ଜୟପୁରରେ ପ୍ରତିଷ୍ଠା ହେବ ସ୍ବତନ୍ତ୍ର ଜେଲ

ଜୟପୁର,୮ା୮(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରରେ ସ୍ବତନ୍ତ୍ର ଜେଲ ପ୍ରତିଷ୍ଠା ଦାବି ଦୀର୍ଘଦିନରୁ ହୋଇଆସୁଛି। ଏଥିପାଇଁ ଜେଲ ଏଡିଜି ମହେନ୍ଦ୍ର ପ୍ରତାପ ଗତ ୫ ତାରିଖରେ ଜେଲ୍‌ ପ୍ରତିଷ୍ଠା ଲାଗି ସହରାଞ୍ଚଳ କିମ୍ବା ଏହାର ଆଖପାଖରେ ୨୦ ଏକର ଜମି ଯୋଗାଇଦେବା ପାଇଁ କୋରାପୁଟ ଜିଲାପାଳଙ୍କୁ ଚିଠି କରିଛନ୍ତି। ଏଥିପାଇଁ ତହସିଲଦାର ଜୟପୁର ଓ ଆଖାପଖ ଅଞ୍ଚଳର ୨ରୁ ୩ଟି ଜମି ମଧ୍ୟ ଚିହ୍ନଟ କରିଛନ୍ତି। ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ଯୋଗୁ ସୁରକ୍ଷା ଦୃଷ୍ଟିରୁ ଗୃହ ବିଭାଗର ଉଚ୍ଚ ଅଧିକାରୀ ଏହାର ଯାଞ୍ଚ କରିବା ପରେ କେଉଁଠାରେ ଜେଲ୍‌ ନିର୍ମାଣ ହେବ, ଚୂଡ଼ାନ୍ତ ନିଷ୍ପତ୍ତି ନେବେ।
୧୯୫୦ରେ ଜୟପୁର ଉପକାରାଗାର (ସବଜେଲ) ପ୍ରତିଷ୍ଠା ହୋଇଛି। ତେବେ ଏଠାରେ କଏଦୀଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ଜୟପୁର ଟାଉନ, ସଦର, ମହିଳା, ବୈପାରୀଗୁଡ଼ା, ବୋରିଗୁମ୍ମା, ବିସିଙ୍ଗପୁର, କୁନ୍ଦୁରା ଓ କୋଟପାଡ଼ ଥାନା ବିଭିନ୍ନ ଅଭିଯୁକ୍ତଙ୍କୁ ଜୟପୁର ସବ୍‌ଜେଲକୁ ଚାଲାଣ କରୁଛି। ଫଳରେ ଏହି ଜେଲରେ କ୍ଷମତାଠାରୁ ଦୁଇଗୁଣା ବିଚାରାଧୀନ କଏଦୀ ରହୁଛନ୍ତି। ଏହି କାରଣରୁ ଏହି ଜେଲକୁ ଅପଗ୍ରେଡ କରାଯିବା ସହ ରାଉରକେଲା ଏବଂ ଭୁବନେଶ୍ୱର ଭଳି ସ୍ବତନ୍ତ୍ର ଜେଲ ଭାବେ ଘୋଷଣା କରାଯିବା ପାଇଁ ବିଭିନ୍ନ ସମୟରେ ଦାବି ହେଉଥିଲା। ଏଠାରେ ୧୫୩ ଜଣ ବିଚାରାଧୀନ କଏଦୀଙ୍କ ପାଇଁ ରହିବା ବ୍ୟବସ୍ଥା ଅଛି। ଗୁରୁବାର ସୁଦ୍ଧା ୩୦୫ ଜଣ କଏଦୀ ରହୁଥିବା ଜଣାପଡ଼ିଛି। ସେଥିରୁ ୯୭ ଜଣ କେବଳ ଗଞ୍ଜେଇ ଚାଲାଣ ଅଭିଯୋଗରେ ବିଚାରାଧୀନ କଏଦୀ ରହିଛନ୍ତି। ଗତ ଜୁନ୍‌ରେ ଆବଶ୍ୟକତାଠାରୁ ଅଧିକ କଏଦୀ ଥିବା ଯୋଗୁ ୮୨ ଜଣ ଅନ୍ତେବାସୀଙ୍କୁ କୋରାପୁଟ ସର୍କଲ ଜେଲକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଛି ା କିନ୍ତୁ ସେମାନଙ୍କ ମାମଲା ଜୟପୁରସ୍ଥିତ ବିଭିନ୍ନ କୋର୍ଟରେ ଥିବାବେଳେ ମାମଲା ଶୁଣାଣି ଆରମ୍ଭ ହେଲେ ସେମାନଙ୍କୁ ଏଠାକୁ ପୁନଃ ଅଣାଯାଉଛି ା ମାନବାଧିକାର ସିଟିଜେନ କମିଶନର ଆଇନ ପରାମର୍ଶଦାତା ଅନୁପ ପାତ୍ର ଏହି ସମସ୍ୟା ନେଇ ଏଡିଜିଙ୍କୁ ୯ ମାସ ତଳେ ଜଣାଇଥିଲେ। ସେହିପରି ଜୟପୁରରୁ ୨୧ କିମି ଦୂର ବୋରିଗୁମ୍ମାରେ ଜେଏମ୍‌ଏଫ୍‌ସି କୋର୍ଟ ସ୍ଥାପନ କରାଯାଇଛି। କିନ୍ତୁ ଏହି କୋର୍ଟର ବିଚାରାଧୀନ କଏଦୀଙ୍କୁ ୨୮ କିମି ଦୂର କୋଟପାଡ଼ ଜେଲରେ ରଖିବା ବଦଳରେ ନେବାଆଣିବା ବଦଳରେ ସୁରକ୍ଷା ବ୍ୟବସ୍ଥା ନ ଥିବା ଦର୍ଶାଇ ଜୟପୁର ସବଜେଲରେ ରଖାଯାଉଛି। କୋଟପାଡ଼ ଜେଲରେ ୧୯୭ କଏଦୀ ରହିବା ବଦଳରେ ୨୭ ଜଣ ରହୁଛନ୍ତି। ଏନେଇ ଜୟପୁର ସବଜେଲ ସୁପରିଣ୍ଟେଣ୍ଡେଣ୍ଟ ଲଲାଟେନ୍ଦୁ ଭୂଷଣ ଦାସ କହିଛନ୍ତି, ଜୟପୁର ସହର କିମ୍ବା ଆଖାପଖ ଅଞ୍ଚଳର ୨୦ ଏକର ଜମିରେ ନୂଆଜେଲ ନିର୍ମାଣ କରାଯିବ ା ଉପଯୁକ୍ତ ଜମି ଚିହ୍ନଟ ସହ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଛି। ଦକ୍ଷିଣ ଓଡ଼ିଶାରେ ଏହିପରି ସ୍ବତନ୍ତ୍ର ଜେଲ ହେବାର ଆବଶ୍ୟକତା ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପଦକ୍ଷେପ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri