ଜୀବନ ଜୀବିକା ଓ ଜୈବ ବିବିଧତା

”ମଣିଷ ଏବେ ଉଭା ହୋଇପଡ଼ିଛି ପ୍ରକୃତିର ପ୍ରଧାନ
ପ୍ରତିଦ୍ୱନ୍ଦ୍ୱୀ ରୂପେ । ସଂପ୍ରତି ମଣିଷ ସଂଘର୍ଷରତ ଉଦ୍ଭିଦଜଗତ ସହ, ସଂଘର୍ଷରତ ପ୍ରାଣିଜଗତ ସହ ଏବଂ ଏପରି କି ସଂଘର୍ଷରତ ଜଳ, ବାୟୁ, ମୃତ୍ତିକା, ପ୍ରସ୍ତର ଆଦି ନିର୍ଜୀବ ଜଗତ ସହ ମଧ୍ୟ । ଏହାର ଫଳସ୍ବରୂପ ଏବେ ଲୋପ ପାଇଚାଲିଛି ଜଙ୍ଗଲ । ଶୁଖିଗଲାଣି ସୁନାବ୍ୟା ନଦୀ । ବିଲୁପ୍ତ ହୋଇ ଚାଲିଛନ୍ତି ଜୀବଜନ୍ତୁ, ମୃତ୍ତିକା ହରେଇ ବସିଛି ତା’ର ଉତ୍ପାଦିକା ଶକ୍ତି ଏବଂ ଜଳବାୟୁ ହୋଇପଡ଼ିଲାଣି ବାଉଳା । ତେଣୁ ପୃଥିବୀର ଜୈବବୈଚିତ୍ର୍ୟ ଏବେ ଶୋଚନୀୟ ଭାବରେ ବିପନ୍ନ ।“

ଜୈବ ବିବିଧତା ବୋଇଲେ କ’ଣ ? ପରିବେଶର ସନ୍ତୁଳନକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଜାତିର ପ୍ରାଣୀ ଉଦ୍ଭିଦର ସହାବସ୍ଥାନକୁ ଜୈବ ବିବିଧତା ବୋଲି କୁହାଯାଏ । ଆମେ ଜାଣୁ ଯେ ସବୁ ପ୍ରକାରର ଉଦ୍ଭିଦ ସମାନ ନୁହନ୍ତି କି ସବୁ ପ୍ରକାରର ପ୍ରାଣୀ ମଧ୍ୟ ସମାନ ନୁହନ୍ତି । ସମାନ ବି ନୁହନ୍ତି ସବୁ ପ୍ରକାରର ଅଣୁଜୀବ ା ଏପରି କି ଏକା ମା’ ପେଟରୁ ଜନ୍ମ ନେଇଥିବା ସବୁ ଭାଇ ଭଉଣୀଙ୍କ ମଧ୍ୟରେ ସମାନତା ପରିଲକ୍ଷିତ ହୋଇ ନ ଥାଏ।
ପ୍ରାଣୀ ଓ ଉଦ୍ଭିଦଗୁଡିକ ଦେଖିବାକୁ ମିଳେ ମେରୁଭୂମିରେ ହ୍ରଦ ଓ ଝରଣା ଇତ୍ୟାଦିରେ ଆବାସ ସ୍ଥଳୀ ଭେଦରେ ସେମାନଙ୍କଠାରେ ପରିଦୃଷ୍ଟି ହୁଏ ଭିନ୍ନତା।
ହେଲେ ନିଜକୁ ପଚାରନ୍ତୁ ତ ପୃଥିବୀର ଏତେ ପ୍ରକାରର ଜୈବ ବୈଚିତ୍ର୍ୟ ବା ବିବିଧତା ସୃଷ୍ଟି କରିଛି କିଏ ? ବିବିଧତାର ଜନନୀ ହେଉଛି ମୁଖ୍ୟତଃ ପ୍ରକୃତି । କିନ୍ତୁ ସେହି ନାନା ଜାତିର ଉଦ୍ଭିଦ ଓ ପ୍ରାଣୀକୁ ପ୍ରକୃତି କାହିଁକି ସୃଷ୍ଟି କରିଛି ? ବରଗଛ ଭଳି ଆମ୍ବ ଗଛ ଓ ନଡିଆ ଗଛ ଭଳି ଗୋରୁ ମେଣ୍ଢା, ଛେଳି, ବାଘ, ଭାଲୁ ସିଂହ ହାତୀ ଭଳି ସୃଷ୍ଟି କରିଛି । କାହିଁକି ? କଙ୍ଗାରୁକୁ ବାହିକ ଜନ୍ମ ଦେଇଛି ଅଷ୍ଟ୍ରେଲିଆରେ ଏବଂ ତିମିକୁ ସମୁଦ୍ରରେ ା ସବୁଜାତିର ଉଦ୍ଭିଦ ଓ ସବୁ ଜାତିର ପ୍ରାଣୀଙ୍କୁ ସୃଷ୍ଟି କରିସାରି କାହିଁକି ସବା ଶେଷରେ ସୃଷ୍ଟି କରିଛି ମଣିଷକୁ ?
ପୁଣି କେତେ ଜାତିର ଉଦ୍ଭିଦ ଓ ପ୍ରାଣୀକୁ ଜନ୍ମ ଦେଇଛି ସେ ? ବାସ୍ତବରେ ଦେଖିବାକୁ ଗଲେ, ବିଜ୍ଞାନକୁ ନେଇ ବେଶ୍‌ ବଡେଇ କରୁଥିବା ବିଜ୍ଞ ମଣିଷ ପାଖରେ ଏସବୁ ପ୍ରଶ୍ନର ଠିକ୍‌ ଉତ୍ତର ନାହିଁ । ଏହାର ଉତ୍ତର କେବଳ ପ୍ରକୃତି ହିଁ ଦେଇ ପାରିବ । ତେବେ ପୃଥିବୀର ସମସ୍ତ ପ୍ରାଣୀ ଓ ସମସ୍ତ ଉଦ୍ଭିଦର ମଙ୍ଗଳ ସାଧନ କରିବା ହିଁ ପ୍ରକୃତ ସୃଷ୍ଟି ଜୈବ ବିବିଧତାର ଏକମାତ୍ର ଉଦ୍ଦେଶ୍ୟ । ସୁତରାଂ ଜବୈ ବିବିଧତାକୁ ନିଖୁଣ ନ ରଖିପାରିଲେ ଜୀବଜଗତର ସ୍ଥିତି ଯେ ଶୋଚନୀୟ ଭାବରେ ବିପନ୍ନ ହୋଇପଡିବ ଏଥିରେ କୌଣସି ସନ୍ଦେହ ନାହିଁ ।

କିନ୍ତୁ ଜବୈ ବିବିଧତାର ସ୍ଥିତି ସିନା ପ୍ରକୃତି, ହେଲେ ବଡ ପରିତାପର ବିଷୟ ଯେ ଜୈବ ବିବିଧତାକୁ ହ୍ରଦ ହାରରେ ହ୍ରାସ କରି ଚାଲିଛି ମଣିଷ ା କେବଳ ମାଂସ ଲୋଭରେ ପୃଥିବୀରୁ ସବୁ ଦିନ ପାଇଁ ନିଶ୍ଚିହ୍ନ ହୋଇଗଲା ଡୋଡୋ।
ବିଲୁପ୍ତ ହୋଇଥିବା ପାସେଞ୍ଜର ପାରା; କେବଳ ଚମଡ଼ା ଲୋଭରେ ମଣିଷ ବଂଶ ବୁଡେଇ ଦେଲା ମାମଥ୍‌, କ୍ୱାଗା ଓ ସମୁଦ୍ର ଗାଈର; ରଙ୍ଗବେରଙ୍ଗ ପରରେ ମୋହିଯାଇ ନାଶ କରିଦେଲା ଦୁଇଆ ପକ୍ଷୀର କୁଳ ଏବଂ ଶିକାର ସଉକ ଚରିତାର୍ଥ କରିବା ପାଇଁ ଲୋପ କରିଦେଲା ଭାରତୀୟ ଚିତାର ବଂଶ। ଏମାନେ ପ୍ରକୃତିକୁ ଆଉ ଫେରି ପାରିବେନି।
ମାତ୍ର ମଣିଷ ତ ଧରିତ୍ରୀ ମାତାର ଏକମାତ୍ର ସନ୍ତାନ ନୁହେଁ। ପୃଥିବୀରେ ବସବାସ କରୁଛନ୍ତି ସମ୍ଭବତଃ ଅଶୀଲକ୍ଷ ଜାତିର ପ୍ରାଣୀ ଏବଂ ଉଦ୍ଭିଦ। ଏମାନଙ୍କ ମଧ୍ୟରେ କେବଳ କୀଟପତଙ୍ଗ ହେଉଛନ୍ତି ୫୫ ଲକ୍ଷ ଜାତିର। ଧରିତ୍ରୀର ଏହି ସମସ୍ତ ସନ୍ତାନମାନଙ୍କ ମଧ୍ୟୋ ମଣିଷ ହେଉଛି ଅନ୍ୟତମ ମିତ୍ର।
ହେଲେ ମଣିଷ ଏବେ ଉଭା ହୋଇପଡ଼ିଛି ପ୍ରକୃତିର ପ୍ରଧାନ ପ୍ରତିଦ୍ୱନ୍ଦ୍ୱୀ ରୂପେ। ସଂପ୍ରତି ମଣିଷ ସଂଘର୍ଷରତ ଉଦ୍ଭିଦ ଜଗତ ସହ, ସଂଘର୍ଷରତ ପ୍ରାଣିଜଗତ ସହ ଏବଂ ଏପରିକି ସଂଘର୍ଷରତ ଜଳ, ବାୟୁ, ମୃତ୍ତିକା, ପ୍ରସ୍ତର ଆଦି ନିର୍ଜୀବ ଜଗତ ସହ ମଧ୍ୟ। ଏହାର ଫଳ ସ୍ବରୂପ ଏବେ ଲୋପ ପାଇଚାଲିଛି ଜଙ୍ଗଲ। ଶୁଖିଗଲାଣି ସୁନାବ୍ୟା ନଦୀ। ବିଲୁପ୍ତ ହୋଇ ଚାଲିଛନ୍ତି ଜୀବଜନ୍ତୁ, ମୃତ୍ତିକା ହରେଇ ବସିଛି ତା’ର ଉତ୍ପାଦିକା ଶକ୍ତି ଏବଂ ଜଳବାୟୁ ହୋଇପଡ଼ିଲାଣି ବାଉଳା। ତେଣୁ ପୃଥିବୀର ଜୈବବୈଚିତ୍ର୍ୟ ଏବେ ଶୋଚନୀୟ ଭାବରେ ବିପନ୍ନ। କିନ୍ତୁ ପ୍ରଶ୍ନ ଉଠେ, ପ୍ରତି ବର୍ଷ ପୃଥିବୀ ପୃଷ୍ଠରୁ ଅନ୍ତତଃ ଏକ ହଜାର ସଂଖ୍ୟକ ପ୍ରାଣୀ ଓ ଉଦ୍ଭିଦ ଲୋପ ପାଇଯାଉଥିବାର ପ୍ରଧାନ କାରଣମାନ କ’ଣ? ଅଟକଳ କରି କୁହାଯାଉଛି ଯେ ଆଗାମୀ ଅଳ୍ପ କେତୋଟି ଦଶକ ଭିତରେ ପାଖାପାଖି ୧୦ ଲକ୍ଷ ଜାତିର ପ୍ରାଣୀ ଓ ଉଦ୍ଭିଦ ଲୋପ ପାଇଯିବେ।
କଳକାରଖାନା ପ୍ରତିଷ୍ଠା, ସହର ଓ ଜନବସତି ସ୍ଥାପନ ଓ କୃଷିକ୍ଷେତ୍ର ପ୍ରସ୍ତୁତି ଫଳରେ ଉଦ୍ଭିଦ ଓ ପ୍ରାଣିଗୋଷ୍ଠୀଙ୍କ ପାଇଁ ପର୍ଯ୍ୟାପ୍ତ ବାସୋପଯୋଗୀ ସ୍ଥାନ ମିଳୁନାହିଁ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଅପବ୍ୟବହାର ଯୋଗୁ ବୃଦ୍ଧି ପାଇ ଚାଲିଛି ପରିବେଶ ପ୍ରଦୂଷଣ। ଅବିଚାରିତ ଭାବରେ ଜୀବଜନ୍ତୁ ଶିକାର କରିବା ଓ ଗଛ କାଟିବା ଯୋଗୁ ସୁଗମ ହୋଇଯାଉଛି ସେମାନଙ୍କ ବିଲୁପ୍ତ ପ୍ରକ୍ରିୟା। ବିଦେଶୀ ବୃକ୍ଷଲତା ଓ ବିଦେଶୀ ଜୀବଜାତିର ଅନୁପ୍ରବେଶ ଫଳରେ ସ୍ଥାନୀୟ ବୃକ୍ଷଲତା ଓ ଜୀବଜନ୍ତୁଙ୍କ ଉପରେ ପଡ଼ୁଛି ପ୍ରତିକଳ ପ୍ରଭାବ। ସବୁଜ କୋଠରି ଗ୍ୟାସର ନିର୍ଗମନ ବୃଦ୍ଧି ପାଇ ବଢ଼ିବଢ଼ି ଚାଲିଛି ଜାଗତିକ ଉଷ୍ମତା। ଏ ସବୁର ପରିଣାମ ପ୍ରାଣୀ ଓ ଉଦ୍ଭିଦ ଜଗତର ସ୍ଥିତି ପାଇଁ ଆଦୌ ଶୁଭଙ୍କର ହୋଇପାରୁନାହିଁ।
ଏହା ସ୍ବୀକାର୍ଯ୍ୟ ଯେ ଖାଦ୍ୟ ଓ ବାସସ୍ଥାନ ପାଇଁ ସମଗ୍ର ଜୀବଜଗତ ପ୍ରାକୃତିକ ସମ୍ପଦ ଉପରେ ନିର୍ଭରଶୀଳ। ଆମେ ମଣିଷମାନେ ମଧ୍ୟ ପ୍ରକୃତିରୁ ସଂଗ୍ରହ କରିଥାଉ ଆମର ଖାଦ୍ୟ, ଗୃହପାଳିତ ପଶୁଖାଦ୍ୟ, ବସ୍ତ୍ର, ଗୃହୋପକରଣ, ଇନ୍ଧନ ଓ ଔଷଧ ଇତ୍ୟାଦି। ବିଶେଷକରି କୃଷିଜୀବୀ, ମତ୍ସ୍ୟଜୀବୀ, ପଶୁପାଳକ ଏବଂ ଶିକାର ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଭରସା କରୁଥିବା ବନବାସୀ ସଂପ୍ରଦାୟଙ୍କ ଜୀବନ ଧାରଣ ମୁଖ୍ୟତଃ ପ୍ରାକୃତିକ ସମ୍ପଦ ଉପରେ ନିର୍ଭର କରିଥାଏ।
ସୁତରାଂ ଜୈବବିବିଧତାକୁ ଅକ୍ଷତ ରଖିବା ପାଇଁ ବାସସ୍ଥଳୀ ସଂରକ୍ଷଣ, ପ୍ରଦୂଷଣ ନିୟନ୍ତ୍ରଣ, ଚୋରା ଶିକାରୀ ଓ କାଠ ଚୋରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ବିଦେଶୀ ଉଦ୍ଭିଦ ଓ ଜୀବଜନ୍ତୁ ଆମଦାନୀରେ ଅଙ୍କୁଶ ଓ ବାୟୁମଣ୍ଡଳରେ ତାପମାତ୍ରା ହ୍ରାସ ଭଳି ଗଠନମୂଳକ ପଦକ୍ଷେପମାନ ଗ୍ରହଣ କରିବା ସର୍ବୋଦୌ ଆବଶ୍ୟକ।
ଅବଶ୍ୟ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ଜୈବ ମଣ୍ଡଳ, ସଂରକ୍ଷଣ, ବ୍ୟାଘ୍ର, ହସ୍ତୀ, ଗଣ୍ଡା, କୁମ୍ଭୀର, ଶାଗୁଣା ଓ ଡଲଫିନ୍‌ ଆଦିର ସୁରକ୍ଷା ପାଇଁ ସରକାରୀ ସ୍ତରରେ ପ୍ରକଳ୍ପମାନ କାର୍ଯ୍ୟକାରୀ ହେଉଛି। ଜୈବ ବିବିଧତାର ସଂରକ୍ଷଣରେ ଏଭଳି ପଦକ୍ଷେପମାନ ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ। ଯାହା ହେଉ, ଜାହାଜରୁ କୌଣସି ଗୋଟିଏ ପେଚ ଗଳିପଡ଼ିଲେ ଜାହାଜଟି ତତ୍‌କ୍ଷଣାତ ଡୁବି ଯାଏନି। କିନ୍ତୁ ଗୋଟିକ ପରେ ଗୋଟିଏ କରି ପେଚମାନ ଗଳିପଡ଼ିଲେ ଜାହାଜଟି ଜଳ ସମାଧି ନେବାର ପ୍ରକ୍ରିୟା ତ୍ୱରାନ୍ବିତ ହୋଇପଡେ। ସେହିପରି ପୃଥିବୀ ରୂପକ ପୋତଟିକୁ ପ୍ରାଣୀ ଓ ଉଦ୍ଭିଦ କୁଳ ହିଁ ଅନୁକୂଳ ଅବସ୍ଥାରେ ରଖିଛନ୍ତି। ମାତ୍ର ପ୍ରତିବର୍ଷ ଲୋପ ପାଇ ଚାଲିଛନ୍ତି ହଜାରେ ସରିଜ୍ଞ ଜୀବଜନ୍ତୁ ଓ ଉଦ୍ଭିଦ। ଯଦି ଏହି ପ୍ରକ୍ରିୟା ଅବ୍ୟାହତି ରହେ ତେବେ ଦିନେ ନା ଦିନେ ଆମ ପ୍ରିୟ ପୃଥିବୀର ମୃତ୍ୟୁ ଅବଶ୍ୟମ୍ଭାବୀ। ଏବଂ ପୃଥିବୀର ପରଲୋକ ହେବା ପୂର୍ବରୁ ଶ୍ମଶାନବାସୀ ହୋଇସାରିଥିବା ଅପରିଣାମଦର୍ଶୀ ଆମେ ମଣିଷମାନେ।
ସେଥିପାଇଁ ବେଦର ଶାନ୍ତି ସୂକ୍ତରେ ଆକାଶ ଅନ୍ତରୀକ୍ଷ, ପୃଥିବୀ, ଜଳ, ବୃକ୍ଷଲତା, ଔଷଧୀୟ ଗୁଳ୍ମ ଇତ୍ୟାଦିରେ ଶାନ୍ତି ଅକ୍ଷତ ରଖିବା ନିମନ୍ତେ ଯେଉଁ ଆହ୍ବାନ ଦିଆଯାଇଛି, ତାହା ଆଧୁନିକ ମଣିଷର ଗଭୀର ପ୍ରଣିଧାନଯୋଗ୍ୟ।
ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଥିବା ଆଲବର୍ଟ ସ୍ବେଇଜରଙ୍କ ଭାଷାରେ, ବିଶ୍ୱର ସମସ୍ତ ଜୀବଙ୍କ ପାଇଁ ଅନୁକମ୍ପାଶୀଳ ହେବା ହିଁ ମାନବଜାତିର ଯଥାର୍ଥ ମାନବିକତା।
ମଣିଷଠାରେ ମାନବିକତା ଅକ୍ଷୁଣ୍ଣ ରହିଲେ ହିଁ ଜୈବ ବିବିଧତା ଯେ ଅକ୍ଷତ ତଥା ଅପରିବର୍ତ୍ତନୀୟ ରହିପାରିବ, ଏହା ନିଃସନ୍ଦେହ।
ଜୈବ ବିବିଧତାକୁ ଅକ୍ଷତ ରଖିବାର ଗୁରୁତ୍ୱ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଓ ଜୈବ ବିବିଧତାର ସଂରକ୍ଷଣ ପାଇଁ ଅଗ୍ରାଧିକାର ଭିତ୍ତିରେ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଲକ୍ଷ୍ୟ ନେଇ ହିଁ ପ୍ରତିବର୍ଷ ମେ ୨୨ ତାରିଖରେ ପାଳିତ ହୋଇଆସୁଛି ଆନ୍ତର୍ଜାତିକ ଜୈବ ବିବିଧତା ଦିବସ।
ଜାଣି ରଖିବା ଉଚିତ ଯେ, ଜନସାଧାରଣଙ୍କ ଜୀବନ ଓ ଜୀବିକାର ନିରାପତ୍ତା ପାଇଁ ଜୈବ ବିବିଧତା ହିଁ ହେଉଛି ମେରୁଦଣ୍ଡ ସଦୃଶ।

ଡା. ନିତ୍ୟାନନ୍ଦ ସ୍ବାଇଁ

-ଅଭୀପ୍‌ସା, ସେକ୍ଟର-୬, ପ୍ଲଟ୍‌ ନଂ-୧୧୩୧, ଅଭିନବ, ବିଡାନାସୀ, କଟକ-୧୪


Enter your email to get our daily news in your inbox.

All Right Reserved By Dharitri.Com

Valentine Day: ଭାଲେଣ୍ଟାଇନ୍ସ ଡେ’ରେ ଏହି ୩ ରାଶିର ଭାଙ୍ଗିବ ହୃଦୟ! ରୋମାଣ୍ଟିକ ଡିନର୍‌ରେ ଯିବେ ମୀନ ସହ ଏହି ୨ରାଶି…

ଆଜି ଭାଲେଣ୍ଟାଇନ୍ସ ଡେ। ପ୍ରେମର ଏହି ଦିନରେ, ଆଜି ପ୍ରେମ ରାଶିଙ୍କ ବିଷୟରେ ଆସନ୍ତୁ ଜାଣିବା। ମେଷ, ସିଂହ, କନ୍ୟା, ବିଛା ଏବଂ ମୀନ ରାଶିର ଲୋକମାନେ…

ମହାଶିବରାତ୍ରିରୁ ଉତ୍ତର ଦିଗକୁ ଗତି କରିବେ ବୁଧ ଗ୍ରହ: ଏହି ୩ ରାଶିର ଭଲ ହେବ ନା ଖରାପ, ଜାଣନ୍ତୁ…

ବୈଦିକ ଜ୍ୟୋତିଷରେ, ବୁଧ ଗ୍ରହ ହେଉଛି ବୁଦ୍ଧି, ବାଣୀ, ତର୍କ, ଗଣିତ, ବ୍ୟବସାୟ ଏବଂ ଯୋଗାଯୋଗ ପାଇଁ ଦାୟୀ। ଏହା ଜଣେ ବ୍ୟକ୍ତିଙ୍କ ବିଶ୍ଳେଷଣାତ୍ମକ କ୍ଷମତା, ନିଷ୍ପତ୍ତି…

କୁମ୍ଭ ରାଶିରେ ଚତୁର୍ଗ୍ରହୀ ଯୋଗ, ଦୁର୍ଲଭ ସଂଯୋଗରୁ ଲାଭବାନ୍ ହେବେ ଏହି ୩ ରାଶି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନେ ସମୟ ସମୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି । ଏହି ସମୟ ମଧ୍ୟରେ, ଗ୍ରହମାନେ ଅନ୍ୟ ଗ୍ରହମାନଙ୍କ…

ହଠାତ୍ ଭୋକ ଲାଗିବା ବନ୍ଦ ହୋଇଯାଉଛି କି? ସାବଧାନ! ହୋଇପାରେ ଗମ୍ଭୀର ରୋଗର ଲକ୍ଷଣ

କିଛି ଲୋକଙ୍କର ହଠାତ୍ ସ୍ୱାଭାବିକ ଭୋକ କମିଯାଏ । ଏହାକୁ ପ୍ରାୟତଃ ଥକ୍କାପଣ, ପାଗ କିମ୍ବା ଦିନଚର୍ଯ୍ୟାରେ ପରିବର୍ତ୍ତନ ବୋଲି ଖାରଜ କରାଯାଏ । ଭୋକ ଆମ…

ସୂର୍ଯ୍ୟ ପରାଗରେ ଶନିଙ୍କ ରାଶିରେ ଖରାପ ପ୍ରଭାବ, ଏହି ୩ଟି ରାଶିରେ ଘୋଟିଯିବ ବିପଦ!

ସୂର୍ଯ୍ୟ ବର୍ତ୍ତମାନ ମକର ରାଶିରେ ଅଛନ୍ତି। ଏହା ଫେବୃଆରୀ ୧୩ ତାରିଖରେ କୁମ୍ଭ ରାଶିରେ ପ୍ରବେଶ କରିବ ଏବଂ ତା’ପରେ ଫେବୃଆରୀ ୧୭ ତାରିଖରେ ସୂର୍ଯ୍ୟଗ୍ରହଣ ହେବ।…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

Weight Loss Tips: ରାତିରେ ଖାଆନ୍ତୁ ଏହି ୫ ଜିନିଷ, ଶୀଘ୍ର କମିଯିବ ପେଟର ଚର୍ବି

ଆଜିର ଦ୍ରୁତ ଗତି ଜୀବନରେ, କାମର ଚାପ ଏବଂ ପରିବର୍ତ୍ତନଶୀଳ ଅଭ୍ୟାସ ସିଧାସଳଖ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ସମୟ ଅଭାବରୁ ଲୋକମାନେ ସଠିକ ସମୟରେ…

ଘରର ଛାତ ଉପରେ ରଖନ୍ତୁନି ଏପରି ଜିନିଷ: ହୋଇପାରେ ବଡ଼ କ୍ଷତି

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଛାତ ଉପରେ କିଛି ଜିନିଷ ରଖିବା ବର୍ଜିତ। କାହିଁକି ନା ଏହାଦ୍ୱାରା ବାସ୍ତୁଦୋଷ ଲାଗିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଅନାବଶ୍ୟକ ସାମଗ୍ରୀ ରଖିବା ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri