ଜିଲା ସଡ଼କ ସୁରକ୍ଷା କମିଟି ବୈଠକ: ଦୁର୍ଘଟଣା ହ୍ରାସ ଉପରେ ଗୁରୁତ୍ୱ

ଢେଙ୍କାନାଳ ଅଫିସ, ୨୬ା।୯ – ଢେଙ୍କାନାଳ ଜିଲା ସଦ୍‌ଭାବନା ଗୃହରେ ବୁଧବାର ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରି ସଂଶୋଧିତ ମୋଟରଯାନ ଆଇନର କାର୍ଯ୍ୟକାରିତା ନେଇ ଜନସଚେତନତା ସୃଷ୍ଟି ଏବଂ ଦୁର୍ଘଟଣା ହ୍ରାସ କରିବା ଦିଗରେ ଯତ୍ନବାନ ହେବାକୁ ଗୁରୁତ୍ୱାରୋପ କରିଥିଲେ।
ନୂତନ ମୋଟରଯାନ ଆଇନ ଅନୁଯାୟୀ ଗାଡ଼ି ଚାଳକଙ୍କୁ ହେଲମେଟ୍‌ ଏବଂ ସିଟବେଲ୍ଟ ବ୍ୟବହାର ସହିତ ଆବଶ୍ୟକ କାଗଜପତ୍ର ପାଖରେ ରଖିବା ଅନିବାର୍ଯ୍ୟ। ନିଶା ସେବନକାରୀ ଡ୍ରାଇଭରଙ୍କୁ କୌଣସି ପରିସ୍ଥିତିରେ କ୍ଷମା ଦିଆଯିବନାହିଁ ବୋଲି ଜିଲାପାଳ କହିଛନ୍ତି। ବେପରୁଆ ଗାଡ଼ିଚାଳନା, ଡ୍ରାଇଭିଂ ବେଳେ ମୋବାଇଲ ବ୍ୟବହାର, ମଦ୍ୟପାନ କରି ଗାଡ଼ି ଚଳାଇବା, ବିନା ସୁରକ୍ଷା ଉପକରଣରେ ଯାନବାହନ ଚଳାଚଳ ଦୁର୍ଘଟଣାର ପ୍ରମୁଖ କାରଣ। ଏଥିପ୍ରତି ପରିବହନ ବିଭାଗ ଏବଂ ପୋଲିସ ପକ୍ଷରୁ ପ୍ରଥମେ ସଚେତନ ସୃଷ୍ଟି କରାଯିବ। ଏହାପରେ ଯାଞ୍ଚ କଡ଼ାକଡ଼ି କରିବାକୁ ମତପ୍ରକାଶ ପାଇଥିଲା।
ଦୁର୍ଘଟଣା ରୋକିବାକୁ ପୂର୍ତ୍ତ ବିଭାଗ ରାସ୍ତା, ୫୫ ଓ ୨୦୦ ନମ୍ବର ଜାତୀୟ ରାଜପଥ, ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ରେଡିୟମ ଷ୍ଟିକର ଲଗାଯିବ। ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନଟ କରି ହମ୍ପସ୍‌ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଛି। ୧୮ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ଲାଇସେନ୍ସ ପାଇବାକୁ ଯୋଗ୍ୟ ବିବେଚିତ ହେବେ। ନାବାଳକଙ୍କ ଗାଡ଼ିଚାଳନା ଉପରେ ସତର୍କ ଦୃଷ୍ଟି ରଖାଯିବ। ନିୟମ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯିବ। ଆବଶ୍ୟକସ୍ଥଳେ ସେମାନଙ୍କ ଲାଇସେନ୍ସ ରଦ୍ଦ ହେବ। ଶିକ୍ଷାନୁଷ୍ଠାନରେ ନିଯୋଜିତ ବସ୍‌ଗୁଡ଼ିକ ସିଟ୍‌ ଅନୁଯାୟୀ ପିଲା ପରିବହନ କରିବେ। କ୍ଷମତାଠାରୁ ଅଧିକ ପରିବହନ କରିବା ଦଣ୍ଡନୀୟ ଅପରାଧ। ଏହାର ଯାଞ୍ଚ କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀବତ୍ସ ଦଳେଇଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ବୈଠକରେ ଅତିରିକ୍ତ ଏସ୍‌ପି ବିନୟ କାମିଲା, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ, ଜିଲା ରେଡ୍‌କ୍ରସ୍‌ ଶାଖା ଉପସଭାପତି ବିରଞ୍ଚତ୍ ନାରାୟଣ ପାଣି, ଶିକ୍ଷାବିତ୍‌ ପ୍ରଦ୍ୟୁମ୍ନ ରଥ, ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର, ଟାଉନ ଥାନାଧିକାରୀ ଜ୍ଞାନରଞ୍ଜନ ସାମଲ, ଏନ୍‌ଏଚ୍‌ଏଆଇ ଅଧିକାରୀ, ଟ୍ରକ୍‌ ଓନର୍ସ ଆସୋସିଏଶନ, ମୋଟର ତାଲିମ କେନ୍ଦ୍ର କର୍ମକର୍ତ୍ତାଙ୍କ ସମେତ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri