ଜୀବନ୍ତ ହେବ ଆଦିବାସୀ ସଂସ୍କୃତି

(ଉପେନ୍ଦ୍ର ରାଉତ)
ବଅଁରପାଳ,୪।୬

ନାଲ୍‌କୋ କଲୋନୀର ପରିବେଶ ହେବ ଆହୁରି ଶାନ୍ତ, ଆହୁରି ସୁନ୍ଦର। ସେଥିପାଇଁ ଏକାଧିକ ପାର୍କ ଥିଲେ ବି କର୍ତ୍ତୃପକ୍ଷ କଲୋନୀ ମଧ୍ୟରେ ଆଉ ଏକ ଇକୋ ପାର୍କ ନିର୍ମାଣ କରୁଛନ୍ତି। ୧୦ ଲକ୍ଷ ଟଙ୍କା ବ୍ୟୟରେ ହେଉଥିବା ଏହି ପାର୍କ ମଧ୍ୟରେ ରହିବ ଟ୍ରାଇବାଲ ମ୍ୟୁଜିୟମ। ସେଥିରେ ଆଦିବାସୀ ସଂସ୍କୃତିକୁ ଏପରି ରୂପ ଦିଆଯିବ ଯେ ତାହା ଜୀବନ୍ତ ଭଳି ଲାଗିବ। ଚଳିତମାସ ଶେଷ ସୁଦ୍ଧା ପାର୍କ କାର୍ଯ୍ୟକ୍ଷମ ହୋଇଯିବ ବୋଲି ନାଲ୍‌କୋ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି।
ନାଲ୍‌କୋ ଟାଉନଶିପ୍‌ବାସୀ ଓ ଏଠାକୁ ଆସୁଥିବା ଲୋକମାନଙ୍କୁ ଏକ ମନଲୋଭା ପରିବେଶ ଭେଟିଦେବା ପାଇଁ ନାଲ୍‌କୋ ପକ୍ଷରୁ କଲୋନୀ ମଧ୍ୟରେ ମଧୁସୂଦନ ପାର୍କ, ଡିଅର ପାର୍କ, ଗୋପବନ୍ଧୁ ପାର୍କ ସହ ବିଭିନ୍ନ ମନ୍ଦିର ନିର୍ମାଣ କରାଯାଇଛି। ହେଲେ ଏବେ ନିର୍ମାଣ କରାଯାଉଥିବା ଇକୋ ପାର୍କ ଏହାଠାରୁ ସ୍ବତନ୍ତ୍ର। କାରଣ ଏହି ପାର୍କ ମଧ୍ୟରେ ନିର୍ମିତ ହେବାକୁ ଥିବା ଟ୍ରାଇବାଲ ମ୍ୟୁଜିୟମ କଲୋନୀର ଶୋଭାକୁ ବହୁଗୁଣିତ କରିଦେବ ବୋଲି ଉଦ୍ୟାନ ବିଭାଗ ପକ୍ଷରୁ ଆଶା କରାଯାଇଛି। ଏଥିରେ କୃତ୍ରିମ ପାହାଡ଼, ଝରଣା ଓ ରଙ୍ଗ ବେରଙ୍ଗର ଆଲୋକ ସାଜସଜ୍ଜା ରହିବ। ବିଶେଷକରି ଅନୁସୂଚିତ ଜନଜାତିଙ୍କ ସଂସ୍କୃତି, ପରମ୍ପରା ଉପରେ ଆଧାରିତ ବିଭିନ୍ନ ପ୍ରତିମୂର୍ତ୍ତି ଜୀବଜନ୍ତୁଙ୍କ ଛବି ସ୍ଥାନିତ କରାଯିବ। ଏହି ପାର୍କର ନାମ ସନ୍ଥକବି ଭୀମ ଭୋଇ ପାର୍କ ରଖାଯିବ ବୋଲି ନାଲ୍‌କୋ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ନାଲ୍‌କୋ ସେଣ୍ଟ୍ରାଲ ମାର୍କେଟ ନିକଟ ଟାଉନଶିପର ୩ ନମ୍ବର ଗେଟ୍‌ ନିକଟରେ ଏହାର ନିର୍ମାଣ କାର୍ଯ୍ୟ ଜୋରଦାର ଚାଲିଛି। ପାର୍କ ନିକଟରେ ଆଦିକବି ଶୁଦ୍ରମୁନି ସାରଳା ଦାସ, ସ୍ବଭାବ କବି ଗଙ୍ଗାଧର ମେହର, ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ, ବ୍ୟାସକବି ଫକୀରମୋହନ ସେନାପତି, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି।
ଏ ସମ୍ପର୍କରେ ନାଲ୍‌କୋ ଉଦ୍ୟାନ ବିଭାଗ ଦାୟିତ୍ୱରେ ଥିବା ଏଜିଏମ୍‌ ଶୁଭେନ୍ଦୁ ନାୟକ କୁହନ୍ତି, ନୂତନ ଭାବେ କରାଯାଉଥିବା ଏହି ପାର୍କରେ ବହୁ ପ୍ରାକୃତିକ ଦୃଶ୍ୟ ସ୍ଥାନ ପାଇଛି। ଚଳିତମାସ ଶେଷ ସପ୍ତାହ ମଧ୍ୟରେ ନିର୍ମାଣ ଶେଷ ହେବ। ଇଷ୍ଟେଟ ବିଭାଗ ପ୍ରବନ୍ଧକ ମଣିରଞ୍ଜନ ପଟ୍ଟନାୟକ କୁହନ୍ତି, ଟାଉନଶିପରେ ନୂତନ ଭାବେ ଏହି ପାର୍କ ନିର୍ମିତ ହେଉଛି। ସନ୍ଥକବି ଭୀମ ଭୋଇଙ୍କ ନାମରେ ଏହାର ନାମକରଣ ହେବ। ଏହା ଅତ୍ୟନ୍ତ ସୌନ୍ଦର୍ଯ୍ୟପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri