Chatrapur: A man holds an umbrella as he heads towards a cyclone shelter near Chatrapur in Ganjam in Odisha on Saturday. PTI Photo (PTI10_12_2013_000202B)
ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଦକ୍ଷିଣ ଏବଂ ଉତ୍ତର ଓଡ଼ିଶା ସହ ଉପକୂଳ ଓଡ଼ିଶାରେ ଗତ କିଛିଦିନ ହେବ ସନ୍ଧ୍ୟାରେ ବଜ୍ରପାତ ସହ ସ୍ବଳ୍ପ ଏବଂ ମଧ୍ୟମ ବର୍ଷା ହେଉଥିବାବେଳେ ସୋମବାର ମଧ୍ୟ ସମାନ ପରିସ୍ଥିତି ଜାରି ରହିବ। ତେଣୁ ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲାକୁ ୟୋଲୋ ଓ୍ବାର୍ନିଂ ଦିଆଯାଇଥିବାବେଳେ ଏହି ଜିଲାଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ତୋଫାନ ହେବାନେଇ ସତର୍କ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ରବିବାର ସନ୍ଧ୍ୟାସୁଦ୍ଧା କୋରାପୁଟରେ ସର୍ବାଧିକ ୨୬ ମିମି ଓ କେନ୍ଦୁଝରରେ ୨୦.୪ ମିମି ବର୍ଷା ରେକର୍ଡ କରାଯାଇଛି।