Posted inଜାତୀୟ

ଜୁମ୍‌ ଆପ୍‌ ଉପରେ କଟକଣା: କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ,୨୩।୫: ଜୁମ୍‌ ଆପ୍‌ ଉପରେ କଟକଣା ଜାରି କରିବା ଲାଗି ହୋଇଥିବା ଏକ ଆବେଦନ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ଆସନ୍ତା ୪ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଏସମ୍ପର୍କରେ ନିଜର ଉତ୍ତର ରଖିବାକୁ କୁହାଯାଇଛି। ଜୁମ୍‌ ଆପ୍‌କୁ ବ୍ୟକ୍ତିଗତ ଅବା କାର୍ଯ୍ୟାଳୟରେ ବ୍ୟବହାର ନ କରାଯିବାକୁ ଦାଖଲ ହୋଇଥିବା ଏକ ମାମଲାର ଶୁଣାଣି କରି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେ ଏଭଳି ରାୟ ଦେଇଛନ୍ତି। ଜୁମ୍‌ ଆପ୍‌ ବ୍ୟବହାରରେ ଗୁପ୍ତତଥ୍ୟର ସୁରକ୍ଷା ବିପନ୍ନ ହେଉଥିବା ଦାଖଲ ମାମଲାରେ ପ୍ରଶ୍ନ କରାଯାଇଥିଲା। ସୂଚନାଯୋଗ୍ୟ, ଇଣ୍ଡିଆନ୍‌ କମ୍ପ୍ୟୁଟର ଏମରଜେନ୍ସି ଟିମ୍‌ ପକ୍ଷରୁ ଜୁମ୍‌ ଆପ୍‌ ବ୍ୟବହାର ଦ୍ୱାରା ସାଇବର ସୁରକ୍ଷା ଆଶଙ୍କାଥିବା ନେଇ ବ୍ୟବହାରକାରୀଙ୍କ ଲାଗି ପୂର୍ବରୁ ସତର୍କ ସୂଚନା ଜାରି କରାଯାଇଛି। ତେବେ ବି ଏହାର ବହୁଳ ବ୍ୟବହାର ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଶ୍ଚର୍ଯ୍ୟ! ବାହାଘର ରିଟର୍ନ ଗିଫ୍ଟ ଦେଖି ଛାନିଆ ହେଲେ ଗାଁ ଲୋକେ, ଯିଏ ଶୁଣିଲା…

ମୁମ୍ବାଇ,୨୬।୫: ବିବାହରେ ଅତିଥିମାନଙ୍କୁ ପ୍ରତିଦାନ(ରିଟର୍ନ) ଉପହାର ଦେବାର ପ୍ରଥା ଏକ ବହୁ ପୁରୁଣା ପରମ୍ପରା । ତେବେ ମହାରାଷ୍ଟ୍ରର ନାନ୍ଦେଡ଼ ଜିଲାରେ ସମ୍ପ୍ରତି ଅନୁଷ୍ଠିତ ଏକ ବିବାହ…

ଭଞ୍ଜ ରାଜବଂଶର ସ୍ମୃତି : ଲୋକଙ୍କ ଦାନରେ ଚାଲିଛି କୁଲାଡ ଜଗନ୍ନାଥ ମନ୍ଦିର

ଭଞ୍ଜନଗର,୨୬।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଘୁମୁସର ଭଞ୍ଜ ରାଜବଂଶର ସ୍ମୃତି ଭାବେ ପରିଚିତ କୁଲାଡ ଜଗନ୍ନାଥ ମନ୍ଦିର ୧୭୬୦ ମସିହାରେ ନିର୍ମାଣ ହୋଇଥିଲା। ସେ ସମୟରେ ମନ୍ଦିର ପରିଚାଳନା…

କୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: କହୁ କହୁ ବଡ କଥା କହିଦେଲେ ମନ୍ତ୍ରୀ, ନୂତନ ମନ୍ତ୍ରିମଣ୍ଡଳରେ….

ଭୁବନେଶ୍ୱର,୨୬।୫: ଓଡ଼ିଶାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ମଧ୍ୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବଡ ଅପଡେଟ ଦେଇଛନ୍ତି। ସେ କହିଛନ୍ତି ଯେ, କୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ…

ପୁଣି କରୋନା ଭଳି ହେବ ଲକ୍‌ଡାଉନ! ଇବୋଲା ଭୂତାଣୁକୁ ନେଇ ଭାରତରେ ହାଇଆଲର୍ଟ: ଜାଣନ୍ତୁ ସରକାରଙ୍କ ଗାଇଡଲାଇନ

ନୂଆଦିଲ୍ଲୀ, ୨୬।୫: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ଏକ ବୈଠକରେ ଇବୋଲା ନିବାରଣ, ନିରୀକ୍ଷଣ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ସମୀକ୍ଷା କରାଯାଇଛି। କେନ୍ଦ୍ର…

ନୀତିନ ନବୀନଙ୍କୁ ଭେଟିଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୬।୫: ଭାଜପାରେ ଆନୁଷ୍ଠାନିକ ଭାବେ ଯୋଗଦାନ  ପରେ ଦେବାଶିଷ ସାମନ୍ତରାୟ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି। ସୂଚନା ଅନୁସାରେ, ଦେବାଶିଷ ସାମନ୍ତରାୟ ଭାଜପାରେ ଯୋଗଦାନ…

ଭଡ଼ା ଘରୁ ମିଳିଲା ଯୁବତୀଙ୍କ ମୃତଦେହ: ହତ୍ୟା ନା ଆତ୍ମହତ୍ୟା?

ଭୁବନେଶ୍ୱର,୨୬।୫: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ପାହାଳ ଅଞ୍ଚଳ ଏକ ଭଡ଼ା ଘରୁ ପୋଲିସ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବତୀ ଜଣକ ଭଦ୍ରକ ବାସୁଦେବପୁର…

ଜିଲାପାଳଙ୍କୁ ବାସି ଜଳଖିଆ ଦେଇ ଫସିଲେ ହୋଟେଲ ମାଲିକ, ପ୍ରଶାସନର ଏକ ଟିମ ହୋଟେଲରେ ପହଞ୍ଚି…

ନବରଙ୍ଗପୁର,୨୬।୫(ସଦାଶିବ ପ୍ରହରାଜ):, ନବରଙ୍ଗପୁର ଜିଲା ରାଇଘର ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଯୁଗ୍ମ ଜନ ଶୁଣାଣିବେଳେ ଜିଲାପାଳ ମହେଶ୍ବର ସ୍ବାଇଁଙ୍କୁ ବାସି ଏବଂ ନିମ୍ନମାନର ଜଳଖିଆ ପ୍ରଦାନ ଘଟଣାକୁ…

ଇନଷ୍ଟାଗ୍ରାମରୁ ୨୦୦ ପୋଷ୍ଟ ଡିଲିଟ୍ କଲେ ଅର୍ଶଦୀପ; DP ମଧ୍ୟ ବଦଳାଇଲେ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ,୨୬।୫: IPL ୨୦୨୬ରେ ପଞ୍ଜାବ କିଙ୍ଗସର ଅଭିଯାନ ସମାପ୍ତ ହେବା ସହିତ, ଅର୍ଶଦୀପ ସିଂଙ୍କ ପାଇଁ ମଧ୍ୟ ସିଜିନ୍ ଶେଷ ହୋଇଗଲା। ପଞ୍ଜାବ କିଙ୍ଗସ ଦଳର ସଦସ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri