ଝିଆରୀଙ୍କୁ ଦାଦା ଗର୍ଭବତୀ କରିବା ଘଟଣା: ପୀଡ଼ିତାଙ୍କୁ ନ୍ୟାୟ ପାଇଁ ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ

ଭୁବନେଶ୍ୱର, ୯।୭ (ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳରେ ଝିଆରୀଙ୍କୁ ଦାଦା ବିବାହ ପ୍ରତିଶ୍ରୁତି ଦେଇ ଗର୍ଭବତୀ କରି ଗତ ମାସରେ ଫେରାର ହୋଇଯାଇଥିଲେ। ଏ ନେଇ ଥାନାରେ ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୋଲିସ କେସ୍‌ (ନଂ. ୧୫୯/୧୯) ରୁଜୁ କରିଛି। ଇତିମଧ୍ୟରେ ଏକ ମାସ ବିତିବାକୁ ବସିଲାଣି। ହେଲେ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ। ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ସୋମବାର ଜାତୀୟ ମାନବାଧିକାର କମିଶନରଙ୍କ ନିକଟରେ ଅଭିଯୋଗ ହୋଇଛି। ଏହି ଅଭିଯୋଗ କରିଛନ୍ତି ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ। ନିୟମ ଅନୁଯାୟୀ ପୀଡ଼ିତାଙ୍କୁ ୪ ସପ୍ତାହ ମଧ୍ୟରେ ୧୨ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେବା ସହ ଅଭିଯୁକ୍ତଙ୍କୁ ଗିରଫ ଲାଗି କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ସେ କମିଶନରଙ୍କୁ ନିବେଦନ କରିଛନ୍ତି। ଏହାକୁ କମିଶନର କାର୍ଯ୍ୟାଳୟ ଗୁରୁତ୍ୱର ସହ ଗ୍ରହଣ କରି ବିଚାର ପାଇଁ ପଞ୍ଜୀକୃତ କରିଛନ୍ତି।
ରାଜକନିକା ଥାନା ଅଞ୍ଚଳର ମହିଳା ଜଣକ ୧୦ ବର୍ଷ ପୂର୍ବେ ଯାଜପୁର ଜିଲାରେ ବିବାହ କରିଥିଲେ। ତାଙ୍କର ଔରସରୁ ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିଲା। ପୁତ୍ରକୁ ଏବେ ୯ବର୍ଷ ବୟସ ହୋଇଥିବାବେଳେ ସ୍ବାମୀଙ୍କର ମୃତ୍ୟୁ ଘଟିସାରିଛି। ଏହାପରେ ତାଙ୍କ ବାପା ସମ୍ପୃକ୍ତ ମହିଳା ଓ ନାତିକୁ ନେଇ ପାଖରେ ରଖିଥିଲେ। ମହିଳା ଜଣକ ବାପଘରକୁ ଫେରିବା ଦିନଠୁ ବିବାହିତ ଦାଦା ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏପରି କି ମହିଳା ଜଣକ ଗର୍ଭବତୀ ହେବା ପରେ ସେ ତାଙ୍କୁ ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଗତ ମାସ ୪ତାରିଖରେ ଝିଆରୀଙ୍କ ପ୍ରସବଜନିତ ଯନ୍ତ୍ରଣା ହୋଇଥିଲା। ଏହାଦେଖି ଅଭିଯୁକ୍ତ ଦାଦା ଫେରାର ହୋଇଯାଇଥିଲେ। ପରେ ସମ୍ପୃକ୍ତ ମହିଳା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ତେବେ ପ୍ରସବଜନିତ ତ୍ରୁଟି ଯୋଗୁ ନବଜାତ ପୁତ୍ର ସହ ୯ ବର୍ଷର ପୁଅକୁ ନେଇ ସେ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ପରେ ମହିଳା ରାଜନଗର ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ କହିଥିଲି ମୁଁ ଗଲେ ମୋ ପୁଅକୁ ତଳକୁ ଓହ୍ଲାଇବ: ଏମିତି କହିଥିଲେ …

ଭୁବନେଶ୍ୱର,୨୧।୨: କିସ୍‌ ଛାତ୍ର ମୃତ୍ୟୁ ଘଟଣାରେ ତଦନ୍ତ ଦାବିକଲେ ଉକ୍ତ ଛାତ୍ରଙ୍କ ବାପା। ପୁଅର ମତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କଲେ ବାପା। ସେ କହିଛନ୍ତି, ୩…

ଦେଖନ୍ତୁ ଛତିଥରା ଭିଡିଓ, ରାସ୍ତାରେ ଲୁଚିଥିଲା ମୃତ୍ୟୁ! କେହିକିଛି ବୁଝିବା ପୂର୍ବରୁ…

ସାଣ୍ଟିଆଗୋ,୨୧।୨: ଚିଲିର ରାଜଧାନୀ ସାଣ୍ଟିଆଗୋରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ…

‘AI ଆସିଲେବି ମଣିଷର ସ୍ଥାନ ନେଇପାରିବନି ମେଶିନ’, ସିସ୍କୋ ଅଧିକାରୀ କହିଲେ କେମିତି ପରିବର୍ତ୍ତନ ହେବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୨୧।୨: କର୍ପୋରେଟ ଜଗତ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ମେଶିନଗୁଡ଼ିକ ମଣିଷକୁ ବଦଳାଇବେ ବୋଲି ବଢୁଥିବା ଭୟ…

ବିଦ୍ୟୁତ୍‌ ଟିକସ ବୃଦ୍ଧି ବାତିଲ, ସ୍ମାର୍ଟ ମିଟର ଲଗାଇବା ବନ୍ଦ ନେଇ ସିପିଆଇଏମ୍‌ର ବିକ୍ଷୋଭ

ଛତ୍ରପୁର,୨୧ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ବିଭିନ୍ନ ବିଷୟକୁ ନେଇ ଓଇଆରସି ପକ୍ଷରୁ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଟିପିଏସଓଡିଏଲ…

ଚୁରମାର ହେଲା ୟୁନିର୍ଭସିଟି ପ୍ରତିଷ୍ଠା ସ୍ୱପ୍ନ! ଜମି ବିକିଦେଲେ ଖାନ ସାର୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୧।୨:ନିକଟରେ ସୋସିଆଲ ମିଡିଆରେ ଖବର ପ୍ରକାଶ ପାଇଥିଲା ଯେ ଖାନ ସାର୍‌ କୋଏଲୱାରରେ ଏକ ବଡ଼ ଜମି କିଣି ସେଠାରେ ଏକ ବିଶ୍ୱବିଦ୍ୟାଳୟ ନିର୍ମାଣ କରିବାକୁ ଯୋଜନା…

ଚାନ୍ଦା ନ ଦେବାରୁ ଠିକାଦାରଙ୍କୁ ହତ୍ୟା, ଅଭିଯୋଗ ଆଣି ପୁଅ କହିଲେ ମୋ’ ବାପାଙ୍କୁ…

ଆନନ୍ଦପୁର/ବଞ୍ଚୋ,୨୧ା୨(ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): ଠିକା କାମରେ ଚାନ୍ଦା ନ ଦେବାରୁ ଠିକାଦାରଙ୍କୁ କିଛି ଅସାମାଜିକ ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।…

ନାବାଳିକାଙ୍କୁ ଗର୍ଭବତୀ କରିଥିଲେ ୭୦ ବର୍ଷର ବୃଦ୍ଧ: ମା’ ହେବା ପରେ ସିଲ୍‌ ହେଲା ଲକ୍ଷ୍ମୀ ହସ୍ପିଟାଲ

ଯାଜପୁରରୋଡ଼/ଧର୍ମଶାଳା,୨୧।୨(ପବିତ୍ର ରଞ୍ଜନ ମହାନ୍ତି/ଶିବ ପ୍ରସାଦ ମହାନ୍ତି): ନାବାଳିକା ପ୍ରସବ ଘଟଣାରେ ଜିଲା ପ୍ରଶାସନ ପକ୍ଷରୁ ଯାଜପୁର ରୋଡସ୍ଥିତ ଲକ୍ଷ୍ମୀ ହସ୍ପିଟାଲକୁ ଶନିବାର ସିଲ୍‌ କରାଯାଇଛି । ଏହା…

ଖରାପ ଫର୍ମ ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରୁ ବାଦ ପଡିବେ ଅଭିଷେକ? କ୍ୟାପଟେନ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୧।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ରେ ଭାରତର ପ୍ରଥମ ମ୍ୟାଚ ରବିବାର, ଫେବୃଆରୀ ୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ। ଏହା ପୂର୍ବରୁ, ଶନିବାର ଏକ ସାମ୍ବାଦିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri