ଜୁଲାଇରୁ ସ୍କୁଲ ଖୋଲିବାକୁ ଯୋଜନା

ନୂଆଦିଲ୍ଲୀ,୨୬ା୫: ଲକ୍‌ଡାଉନ ପରେ ପ୍ରଥମେ ଗ୍ରୀନ୍‌ ଓ ଅରେଞ୍ଜ ଜୋନ୍‌ରେ ସ୍କୁଲ ଖୋଲିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ସ୍କୁଲକୁ ଆସିବେ ନାହିଁ। ୩୦ ପ୍ରତିଶତ ଉପସ୍ଥାନରେ ସାମାଜିକ ଦୂରତ୍ୱ ରକ୍ଷା କରି ଶିକ୍ଷାଦାନ କରାଯିବ। ଛୋଟ ପିଲାମାନେ ସୁରକ୍ଷା ନିୟମ ପାଳନ କରି ନ ପାରନ୍ତି। ତେଣୁ ସେମାନଙ୍କୁ ଘରେ ରହି ପାଠ ପଢ଼ିବାକୁ କୁହାଯିବ। ଏନେଇ ଚଳିତ ସପ୍ତାହ ଶେଷ ଭାଗରେ ସରକାର ଗାଇଡ୍‌ଲାଇନ ଆଣିପାରନ୍ତି। ସମସ୍ତ ସମ୍ପୃକ୍ତ ମନ୍ତ୍ରଣାଳୟ ସହମତ ହେଲେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
କରୋନା ସଂକ୍ରମଣ ଯୋଗୁ ମାର୍ଚ୍ଚ ୧୬ରୁ ସାରା ଦେଶରେ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଛି। ଫଳରେ ପିଲାମାନଙ୍କ ଶିକ୍ଷା ଗୁରୁତର ବାଧାପ୍ରାପ୍ତ ହୋଇଛି। ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ସ୍କୁଲ ଖୋଲିବ। ଯେତେଦୂର ସମ୍ଭବ ଜୁଲାଇରେ ସ୍କୁଲ ଖୋଲିପାରେ। ସାମାଜିକ ଦୂରତ୍ୱ ରକ୍ଷା ଲାଗି ଆବଶ୍ୟକ ହେଲେ ଦୁଇଟି ସିଫ୍ଟରେ ସ୍କୁଲ ଖୋଲିବା କଥା ବିଚାର କରାଯାଉଛି। ସ୍କୁଲରେ ପ୍ରାର୍ଥନା ସଭା କିମ୍ବା କୌଣସି ସମାବେଶକୁ ଅନୁମତି ଦିଆଯିବ ନାହିଁ। ସ୍କୁଲ ଓ କଲେଜ ଲାଗି ନିରାପତ୍ତା ଗାଇଡ୍‌ଲାଇନ ଉପରେ କାର୍ଯ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତି ପରେ ଭାରତୀୟଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ, ହେଲ୍‌ପଲାଇନ ନମ୍ବର ଜାରି କରି…

ତେହରାନ,୮ା୪: ଇରାନରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ ତେହରାନର ଭାରତୀୟ ଦୂତାବାସ ବୁଧବାର ଏକ ନୂଆ ସୁରକ୍ଷା ପରାମର୍ଶ ଜାରି କରିଛି। ଏଥିରେ ଇରାନରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

‘ହର୍ମୁଜ ପ୍ରଣାଳୀରେ ଆମେରିକା… ’, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ନୂଆ ବାର୍ତ୍ତା ଶୁଣି ଇରାନ ଖୁସିରେ ଗଦ୍‌ଗଦ୍‌

ଓ୍ବାଶିଂଟନ୍‌,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ଦୁଇ ସପ୍ତାହ ପାଇଁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri