ଜେଇଙ୍କୁ ଦୁର୍ବ୍ୟବହାର ମାମଲା: ବିଧାୟକଙ୍କ ଗିରଫ ଦାବି

ଢେଙ୍କାନାଳ ଅଫିସ, ୧୨।୬- କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ବଲାଙ୍ଗୀର ଜିଲା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଦୁର୍ବ୍ୟବହାର ଏବଂ ସର୍ବସମ୍ମୁଖରେ ବସ୍‌ଉଠ କରାଇବା ଘଟଣାକୁ ଦୃଢ଼ ନିନ୍ଦା କରିଛି ଢେଙ୍କାନାଳ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବାସଂଘ। ଆଇନ ହାତକୁ ନେଇଥିବା ବିଧାୟକଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି। ଏ ନେଇ ସଂଘର ସଦସ୍ୟମାନେ ମଙ୍ଗଳବାର ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବିଳମ୍ବ ହେଲେ ବିକଳ୍ପ ପନ୍ଥା ଗ୍ରହଣ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଦାବିପତ୍ର ପ୍ରଦାନ ବେଳେ ଅତିରିକ୍ତ ମଣ୍ଡଳ ସମ୍ପାଦକ ସୁଦର୍ଶନ ଜେନା, ଜିଲା କମିଟି ଉପଦେଷ୍ଟା ରବି ନାରାୟଣ ସାମନ୍ତରାୟ, ସଭାପତି ଅନାମ ଚରଣ ସାହୁ, ଉପସଭାପତି ବୀରେନ୍ଦ୍ର ବେହେରା, ସମ୍ପାଦକ ରବୀନ୍ଦ୍ରନାଥ ସେଠୀ, ଅର୍ଥ ସମ୍ପାଦକ ଧୀରେନ୍ଦ୍ର ସାହୁ, ସଦସ୍ୟ ଦିଗମ୍ବର ସାହୁ, ଦୀପ୍ତିଭୂଷଣ ଭଞ୍ଜ, କାମାକ୍ଷାନଗର ଡିଭିଜନ କମିଟି ସଭାପତି ଇଂ. ନିରୋଜ କିଶୋର ବେହେରା, ଉପସଭାପତି ପ୍ରମୋଦ ସ୍ବାଇଁ, ସମ୍ପାଦକ ମନୋଜ ଦାସ, ଅର୍ଥ ସମ୍ପାଦକ କମଳ ଲୋଚନ ତରାଇ, ସଙ୍ଗଠନ ସମ୍ପାଦକ ଶରତ ଚନ୍ଦ୍ର ମଲ୍ଲିକ, ସଦସ୍ୟ ସୁଶୀଲ ମୁର୍ମୁ, ଗିରୀଶ ବିହାରୀ ଦାସ, ଭାଗ୍ୟବନ୍ତ ଶବର, ନୀଳମଣି ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।