ଜ୍ୱର ରୋଗୀଙ୍କୁୁ ଛୁଇଁବାକୁ ଡର

ରାଞ୍ଚି: କରୋନା ଏବେ ଲୋକଙ୍କ ମନରେ ଏଭଳି ଭୟ ପୂରାଇ ଦେଇଛି ଯେ, ସାଧାରଣ ଜ୍ୱର ରୋଗୀଙ୍କୁ ବି ଦେଖିଲେ ଭୟରେ ଛୁଇଁବାକୁ ଇଚ୍ଛା କରୁନାହାନ୍ତି ଲୋକେ। ଏମିତି ଏକ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ରାଞ୍ଚିରେ। ଏହି ଅଞ୍ଚଳର କଟକାୟା ବଗିଚା ଟୋଲି ନିବାସୀ ୨୧ ବର୍ଷୀୟ ଯୁବକଙ୍କୁ ପ୍ରବଳ ଜ୍ୱର ହେବା ସହ ପେଟ ଯନ୍ତ୍ରଣା ହେଉଥିଲା। ତେଣୁ ସେ ରାୟଡିହରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ଆମ୍ବୁଲାନ୍ସକୁ ଫୋନ୍‌ କରି ଡକାଇଥିଲେ। କିନ୍ତୁ ଯୁବକଙ୍କ ଅବସ୍ଥା ଦେଖି ଆମ୍ବୁଲାନ୍ସର ଡ୍ରାଇଭର ସମ୍ପୃକ୍ତ ଯୁବକଙ୍କୁ କରୋନା ହୋଇଥିବା ସନ୍ଦେହ କରିଥିଲେ। ଏହାପରେ ତାଙ୍କ ପରିବାର ଲୋକଙ୍କଠାରୁ ଜାଣିଥିଲେ କି, ଯୁବକଜଣକ ଦିଲ୍ଲୀରୁ ଫେରିଛନ୍ତି। ଏକଥା ଶୁଣିବା ମାତ୍ରେ ଡ୍ରାଇଭରଜଣକ କରୋନା ସନ୍ଦେହ କରି ତୁରନ୍ତ ଫେରି ଯାଇଥିଲେ। ଏହାପରେ ପୁଣି କେତେ ଘଣ୍ଟା ପରେ ଯୁବକ ପୁଣି ଥରେ ଏକ ଆମ୍ବୁଲାନ୍ସ ଡକାଇ ହସ୍‌ପିଟାଲ୍‌ ଆସିଥିଲେ। ମାତ୍ର ଅବସ୍ଥା ଗମ୍ଭୀର ଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ମୃତ୍ୟୁ ପରେ ବି ଯୁବକଙ୍କୁ କରୋନା ହୋଇଥିବା ସନ୍ଦେହ କରି କେହି ତାଙ୍କ ମୃତଦେହକୁ ଛୁଇଁବାକୁ ପ୍ରସ୍ତୁତ ହୋଇନଥିଲେ। କରୋନା ଭାଇରସ୍‌ ଯୋଗୁ ଲୋକମାନେ ଏବେ ଏଭଳି ଆତଙ୍କ ମଧ୍ୟରେ ଜୀବନ ବିତାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

‘ପାଗଳ ଟ୍ରମ୍ପଙ୍କ ଆକ୍ରମଣ ବନ୍ଦ କର’: କାହାକୁ ଏମିତି କହିଲେ ପୂର୍ବତନ UN ପରମାଣୁ ନୀରିକ୍ଷଣ ମୁଖ୍ୟ

ଓ୍ବାଶିଂଟନ,୫।୪: ଜାତିସଂଘର ପରମାଣୁ ପ୍ରତ୍ୟକ୍ଷ ସଂସ୍ଥାର ପୂର୍ବତନ ମୁଖ୍ୟ ଶନିବାର ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟପ୍ରାଚ୍ୟକୁ ଅଗ୍ନିଗୋଲାରେ ପରିଣତ କରିବାରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ରୋକିବା ପାଇଁ ଅନୁରୋଧ କରିଛନ୍ତି।…

ବୁଶେହର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ପରେ ଇରାନର ବଡ଼ ଚେତାବନୀ, କହିଲା ଧ୍ୱଂସ ହୋଇଯିବ ଉପସାଗରୀୟ ରାଷ୍ଟ୍ର

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ଉଭୟ ପକ୍ଷରୁ ପରସ୍ପରର ସ୍ଥିତି ଉପରେ ନିରନ୍ତର ଆକ୍ରମଣ ଜାରି ରହିଛି।…

ଧରିତ୍ରୀର ବଡ଼ ପ୍ରଭାବ: ୭୭ ବର୍ଷର ଅନ୍ଧାର ଚିରି ପହଞ୍ଚିଲା ପ୍ରଶାସନ, ବିକାଶ ଆଶାରେ କେନ୍ଦୁଗୁଡ଼ା-କନ୍ଦାଗୁଡ଼ା

ଥୁଆମୁଳ ରାମପୁର,୫।୪(ଦୁର୍ଗା କୀର୍ତ୍ତି): ସାମ୍ବାଦିକତା ଯେତେବେଳେ ସମାଜର ଅନ୍ତିମ ପାହାଚରେ ଥିବା ମଣିଷର ସ୍ୱର ସାଜେ, ସେତେବେଳେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ। ଏହାର ଏକ…

ଯୁଦ୍ଧ ମଧ୍ୟରେ ଭିଡ଼ିଓ ଜାରି କରି ବଡ଼ ଦାବି କଲେ ଟ୍ରମ୍ପ, କହିଲେ ‘ଜୀବିତ ନାହାଁନ୍ତି ଇରାନର ଟପ କମାଣ୍ଡର’

ଓ୍ବାଶିଂଟନ,୫।୪: ମଧ୍ୟପ୍ରାଚ୍ୟରେ ବଢୁଥିବା ସଂଘର୍ଷ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ତେହରାନ ବିରୁଦ୍ଧରେ କରାଯାଇଥିବା ଏକ ବଡ଼ ଆକ୍ରମଣରେ ଇରାନର ଅନେକ…

ଦ୍ୱିତୀୟ F-15E ପାଇଲଟଙ୍କୁ ଉଦ୍ଧାର କଲା ଆମେରିକା, ଟ୍ରମ୍ପ କହିଲେ ଆମେ ଆମର ଯୋଦ୍ଧାଙ୍କୁ…

ଓ୍ବାଶିଂଟନ,୫।୪: ଗ୍ରାଉଣ୍ଡ ଅପରେଶନ ସମୟରେ ଆମେରିକା ଏହାର ଦ୍ୱିତୀୟ ପାଇଲଟଙ୍କୁ ଠାବ କରିଛି । ଦେଶରେ ସାମରିକ ଅଭିଯାନ ସମୟରେ ଇରାନ ଦ୍ୱାରା ଏକ ଆମେରିକୀୟ F-15E…

କେନ୍ଦୁଘାଟିରେ ଓଲଟିଲା କୋଳଥ ବୋଝେଇ ଟ୍ରକ୍‌: ଡ୍ରାଇଭର ଗୁରୁତର 

ମୋହନା,୫।୪(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟ କେନ୍ଦୁଘାଟି ବୁଲାଣିରେ ଦୁର୍ଘଟଣା ଘଟିଛି। ସୂଚନା ପ୍ରକାରେ ବ୍ରହ୍ମପୁରଠାରୁ ଏକ କୋଳଥ ବୋଝେଇ ଟ୍ରକ ଜୟପୁର…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri