ଜିଲା ସଂସ୍କୃତି ପରିଷଦ ଏବଂ ଉତ୍ସବ ପ୍ରଧାନପାଟ କମିଟି ବୈଠକରେ ନିଷ୍ପତି : ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ଉସତ୍ବ ପ୍ରଧାନପାଟ

ଦେବଗଡ,୪।୧(ଡି.ଏନ.ଏ)-ଆସନ୍ତା ଫେବୃୟାରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ଜିଲା ମହୋତ୍ସବ ‘ଉତ୍ସବ ପ୍ରଧାନପାଟ’ ଆୟୋଜନ କରାଯିବା। ଶୁକ୍ରବାର ଅନୁଷ୍ଠିତ ଜିଲା ସଂସ୍କୃତି ପରିଷଦ ଏବଂ ଉତ୍ସବ ପ୍ରଧାନପାଟ କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି। ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲାପାଳ ତଥା ଜିଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉତ୍ସବ ପ୍ରଧାନପାଟକୁ ପାଞ୍ଚଦିନ କରିବା ପାଇଁ ସ୍ଥିର କରାଯାଇଛି। ଜିଲା ବ୍ୟାପି ଜନସାଧାରଣଙ୍କ ଉତ୍ସବରେ ସମ୍ପୃକ୍ତି ନିମନ୍ତେ ପ୍ରତ୍ୟେକ ବ୍ଲକର ଗ୍ରାମପଞ୍ଚାୟତସ୍ତରରେ ପଥପ୍ରାନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଉତ୍ସବ ସମ୍ପର୍କରେ ସଚେତନତା ସୃଷ୍ଟି ଉପରେ ଜିଲାପାଳ ସାମଲ ଗୁରୁତ୍ୱାରୋପ କରିଥିଲେ ା ଉତ୍ସବ ଆୟୋଜନ ନିମନ୍ତେ ବିଭିନ୍ନ ଜିଲାର ଭଲ ଲୋକନୃତ୍ୟଦଳ ଏବଂ ଅନ୍ୟ ପ୍ରଦେଶର ଭିନ୍ନଭିନ୍ନ ଶୈଳୀର ଲୋକନୃତ୍ୟଦଳ ସହିତ ଜିଲା ଭିତରେ ଥିବା ଶ୍ରେଷ୍ଠ ସାଂସ୍କୃତିକ ଦଳମାନଙ୍କୁ ଯୋଗାଯୋଗ କରାଯିବା ନିମନ୍ତେ ସ୍ଥିର କରାଯାଇଛି ା ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟତୀତ ଉତ୍ସବ ଅବସରରେ ପଲ୍ଲୀଶ୍ରୀ ମେଳା, ଖାଦ୍ୟମେଳା ଏବଂ ଜିଲାସ୍ତରୀୟ ଉନ୍ନୟନ ପ୍ରଦର୍ଶନୀ ଆୟୋଜନ କରାଯିବ। ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ଭିନ୍ନ ଭିନ୍ନ ସବକମିଟି ଗଠନ କରାଯିବ। ପ୍ରତ୍ୟେକ ବର୍ଷ ଭଳି ଉତ୍ସବ ସମୟରେ କବିତା ପାଠୋତ୍ସବ ଆୟୋଜନ କରାଯିବ ଏବଂ ଏହି ଅବସରରେ ଏକ ସ୍ମରଣୀକା ପ୍ରକାଶନ ନିମନ୍ତେ ବୈଠକରେ ନିଷ୍ପତି ନିଆଯାଇଛି ା ବୈଠକରେ ଅତିରିକ୍ତ ଜିଲାପାଳ ଧରମ ହାଁସଦା, ଉପଜିଲାପାଳ ବ୍ରଜବନ୍ଧୁ ଭୋଇ, ଡିଏସପି ଡି.ଆଇ.ବି. ଶିବପ୍ରସାଦ ବିଶ୍ୱାଳ, ବାରକୋଟ ବିଡିଓ ଟୁନୁ ମେହେର, ପୌର ନିର୍ବାହୀ ଅଧିକାରୀ କୁଞ୍ଚବନ ପ୍ରଧାନ, ସହକାରୀ ନିର୍ଦ୍ଦେଶକ,ଓରମାସ ସୁବଳ କୁମାର ଜେନାମଣି, ନିଜାରତ ଅଧିକାରୀ ସୁଶାନ୍ତ କୁମାର ନାୟକ, ଜିଲା ସୂଚନ ଓ ଲୋକସମମ୍ପର୍କ ଅଧିକାରୀ ବିଜୟ କୁମାର ମିଶ୍ରଙ୍କ ସମେତ ଜିଲା ସଂସ୍କୃତି ପରିଷଦର ସଦସ୍ୟାସଦସ୍ୟ ଓ ଉସତ୍ବ ପ୍ରଧାନପାଟ ୨୦୧୯ ର ବିଭିନ୍ନ ସବ୍‌-କମିଟିର ଅଧ୍ୟକ୍ଷ ଓ ଆବାହକମାନେ ଯୋଗଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri