ଟିକସ କ୍ଷେତ୍ରରେ ଆସିପାରେ ବଡ ଘୋଷଣା

ନୂଆଦିଲ୍ଲୀ,୨୦-୧: ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ରହିଛି। ସୋମବାର ହାଲଓ୍ବା ସେରିମନି ଅନୁଷ୍ଠିତ ହୋଇଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ସମେତ ବଜେଟ ପ୍ରସ୍ତୁତିରେ ସାମିଲ ଅଧିକାରୀମାନେ ବଜେଟ ଉପସ୍ଥାପନ ହେବା ଯାଏ ନର୍ଥ ବ୍ଲକରୁ ବାହାରିବା ବନ୍ଦ ହୋଇଯିବ। ବଜେଟ ସମ୍ପର୍କରେ କୌଣସି କଥା ସାଧାରଣରେ ଯେଭଳି ପ୍ରଘଟ ନ ହୁଏ ତାକୁ ଧ୍ୟାନରେ ରଖି ଏଭଳି ପରମ୍ପରା ରହିଛି। ଆଗାମୀ ବଜେଟକୁ ନେଇ ସାଧାରଣ ଲୋକ ଏବଂ କର୍ପୋରେଟ ଜଗତର ଅନେକ ଆଶା ରହିଛି। ଟିକସ କ୍ଷେତ୍ରରେ ୧୦ ପ୍ରମୁଖ ଘୋଷଣା ସରକାର କରିପାରନ୍ତି। ସେ ବିଷୟଗୁଡିକ ହେଲା..
ଆୟକର ହାର: ଲୋକଙ୍କର ସବୁଠାରୁ ବଡ ଅପେକ୍ଷା ମଧ୍ୟରେ ଆୟକର ରହିଛି। ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀଙ୍କ କହିବା ମୁତାବକ ସରକାର ୨୦ ଏବଂ ୩୦% ଟିକସକୁ ହଟାଇ ଏକ ଫ୍ଲାଟ ଟିକସ ହାର ଆଣିପାରନ୍ତି। ଏହାର ଟିକସ ହାର ୧୫ରୁ ୧୮% ରହିବ। ବର୍ତ୍ତମାନ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ ମିଳୁଛି। ଅଢେଇ ଲକ୍ଷରୁ ୫ ଲକ୍ଷ ଆୟ ଉପରେ ୫% ଟିକସ, ୫ରୁ ୧୦ ଲକ୍ଷ ଆୟ ଉପରେ ୨୦% ଏବଂ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଆୟ ଉପରେ ୩୦% ଟିକସ ଲାଗୁ ହେଉଛି।

କର୍ପୋରେଟ ଟିକସ ହ୍ରାସ: ସରକାର ମାନ୍ଦାବସ୍ଥା ଯୋଗୁ କର୍ପୋରେଟ ଟିକସ ହାର ହ୍ରାସ କରିବା ସହ ଅର୍ଥ ବ୍ୟବସ୍ଥାରେ ଚାହିଦା ବଢାଇବା ଦିଗରେ ପଦକ୍ଷେପ ନେଇଛନ୍ତି। ଏଭଳି ସ୍ଥିତିରେ ଦେଶର କର୍ପୋରେଟ ଜଗତ ଫ୍ଳାଟ ୧୫% କର୍ପୋରେଟ ଟିକସ ଦେଶରେ ଲାଗୁ କରାଇବା ଲାଗି ଦାବି ରଖିଛି। ବର୍ତ୍ତମାନ କର୍ପୋରେଟ ଟିକସ ହାର ୨୨% ରହିଛି।
ଡିଭିଡେଣ୍ଡ ଉପରେ ଟିକସ ହାର ହ୍ରାସ: ଡିଭିଡେଣ୍ଡ ଡିଷ୍ଟ୍ରିବ୍ୟୁଶନ ଟାକ୍ସ(ଡିଡିଟି) ଉଚ୍ଛେଦ ନେଇ ଶିଳ୍ପ ପକ୍ଷରୁ ଦାବି ହେଉଛି। ଏହା ଯଦି ଲାଗୁ ହୁଏ ତେବେ ଏହାକୁ ୧୫%ରେ ସୀମିତ ରଖାଯାଉ ବୋଲି ଶିଳ୍ପ ପକ୍ଷରୁ କୁହାଯାଇଛି। ଏହା ବର୍ତ୍ତମାନ ୨୦.୫୬% ରହିଛି। ଡିଡିଟି ହଟିଲେ ଟିକସ ଚୋରି କମିବା ସହ କମ୍ପାନୀଗୁଡିକର ଲାଭ ବଢିବ ବୋଲି ଶିଳ୍ପଜଗତ ମତ ରଖିଛି।
ଏଲଟିସିଜି: ଲଙ୍ଗଟର୍ମ କ୍ୟାପିଟାଲ ଗେନ୍ସ(ଏଲ୍‌ଟିସିିଜି)କୁ ନେଇ ସରକାର ବଡ ଘୋଷଣା କରିପାରନ୍ତି। ବର୍ତ୍ତମାନ ଏହି ବର୍ଗରେ ୧୦% ଟିକସ ଲାଗୁ ହେଉଛି। ଇକ୍ୱିଟିରେ ଏଲ୍‌ଟିସିଜି ହଟାଇବା ଲାଗି ଇଣ୍ଡିଆ ଇଙ୍କ ପକ୍ଷରୁ ଦାବି ହେଉଛି। ଏହି ଟିକସ ହଟିଲେ ଦେଶକୁ ଅଧିକ ନିବେଶ ଆସିବ। ୨୦୧୮-୧୯ରେ ସରକାର ଏହି ଟିକସକୁ ପୁନଶ୍ଚ ଲାଗୁ କରାଇଛନ୍ତି। ସୂତ୍ର ଅନୁସାରେ ସରକାର ଆଗାମୀ ୨ ବର୍ଷ ଲାଗି ଏଲଟିସିିଜି ଉପରେ ଲାଗୁ ହେଉଥିବା ଟିକସ ଛାଡ କରିପାରନ୍ତି କିମ୍ବା ଏ କ୍ଷେତ୍ରରେ କିଛି ରିହାତି ପ୍ରଦାନ କରିପାରନ୍ତି।

ହୋମ ଲୋନ : ବାସଗୃହ ଋଣ କ୍ଷେତ୍ରରେ ଟିକସ ଛାଡ ସୀମା ୨ ଲକ୍ଷ ଟଙ୍କାରୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି ଘଟିପାରେ। ବର୍ତ୍ତମାନ ଆୟକର ଆଇନ ଧାରା ୨୪ ମୁତାବକ ୨ ଲକ୍ଷ ଟଙ୍କାର ଛାଡ ମିଳୁଛି।
ଲିମିଟେଡ ଲାଏବିଲିଟି ପାର୍ଟନରଶିପ: ବଜେଟରେ ଲିମିଟେଡ ଲାଏବିଲିଟି ପାର୍ଟନରଶିପି(ଏଲ୍‌ଏଲ୍‌ପି) ଏବଂ ବିଦେଶୀ କମ୍ପାନୀଗୁଡିକ ଉପରେ ଲାଗୁଥିବା ଟିକସ ହ୍ରାସ କରିବା ଲାଗି ଦାବି ହେଉଛି। ଏହାବାଦ ମିନିମମ୍‌ ଅଲଟରନେଟିଭ ଟାକ୍ସ(ମ୍ୟାଟ୍‌) କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ହୋଇପାରେ। ବର୍ତ୍ତମାନ ପ୍ରଫିଟ ବୁକିଂ ଉପରେ ମ୍ୟାଟ ଦର ୧୮.୫% ରହିଛି।
ଟିକସ ବିବାଦ: ଦେଶରେ ଟିକସ ଜନିତ ବିବାଦ ସମାଧାନ ଲାଗି ଅନେକ ସମୟ ଲାଗୁ ବିଦେଶୀ କମ୍ପାନୀଗୁଡିକ ଅଭିଯୋଗ କରୁଛନ୍ତି। ଏହି କାରଣ ଯୋଗୁ ବିଦେଶୀ କମ୍ପାନୀଗୁଡିକ ଭାରତରେ ନିବେଶ ଏବଂ ବାଣିଜ୍ୟ କରିବା ଲାଗି ଡରୁଛନ୍ତି। ଇଜ ଅଫ ଡୁଇଁଙ୍ଗ ବିଜନେସକୁ ସରକାର ପ୍ରାଥମିକତା ଦେଉଛନ୍ତି। ଆଗାମି ବଜେଟରେ ସରକାର ଟିକସ ବିଦାଦ ଜନିତ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦେଇ ପାରନ୍ତି ବୋଲି କୁହାଯାଉଛି।

ବର୍ଡର ଆଡଜଷ୍ଟମେଣ୍ଟ ଟାକ୍ସ: ସରକାର ବଜେଟରେ ନୂଆ ବର୍ଡର ଆଡଜଷ୍ଟମେଣ୍ଟ ଟାକ୍ସ ଆଣିପାରନ୍ତି। ଏହାକୁ ସୀମା ଶୁଳ୍କ ଆଇନ ଅନ୍ତର୍ଗତ ଲାଗୁ କରାଯାଇପାରେ। ଉଭୟ ଘରୋଇ ଏବଂ ବିଦେଶୀ କମ୍ପାନୀଙ୍କୁ ବ୍ୟବସାୟର ସମାନ ସୁଯୋଗ ଦେବା ଏବଂ ଯେଭଳି କାହାର କ୍ଷତି ନ ହୁଏ ଏହି ପ୍ରସଙ୍ଗ ସବୁକୁ ଧ୍ୟାନରେ ରଖି ସରକାର ଏଭଳି ପଦକ୍ଷେପ ଘୋଷଣା କରି ପାରନ୍ତି।
୮୦ସି ସୀମା: ଗଣମାଧ୍ୟମ ରିପୋର୍ଟ ମୁତାବକ ଅର୍ଥ ମନ୍ତ୍ରଣାଳୟ ସେକ୍ସନ ୮୦ସି ଅନ୍ତର୍ଗତ ସଞ୍ଚୟ କ୍ଷେତ୍ରରେ ୨.୫୦ ଲକ୍ଷ ପର୍ଯ୍ୟନ୍ତ ରାଶି ଟିକସ ଛାଡ ଅନୁମତି ଦେଇ ପାରେ। ବର୍ତ୍ତମାନ ୮୦ସିରେ ଦେଢ ଲକ୍ଷ ଟଙ୍କା ଉପରେ ଟିକସ ଛାଡ ମିଳୁଛି। ୮୦ସିରେ ଏବେ ପିପିଏଫ୍‌ ଏବଂ ନ୍ୟାଶନାଲ ସେଭିଙ୍ଗସ ସାର୍ଟିଫିକେଟ ସାମିଲ ରହିଛି। ନ୍ୟାଶନାଲ ସେଭିଙ୍ଗସ ସାର୍ଟିଫିକେଟରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ପବ୍ଲିକ ପ୍ରୋଭେଡେଣ୍ଟ ଫଣ୍ଡ(ପିପିଏଫ୍‌)ରେ ୨.୫ ଲକ୍ଷ ଟଙ୍କା ନିବେଶ ଟିକସ ଛାଡ ହେବା ନେଇ ସମ୍ଭାବନା ରହିଛି।

ଏମ୍‌ଏସ୍‌ଏମ୍‌ଇ:ଏମ୍‌ଏସ୍‌ଏମ୍‌ଇ ଗୁଡିକ ଲାଗି ଫଣ୍ଡ ଅଫ୍‌ ଫଣ୍ଡସ (ଏଫ୍‌ଓଏଫ୍‌) ସୁବିଧା ମିଳିପାରେ। ଏହି କ୍ଷେତ୍ରରେ ପାଣ୍ଠି ଜନିତ ସମସ୍ୟାକୁ ହ୍ରାସ କରିବା ଲାଗି ସରକାର ଏଭଳି ଏକ ସୁବିଧା ଆଣିପାରନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri