ଟିକ୍‌ଟକ୍‌ ଉପରୁ ବ୍ୟାନ ହଟିଲା

ଚେନ୍ନାଇ,୨୫-୪: ଲୋକପ୍ରିୟ ଭିଡ଼ିଓ ଆପ୍‌ ଟିକ୍‌ଟକ୍‌ ଉପରୁ ବ୍ୟାନ ହଟିଯାଇଛି। ବୁଧବାର ଜଷ୍ଟିସ ଏନ.କିରୁବାକରନ ଏବଂ ଜଷ୍ଟିସ ଏସ୍‌.ଏସ୍‌. ସୁନ୍ଦରଙ୍କୁ ନେଇ ଗଠିତ ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ଖଣ୍ଡପୀଠ ଏହି ବ୍ୟାନକୁ ହଟାଇ ଦେଇଛନ୍ତି। ପିଲାମାନଙ୍କ ବିରୋଧରେ ହେଉଥିବା ଅପରାଧକୁ ନେଇ ଅଦାଲତ ଚିନ୍ତିତ ଥିବା କାରଣରୁ ଟିକ୍‌ଟକ୍‌କୁ ସାମୟିକ ବ୍ୟାନ କରାଯାଇଥିଲା ବୋଲି ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି। ତେବେ ଏହି ଆପ୍‌ ତିଆରି କରିଥିବା ମୂଳ କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପାଳନ ନ କଲେ ଏହାକୁ ଅଦାଲତ ଅବମାନନା ବୋଲି ଧରାଯିବ ଏବଂ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ମାମଲାର ଶୁଣାଣି ବେଳେ ଟିକ୍‌ଟକର ମୂଳ କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ, ଏହି ଆପ୍‌ରେ ଦିଆଯାଉଥିବା କଣ୍ଟେଣ୍ଟକୁ ରୋକିବା ଲାଗି ଯଥେଷ୍ଟ ବ୍ୟବସ୍ଥା ରହିଛି। ଏଥିରେ ଯୌନ ଉତ୍ତେଜନାକାରୀ ଭିଡ଼ିଓ ଅପ୍‌ଲୋଡ କରାଯାଇପାରିବ ନାହିଁ। ସୂଚନାଥାଉ କି, ଟିକ୍‌ଟକ୍‌ ଉପରୁ ବ୍ୟାନ ହଟାଇବା ନେଇ ନିଷ୍ପତ୍ତି ନେବା ଲାଗି ମାଡ୍ରାସ ହାଇକୋର୍ଟଙ୍କୁ ସର୍ବୋଚ୍ଚ ଅଦାଲତ ବୁଧବାର ପର୍ଯ୍ୟନ୍ତ ସମୟ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପଲ୍‌ ଆପ୍‌ ଷ୍ଟୋରରୁ ଏହାକୁ ହଟାଇ ଦିଆଯାଇଥିଲା। ବୁଧବାର ନିଷ୍ପତ୍ତି ପରେ ଏହା ପୁନର୍ବାର ଡାଉନଲୋଡ କରାଯାଇପାରିବ। ତେବେ ପୂର୍ବରୁ ଡାଉନଲୋଡ କରିଥିବା ବ୍ୟକ୍ତିବିଶେଷ ଏହାକୁ ନିର୍ଭୟରେ ବ୍ୟବହାର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri