ଜିଲାପାଳ-ଓକିଲ ସଂଘ ବିବାଦ ସମାଧାନ

ଢେଙ୍କାନାଳ ଅଫିସ,୨୨ା୯ – ଢେଙ୍କାନାଳ ଜିଲାପାଳ ଓ ଓକିଲ ସଂଘ ମଧ୍ୟରେ ଶୁକ୍ରବାର ଦେଖାଦେଇଥିବା ବିବାଦର ସମାଧାନ ହୋଇଛି। ଶନିବାର ମଧ୍ୟାହ୍ନରେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଆଲୋଚନାର ସୁଫଳ ମିଳିଥିବା ଜଣାପଡ଼ିଛି। ଏ ନେଇ ଜିଲାପାଳ କହିଛନ୍ତି, ଭୁଲ ବୁଝାମଣା ହୋଇଥିଲା। ଉଭୟ ପକ୍ଷ ଆଲୋଚନା କରିବା ପରେ ସମାଧାନ ହୋଇଥିଲା। ସେହିପରି ଘଟଣା ପାଇଁ ଜିଲାପାଳ ଅନୁତପ୍ତ ବୋଲି ଆଲୋଚନାରୁ ଜାଣିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରିନିଆଯାଇଥିବା ଓକିଲ ସଂଘ ପକ୍ଷରୁ କୁହାଯାଇଛି।
ଶନିବାର ପୂର୍ବାହ୍ନ ୧୦ଟାରୁ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା। ପ୍ରଶାସନିକ ଅଧିକାରୀମାନେ ମଧ୍ୟ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଥିଲେ। ପୂର୍ବାହ୍ନ ୧୧ଟାରେ ଜିଲାପାଳଙ୍କ ସହ ବୈଠକ ପରେ ଅତିରିକ୍ତ ଜିଲାପାଳଙ୍କ ପକ୍ଷରୁ ଜିଲା ଓକିଲ ସଂଘକୁ ଆଲୋଚନା ପାଇଁ ନିମନ୍ତ୍ରଣ କରାଯାଇଥିଲା। ଓକିଲ ସଂଘ ପକ୍ଷରୁ ମଧ୍ୟ ମଧ୍ୟାହ୍ନ ସାଢେ ୧୨ଟାରେ ସଂଘ କାର୍ଯ୍ୟାଳୟରେ ବୈଠକ କରାଯାଇ କୋର୍ଟ କାର୍ଯ୍ୟକୁ ବନ୍ଦ ରଖାଯାଇଥିଲା। ଏହାପରେ ସର୍କିଟ ହାଉସଠାରେ ଜିଲାପାଳ ଭୂମେଶଚନ୍ଦ୍ର ବେହେରା, ଏସ୍‌ପି ଅନୁପମା ଜେମ୍‌ସ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ ଜିଲା ଓକିଲ ସଂଘ ସଭାପତି ସଞ୍ଜୟ କୁମାର ମିଶ୍ର, ସମ୍ପାଦକ ଟଙ୍କଧର ବେହେରାଙ୍କ ସମେତ ବହୁ ଆଇନଜୀବୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରାୟ ଦେଢଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଉଭୟ ପକ୍ଷ ମଧ୍ୟରେ ଦେଖାଦେଇଥିବା ବିବାଦର ସମାଧାନ କରାଯାଇଥିଲା। ଏହି ଆଲୋଚନା ପରେ ଜିଲାପାଳ କହିଥିଲେ ଯେ, କାହାକୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇ ନାହିଁ। ଆଇନ ଶୃଙ୍ଖଳାକୁ ନେଇ ଶୁକ୍ରବାର ଏକ ଜରୁରୀ ବୈଠକ ଚାଲିଥିଲା। ସେଥିପାଇଁ ୧୫ ମିନିଟ ବିଳମ୍ବ ହୋଇଥିଲା। ବିଳମ୍ବ ପାଇଁ ଆଇନଜୀବୀମାନେ ଅଭିଯୋଗ କରିବା ବେଳେ ସେମାନଙ୍କୁ ବୁଝାଇଥିଲି। କେହି କାହାକୁ ଦୁର୍ବ୍ୟବହାର ପ୍ରଦର୍ଶନ କରିନାହାନ୍ତି। ତଥାପି ଶୁକ୍ରବାର ଜିଲା କାର୍ଯ୍ୟାଳୟରେ ଯେଉଁ ଘଟଣା ଘଟିଗଲା ସେଥିରେ ଉଭୟ ପକ୍ଷ ମଧ୍ୟରେ ବୁଝାମଣାର ଅଭାବ ରହିଥିଲା ବୋଲି ବୈଠକରେ ସମସ୍ତେ ସ୍ବୀକାର କଲେ। ଯେହେତୁ ଆମେ କାହାକୁ ଦୁର୍ବ୍ୟବହାର ପ୍ରଦର୍ଶନ କରିନାହୁଁ ସେଥିପାଇଁ ନିସର୍ତ୍ତ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ। ଏତିକି କହିବି ଯେ ଘଟଣା ଦୁର୍ଭାଗ୍ୟଜନକ। ଯେହେତୁ ଆମେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ କାର୍ଯ୍ୟ କରୁଛୁ, ତେଣୁ କୌଣସି ପ୍ରକାର ମାମଲା ରୁଜୁ କରାଯିବ ନାହିଁ ବୋଲି ଜିଲାପାଳ କହିଥିଲେ। ସେହିପରି ଜିଲା ଓକିଲ ସଂଘ ସଭାପତି ସଞ୍ଜୟ କୁମାର ମିଶ୍ର କହିଲେ ଯେ, ପ୍ରଶାସନ ପକ୍ଷରୁ ଓକିଲ ସଂଘକୁ ଅନୁରୋଧପତ୍ର ମାଧ୍ୟମରେ ଆଲୋଚନା ପାଇଁ ଜଣାଯିବା ପରେ ସର୍କିଟ ହାଉସଠାରେ ବୈଠକ ବସିଥିଲା। ଉକ୍ତ ବୈଠକରେ ଜିଲାପାଳ କହିଥିଲେ ଯେ, ଆଇନଜୀବୀମାନେ ଯେଉଁ ସମସ୍ୟା ଉପସ୍ଥାପନ କରିବେ ତାହାର ସମାଧାନ ପାଇଁ ପଦକ୍ଷେପ ନିଆଯିବ। ଜିଲାପାଳ ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ ଏବଂ ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ଆଲୋଚନାରୁ ସେ ଅନୁତପ୍ତ ବୋଲି ଜଣାପଡ଼ିଲା। ଜିଲା ମୁଖ୍ୟ ଚିକିତ୍ସାଳୟ ରାସ୍ତାରେ ଟ୍ରାଫିକ ବ୍ୟବସ୍ଥା ସୁଧାରିବ ପାଇଁ ଅନୁରୋଧ କରିଥିଲୁ। ସେ ଏସ୍‌ପିଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଏ ସମ୍ପର୍କରେ ପଦକ୍ଷେପ ନେବା ପାଇଁ କହିଥିଲେ। ସବୁ କ୍ଷେତ୍ରରେ ସହଯୋଗ ମନୋଭାବ ନେଇ କାର୍ଯ୍ୟ କରାଯିବ ବୋଲି ଆଲୋଚନା ହେବାପରେ ଆନ୍ଦୋଳନ ପ୍ରତ୍ୟାହାର କରି ନିଆଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ଅତିରିକ୍ତ ଏସ୍‌ପି ହରେକୃଷ୍ଣ ପ୍ରଧାନ, ପିଡି ଡିଆରଡିଏ ନରୋତ୍ତମ ବେହେରା, ଆରଆଇସି ଜିଏମ୍‌ ଉମାକାନ୍ତ ରାଜ, ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ରଙ୍କ ସମେତ ବହୁ ସଂଖ୍ୟାରେ ଆଇନଜୀବୀ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri