦ୍‌ କରିଥିଲେ। ଶେଷରେ ପୋଲିସ ଗ୍ରାହକଙ୍କୁ ମଲ୍‌ ଖାଲି କରିବାକୁ ଚେତାବନୀ ଦେଇଥିଲା। ଯାହାର ଏକ ଘଣ୍ଟା ପରେ ମଲ୍‌ରୁ ଧୀରେ ଧୀରେ ଗ୍ରାହକ ଖାଲି ହୋଇଥିବା ଜଣାପଡ଼ିଛି। ଫ୍ରାନ୍ସ ସହରର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟବଲ ପ୍ରତିଯୋଗିତା: ଝାରବେଡ଼ା ଚାମ୍ପିୟନ

କୁଆଁରମୁଣ୍ଡା,୨୮।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଧୀନ କାଲୋଷିହିରିଆ ପଞ୍ଚାୟତ ଲୁଚାବାହାଲ ସ୍କୁଲବସ୍ତି ଖେଳ ପଡ଼ିଆରେ ୨ ଦିନିଆ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।…

ଉଲିବୁର ସଂରକ୍ଷିତ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ପ୍ରସଙ୍ଗ, ବେଆଇନ ଖନନର ଉଚ୍ଚସ୍ତରୀୟ ତଦନ୍ତ ପରେ ହେବ: ମନ୍ତ୍ରୀ

କେନ୍ଦୁଝର,୨୮ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବଡବିଲ ରେଞ୍ଜ ଅଧୀନ ନାଲଦା ସେକ୍ସନ କାରାଖେଣ୍ଡରା ବିଟ ଅନ୍ତର୍ଗତ ଉଲିବୁର ସଂରକ୍ଷିତ ଜଙ୍ଗଲରେ ଡାଇଭରର୍ସନ ନ କରି ଜଙ୍ଗଲ…

ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ବଲାଙ୍ଗୀରର ୩ ମହିଳା ସ୍ବାବଲମ୍ବୀ ହୋଇଥିବାରୁ…

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଅନୁଷ୍ଠିତ…

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…

ସେପ୍ଟେମ୍ବରରେ ବଦଳିବ ବଡ଼ ଗ୍ରହଙ୍କ ଚଳନ: ୮ ରାଶିଙ୍କୁ ମିଳିବ ଶୁଭଫଳ, ୪ ରାଶି ରୁହନ୍ତୁ ସତର୍କ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ମାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏହି ମାସରେ ୪ଟି ବଡ଼ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ। ମାସ ଆରମ୍ଭରେ…

ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ

କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…

ଆଜି କମିଛି ସୁନା ଦର! ରୁପା ଦରରେ ବି ବଡ଼ ପରିବର୍ତ୍ତନ; ଚେକ୍ କରନ୍ତୁ ନୂଆ ମୂଲ୍ୟ…

ରାଖୀ ପୂର୍ଣ୍ଣିମା ଅବସରରେ ସୁନା ଓ ରୁପା ଦରକୁ ନେଇ ଆସିଲା ବଡ଼ ଖବର। କାଲି ଅପେକ୍ଷା ଆଜି କମିଛି ସୁନା ଦର। କିଣିବା ପୂର୍ବରୁ ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri