ଟିକ୍‌ଟକ୍‌ ମୋଷ୍ଟ ଭାଲ୍ୟୁଏବୁଲ ଷ୍ଟାର୍ଟଅପ୍‌

ନୂଆଦିଲ୍ଲୀ,୨୩।୫: ଟିକ୍‌ଟକ୍‌ ଆପ୍‌ର ମୂଳ କମ୍ପାନୀ ବାଇଟଡାନ୍ସ ଲିମିଟେଡ୍‌ ବିଶ୍ୱର ମୋଷ୍ଟ ଭାଲ୍ୟୁଏବୁଲ ବା ସବୁଠାରୁ ଅଧିକ ମୂଲ୍ୟ ବିଶିଷ୍ଟ ଷ୍ଟାର୍ଟଅପ୍‌ ବୋଲି ଜଣାପଡିଛି। ପ୍ରାଇଭେଟ ଶେୟାର ଟ୍ରାଞ୍ଜାକଶନ କ୍ଷେତ୍ରରେ କମ୍ପାନୀର ଭାଲ୍ୟୁଏଶନ ୧୦୦ ବିଲିୟନ ଡଲାର ଟପିଥିବା ଜଣାପଡିଛି। ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଟିକ୍‌ଟକ୍‌ ଅଧିକ ବିଜ୍ଞାପନଦାତାଙ୍କୁ ଆକୃଷ୍ଟ କରିବା ନେଇ ଏବେ ସମ୍ଭାବନା ରହିଥିବାକୁ ବିଚାରକରି ଏହାର ଭାଲ୍ୟୁଏଶନ ବଢୁଥିବା ଜଣାପଡିଛି। ସେକେଣ୍ଡାରୀ ମାର୍କେଟରେ ଟିକ୍‌ଟକ୍‌ର ଭାଲ୍ୟୁ ପ୍ରାୟ ୧୦୫ରୁ ୧୧୦ ବିଲିୟନ ଡଲାର ମଧ୍ୟରେ ରହିବ ବୋଲି କେତେକ ଟ୍ରେଡ୍‌ର ମୂଲ୍ୟାଙ୍କନ କରିଛନ୍ତି। ବିଶ୍ୱର ପ୍ରମୁଖ କମ୍ପାନୀ ତଥା ଫଣ୍ଡିଂ ଏଜେନ୍ସିଠାରୁ ପୁଞ୍ଜି ଲାଭ କରିବାରେ ଚାଇନାର ଏହି ଷ୍ଟାର୍ଟଅପ୍‌ କମ୍ପାନୀ ବେଶ୍‌ ସକ୍ଷମ ହୋଇପାରିଛି। ଏକ ପ୍ରମୁଖ ସୋସିଆଲ ନେଟ୍‌ଓ୍ବର୍କ ସାଇଟ ଭାବେ ଏହା ଫେସ୍‌ବୁକ୍‌କୁ ପଛରେ ପକାଇପାରେ ବୋଲି ମନାଥନ ଭେଞ୍ଚର ପାର୍ଟନର୍ସ ନାମକ କମ୍ପାନୀର ପାର୍ଟନର ଆଣ୍ଡ୍ରିଆ ଓ୍ବାଲନେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri