Posted inଜାତୀୟ

ଟଳିବ ମହାରାଷ୍ଟ୍ର ସଙ୍କଟ: ଶିବସେନା ନେତୃତ୍ୱରେ ସରକାର ଗଠନ ପାଇଁ ଏନ୍‌ସିପି-କଂଗ୍ରେସ ରାଜି

ନୂଆଦିଲ୍ଲୀ,୨୧।୧୧(ପି.ଟି./ଆଇଏଏନ୍‌ଏସ୍‌): ମହାରାଷ୍ଟ୍ର ନିର୍ବାଚନର ମାସକ ପରେ ସମ୍ଭବତଃ ହିସାବ ଛିଣ୍ଡିଛି। ଶିବସେନା ନେତୃତ୍ୱରେ ପାଳିକରି ସରକାର ଗଠନ ପାଇଁ ରାଜି ହୋଇଛନ୍ତି ବିରୋଧୀ ମେଣ୍ଟ। ମୁଖ୍ୟମନ୍ତ୍ରୀ ପଦ ପ୍ରଥମ ଅଢ଼େଇବର୍ଷ ଶିବସେନା ଓ ପରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ପାଖରେ ରହିବ। କଂଗ୍ରେସରୁ ଜଣେ ପୂରା ୫ ବର୍ଷ ଉପମୁଖ୍ୟମନ୍ତ୍ରୀ ହେବେ। ବୁଧବାର ଏଭଳି ହିସାବ ଛିଣ୍ଡିଛି ଏନ୍‌ସିପି-କଂଗ୍ରେସ ବୈଠକ ପରେ। ସରକାର ଗଠନ ନେଇ ଗୁରୁବାର ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି ବିଳମ୍ବିତ ରାତିରେ ସୂତ୍ରରୁ ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ସାକ୍ଷାତ ବୁଧବାର ଜାତୀୟ ରାଜନୀତିରେ ନାନା ଚର୍ଚ୍ଚାକୁ ଖୋରାକ ଯୋଗାଇଥିବାବେଳେ ମହାରାଷ୍ଟ୍ର ପାଇଁ ମଧ୍ୟ ନିଆଯାଉଥିଲା ଚୂଡ଼ାନ୍ତ ନିଷ୍ପତ୍ତି। ପାଓ୍ବାରଙ୍କ ବାସଭବନରେ ଏନ୍‌ସିପି ଏବଂ କଂଗ୍ରେସର ପୁରୁଖା ନେତାମାନେ ବୈଠକ କରିଥିଲେ। ପ୍ରାୟ ୨୦୦ ମିନିଟର ଆଲୋଚନା ପରେ ଛିଣ୍ଡିଥିଲା ହିସାବ। ଶିବସେନା ଓ ଏନ୍‌ସିପି ମୁଖ୍ୟମନ୍ତ୍ରୀ ପଦକୁ ପାଳିକରି ଅଢେଇବର୍ଷ ଲେଖାଏ ପାଖରେ ରଖିବେ। ୨୮୮ ଆସନ ବିଶିଷ୍ଟ ବିଧାନସଭାର ପ୍ରତି ୪ ବିଧାୟକରେ ଜଣେ ମନ୍ତ୍ରୀ ସୂତ୍ର ଆପଣାଯିବ। କଂଗ୍ରେସକୁ ୧୧ଟି ମନ୍ତ୍ରୀ ସହ ବାଚସ୍ପତି ପଦ ମିଳିବ। ଅବଶିଷ୍ଟ ମନ୍ତ୍ରୀପଦ ଶିବସେନା-ଏନ୍‌ସିପି ଭାଗକରି ନେବେ। ଏହି ଅବସରରେ ଜଣେ ବରିଷ୍ଠ ଏନ୍‌ସିପି ନେତା କହିଛନ୍ତି, ଶିବସେନା ଓ ଭାଜପା ମଧ୍ୟରେ ବିବାଦର ବିନ୍ଦୁ ଥିଲା ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ପଦକୁ ନେଇ। ତେଣୁ ଶିବସେନାକୁ ପୂରା ୫ ବର୍ଷ ମୁଖ୍ୟମନ୍ତ୍ରୀ ପଦ ଦେବାର ପ୍ରଶ୍ନ ଉଠୁନାହିଁ। ଶିବସେନା ନେତା ସଞ୍ଜୟ ରାଉତ୍‌ ଗଣମାଧ୍ୟମକୁ କହିଛନ୍ତି, ଉଦ୍ଧବ ଠାକ୍‌ରେ ନେତୃତ୍ୱାଧୀନ ଦଳରୁ ହିଁ ମୁଖ୍ୟମନ୍ତ୍ରୀ ହେବେ। ତେବେ ପୂରା ୫ ବର୍ଷ କି ବୋଲି ଖବରଦାତାଙ୍କ ପ୍ରଶ୍ନକୁ ସେ ଏଡ଼ାଇ ଯାଇଥିଲେ। ଶିବସେନା (୫୬) ଓ ଏନ୍‌ସିପି (୫୪) ମଧ୍ୟରେ ବେଶି ଆସନର ଫରକ ନାହିଁ। ଏଥିଯୋଗୁ ପାଓ୍ବାରଙ୍କ ବିଧାୟକମାନେ ଶିବସେନାକୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ମଙ୍ଗୁ ନାହାନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବୈଠକରେ କିଛି ଆଲୋଚନା ହୋଇନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। କଂଗ୍ରେସ-ଏନ୍‌ସପିର ପରବର୍ତ୍ତୀ ମିଳିତ ବୈଠକକୁ ଶିବସେନାକୁ ମଧ୍ୟ ଡକାଯିବ ବୋଲି ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri