ଜେଟ୍‌ ଏୟାରଓ୍ବେଜର ନିୟନ୍ତ୍ରଣ ନେବାକୁ ଅଣ୍ଟା ଭିଡ଼ିଲେ କର୍ମଚାରୀ

ନୂଆଦିଲ୍ଲୀ,୩୦-୪: ବୁଡ଼ି ଯାଇଥିବା ଏୟାରଲାଇନ କମ୍ପାନୀ ଜେଟ୍‌ ଏୟାରଓ୍ବେଜକୁ ପୁନର୍ବାର ଛିଡା କରିବା ଲାଗି ଏବେ କର୍ମଚାରୀମାନେ ଅଣ୍ଟା ଭିଡ଼ିଛନ୍ତି। ବାହାର ନିବେଶକଙ୍କଠାରୁ ୩ ହଜାର କୋଟି ଟଙ୍କା ଏବଂ କର୍ମଚାରୀ ଷ୍ଟକ୍‌ ଅପ୍‌ସନ ମାଧ୍ୟମରେ ୪ ହଜାର କୋଟି ଟଙ୍କା ଏଭଳି ମୋଟ ୭ ହଜାର କୋଟି ଟଙ୍କା ଯୋଗାଡ଼ କରାଯିବ ବୋଲି ସେମାନେ କହିଛନ୍ତି। ଏୟାରଲାଇନ କର୍ମଚାରୀ ଗୋଷ୍ଠୀ ପକ୍ଷରୁ ଏସ୍‌ବିଆଇ ଅଧ୍ୟକ୍ଷ ରଜନୀଶ କୁମାରଙ୍କୁ ଏ ସଂକ୍ରାନ୍ତରେ ଏକ ପତ୍ର ଲେଖାଯାଇ ବିଡ଼ ପ୍ରକ୍ରିୟାରେ ସାମିଲ ହେବାକୁ ଅନୁମତି ଲୋଡାଯାଇଛି।

ସୋସାଇଟି ଫର୍‌ ଓ୍ବେଲଫେୟାର ଅଫ୍‌ ଇଣ୍ଡିଆନ ପାଇଲଟ୍ସ(ସ୍ବିପ୍‌) ସାଧାରଣ ସମ୍ପାଦକ ଅଶ୍ୱିନୀ ତ୍ୟାଗୀ, ଜେଟ୍‌ ଏୟାରକ୍ରାଫ୍‌ଟ ମେଣ୍ଟେନାନ୍ସ ଇଞ୍ଜିନିୟର୍ସ ଓ୍ବେଲଫେୟାର ଆସୋସିଏଶନ (ଜେଏଏମ୍‌ଇଡବ୍ଲ୍ୟୁଏ) ସଭାପତି ଆଶିଷ କୁମାର ମହାନ୍ତି ଏବଂ ସିନିୟର ଭାଇସ ପ୍ରେସିଡେଣ୍ଟ(ଅପରେସନ୍ସ) ପି.ପି.ସିଂହଙ୍କ ପକ୍ଷରୁ ମିଳିତ ଭାବେ ଏହି ପ୍ରସ୍ତାବ ଦିଆଯାଇଛି। ବାହାର ନିବେଶକଙ୍କ ସହ ମିଶି ସେମାନେ ଜେଟ୍‌ ଏୟାରଓ୍ବେଜକୁ ପୁନରୁଜ୍ଜୀବିତ କରିବା ପାଇଁ କାମ କରିବେ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି। ବିଭିନ୍ନ କର୍ମଚାରୀ ଗ୍ରୁପ୍‌ ଏବଂ ଅତୀତରେ ମ୍ୟାନେଜମେଣ୍ଟ ସହ ସମ୍ପୃକ୍ତ ଥିବା କର୍ମଚାରୀଙ୍କ ସହ ଆଲୋଚନା ପରେ ଜେଟ୍‌ ଏୟାରଓ୍ବେଜର ମ୍ୟାନେଜମେଣ୍ଟ ଦାୟିତ୍ୱ କର୍ମଚାରୀଙ୍କ ଏକ କନସୋର୍ଟିୟମ ହାତରେ ଦେବାକୁ ପତ୍ରରେ  ଅନୁରୋଧ କରାଯାଇଛି। ତେବେ ଏହି ଗ୍ରୁପ୍‌କୁ ବର୍ତ୍ତମାନର ମ୍ୟାନେଜମେଣ୍ଟର ସମର୍ଥନ ନ ଥିବା ଦର୍ଶାଯାଇଛି। କାରଣ ଏହି ମ୍ୟାନେଜମେଣ୍ଟ ଏବେ ସୁଦ୍ଧା ନରେଶ ଗୋୟଲଙ୍କ ପ୍ରତି ଅନୁରକ୍ତ ଅଛନ୍ତି ବୋଲି ସେମାନେ କହିଛନ୍ତି। କର୍ମଚାରୀଙ୍କ ଦ୍ୱାରା ୧୯୯୪ରେ ୟୁନାଇଟେଡ ଏୟାରଲାଇନ୍ସକୁ ପୁନରୁଜ୍ଜୀବିତ କରାଯାଇଥିଲା ବୋଲି ସେମାନେ ପତ୍ରରେ ଉଦାହରଣ ଦେଇଛନ୍ତି। ଏସ୍‌ବିଆଇ ଅଧ୍ୟକ୍ଷଙ୍କୁ ଲେଖାଯାଇଥିବା ମିିଳିତ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ପ୍ରାରମ୍ଭିକ ଅନୁମାନ ମୁତାବକ, ୫ ବର୍ଷୀୟ ଏମ୍ପ୍ଲୟି ଷ୍ଟକ୍‌ ଓନରସିପ୍‌ ପ୍ରୋଗ୍ରାମ(ଇସପ୍‌) ମାଧ୍ୟମରେ ପ୍ରାୟ ୪ ହଜାର କୋଟି ଟଙ୍କା ଯୋଗାଡ଼ ହୋଇଯିବ। ଏହାବ୍ୟତୀତ ବାହ୍ୟ ନିବେଶକଙ୍କ ଦ୍ୱାରା ପ୍ରାୟ ୩ହଜାର କୋଟି ଟଙ୍କା ଯୋଗାଡ ହୋଇଯିବ। ସୂଚନାଥାଉ କି, ଜେଟ୍‌ ଏୟାରଓ୍ବେଜର ଋଣପ୍ରଦାନକାରୀ ଏବେ ବକେୟା ଅସୁଲ ଲାଗି ବିଡ଼୍‌ ଆହ୍ବାନ କରିଛନ୍ତି। ଏଟିହାଦ ଏୟାରଲାଇନ୍ସ, ଟିପିଜି ଏବଂ ଏନ୍‌ଆଇଆଇଏଫ୍‌ ଏଥିପାଇଁ ଆଗ୍ରହ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri