Posted inଫୁରସତ

ଜୟପୁର ରାଜବଂଶ ଶ୍ରୀରାମଙ୍କ ବଂଶଜ :ମହାରାଜା ଭବାନୀ ସିଂହ କୁଶବାହା ବଂଶର ୩୦୭ତମ ରାଜା

ଜୟପୁର: ଅଯୋଧ୍ୟା ବିବାଦ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ୯ ଅଗଷ୍ଟରେ କୋର୍ଟ ରାମଲାଲଙ୍କ ଓକିଲଙ୍କୁ ପଚାରିଥିଲେ, ଭଗବାନ ଶ୍ରୀରାମଙ୍କର କ’ଣ କେହି ବଂଶଜ ଅଯୋଧ୍ୟା କିମ୍ବା ଦୁନିଆରେ ଆଉ କେଉଁଠି ଅଛନ୍ତି?ଏହାର କୌଣସି ତଥ୍ୟ ନାହିଁଁ ବୋଲି ଓକିଲ କହିଥିଲେ , କିନ୍ତୁ ଭଗବାନ ରାମଙ୍କ ବଡ ପୁଅ କୁଶଙ୍କ ନାମାନୁସାରେ ଖ୍ୟାତ କଚ୍ଛବାହା ବା କୁଶବାହା ବଂଶଜ ବୋଲି ଜୟପୁର ରାଜବଂଶ ପକ୍ଷରୁ କୁହାଯାଉଛି। ଏହା ସମ୍ବନ୍ଧୀୟ ତଥ୍ୟ ଇତିହାସରେ ରହିଛି। ଏହି ରାଜବଂଶର ପୂର୍ବ ରାଜକୁମାରୀ ଦିୟାକୁମାରୀ ଏହାର ପ୍ରମାଣ ଦେଇଛନ୍ତି। ସେ ମଧ୍ୟ ଏକ ଲିଖିତ୍ତ ତଥ୍ୟ ଦେଖାଇଥିଲେ ଯେଉଁଥିରେ ଶ୍ରୀରାମଙ୍କ ବଂଶର ସମସ୍ତ ପୂର୍ବଜଙ୍କ ନାମ କ୍ରମାନ୍ବୟରେ ଉଲ୍ଲେଖ କରାଯାଇଥିଲା। ଏଥିରେ ସଓ୍ବାଇ ଜୟସିଂହ ୨୮୯ ଓ ମହାରାଜା ଭବାନୀ ସିଂହଙ୍କୁ ୩୦୭ ତମ ରାଜା ବୋଲି ଦର୍ଶାଯାଇଛି। ଏହା ବ୍ୟତୀତ ପୋଥିଖାନାର ନକ୍ସା ମଧ୍ୟ ରହିଛି। କୁଶବାହ ବଂଶାବଳୀ ଅନୁସାରେ ଦଶରଥ ମହାରାଜା ୬୨ତମ ରାଜା ଥିଲେ। ତାଙ୍କ ପରେ ଭଗବାନ ରାମ ୬୩ ଓ ତାଙ୍କ ବଡ଼ ପୁଅ କୁଶ ୬୪ତମ ରାଜା ଥିଲେ ।
ସିଟି ପ୍ୟାଲେସର ପୋଥିଖାନାରେ ୯ଟି ରେକର୍ଡ ଓ ୨ଟି ନକ୍ସାରୁ ଜଣାପଡୁଛି ଯେ,ଅଯୋଧ୍ୟାର ଜୟସିଂହପୁରା ଓ ରାମ ଜନ୍ମ୍‌ସ୍ଥାନ ସଓ୍ବାଇ ଜୟସିଂହ ଦ୍ୱିତୀୟଙ୍କ ଅଧୀନରେ ରହିଥିଲା। ପ୍ରଖ୍ୟାତ ଏ୍ୟତିହାସିକ ଆର୍‌. ନାଥଙ୍କ ‘ଦି ଜୟସିଂହପୁରା ଅଫ୍‌ ସବାଇ ରାଜା ଜୟସିଂହ ଆଟ୍‌ ଅଯୋଧ୍ୟ’ର ଆନେକ୍ସଚର-୨ ମୁତାବକ ଅଯୋଧ୍ୟାର ରାମ ଜନ୍ମସ୍ଥାନ ଉପରେ କଚ୍ଛବାହା ବଂଶର ଅଧିକାର ରହିଛି। ଆଉରଙ୍ଗଜେବଙ୍କ ମୃତ୍ୟୁପରେ ସଓ୍ବାଇ ଜୟସିଂହ ୧୭୧୭ ରୁ ୧୭୨୫ ମଧ୍ୟରେ ଅଯୋଧ୍ୟାରେ ରାମ ଜନ୍ମସ୍ଥାନ ମନ୍ଦିର ନିର୍ମାଣ କରିଥିଲେ । ୧୭୭୬ରେ ନବାବ ବଜିର ଅସଫ-ଉଦ-ଦୋଲା ରାଜା ଭବାନୀ ସିଂହଙ୍କୁ ଅଯୋଧ୍ୟା ଓ ଜୟସିଂହପୁରା କାହାକୁ ଦଖଲ ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହି ଜମି ସବୁବେଳେ କଚ୍ଛବାହା ବଂଶ ଅଧୀନରେ ରହିବ ବୋଲି କହିଥିଲେ। ଜୟପୁର ରାଜ ପରିବାରର ପୂର୍ବ ରାଜମାତା ପଦ୍ମିନୀ ଦେବୀ ନିଜକୁ ରାମଙ୍କ ବଂଶଜ ବୋଲି କହିଛନ୍ତି ଓ ଏହି ମାମଲା ଶୀଘ୍ର ସମାଧାନ ହେବା ଲାଗି ଆଶା ପ୍ରକାଶ କରିଛନ୍ତି। ସବୁ ରେକର୍ଡ ପୋଥିଖାନାରେ ରହିଛି , ତଥାପି ଏହା ବିଚାରରେ କୌଣସି ବାଧା ଆଣୁ ବୋଲି ସେ ଚାହାନ୍ତି ନାହିଁ। କାରଣ, ଶ୍ରୀରାମ ସମସ୍ତଙ୍କ ଅସ୍ଥାର ପ୍ରତୀକ ବୋଲି ସେ କହିଛନ୍ତି। ଏହାବ୍ୟତୀତ ଜୟପୁର ରାଜବଂଶର ପୂର୍ବ ରାଜକୁମାରୀ ଦିୟାକୁମାରୀ କହନ୍ତି,ସାରା ଦୁନିଆରେ ଭଗବାନ ଶ୍ରୀରାମଙ୍କ ବଂଶଜ ରହିଛନ୍ତି। ଆମେ ବି ସେଥିରେ ରହିଛୁ ଯିଏ କି ରାମଙ୍କ ପୁଅ କୁଶଙ୍କ ବଂଶଜ। ଏହା ଇତିହାସରୁ ସ୍ପଷ୍ଟ ଜଣାପଡେ। ତଥାପି ରାମ ମନ୍ଦିର ଶୁଣାଣି ଶୀଘ୍ର ହେଉ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?