ଅନୁଗୋଳ ଅଫିସ, ୧୧।୬ଛେଣ୍ଡିପଦା ବ୍ଲକ କୁଶକିଳା ସରପଞ୍ଚଙ୍କ ବିରୋଧରେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି। ଉକ୍ତ ପଞ୍ଚାୟତର କେତେଜଣ ବ୍ୟକ୍ତି ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ, ମହିଳା ସରପଞ୍ଚଙ୍କ ପରିବର୍ତ୍ତେ ତାଙ୍କ ଦେଢ଼ଶୂର ଓ ପୁତୁରା ପଞ୍ଚାୟତର ସମସ୍ତ କାର୍ଯ୍ୟ ବୁଝାଶୁଝା କରୁଛନ୍ତି। ଏପରି କି ତେନ୍ତୁଲିଆ ଛକ ଠାରୁ ବିଦ୍ୟୁତ୍ ଟ୍ରାନ୍ସଫର୍ମର ରାସ୍ତା କଂକ୍ରିଟ ହୋଇଥିଲେ ମଧ୍ୟ ପୁଣି ସେଠାରେ ରାସ୍ତା କରିବା ଓ ଏକ ଭଲ ପୋଲ ଭାଙ୍ଗି ପୁନଃ ନିର୍ମାଣ ପାଇଁ ମସୁଧା କରାଯାଉଛି। ଜିଲା ଖଣିଜ ପାଣ୍ଠିରୁ ତିନୋଟି ପ୍ରୋଜେକ୍ଟ ପାଇଁ ମଞ୍ଜୁର ହୋଇଥିବା ଟଙ୍କାକୁ ଅବାଟରେ ଖର୍ଚ୍ଚ କରାଯାଉଥିବାରୁ ଜିଲାପାଳ ଏଥିରେ ହସ୍ତକ୍ଷେପ କରିବାକୁ ଅଞ୍ଚଳବାସୀମାନେ ନିବେଦନ କରିଛନ୍ତି।
ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ଯେ, ତେନ୍ତୁଳି ଛକ ଠାରୁ ଟ୍ରାନ୍ସଫର୍ମର ପର୍ଯ୍ୟନ୍ତ ଥିବା ଭଲ ପୋଲକୁ ଭାଙ୍ଗି ଉକ୍ତ ସ୍ଥାନରେ ଅନ୍ୟ ଏକ ପୋଲ ନିର୍ମାଣ କରିବାକୁ ମସୁଧା ହେଉଛି। ପୋଲ ସାଇଟ୍ରେ ଲୁହା ପାଣି ପାଇପ୍କୁ ମେଶିନ୍ ଦ୍ୱାରା କାଟି ଦିଆଯାଇଛି। ଏ ନେଇ କନିଷ୍ଠ ଯନ୍ତ୍ରୀଙ୍କୁ ଗ୍ରାମବାସୀ ଅଭିଯୋଗ କରିଥିଲେ। ସେ ଆସି ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ ଲୋକଙ୍କ ମତାମତ ଲୋଡ଼ିଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ହରିଜନ ସାହି, ଗୋଲାଘର ସାହି, ପୁରୁଣାଗ୍ରାମ ରାସ୍ତା, ଖଳିମୁଣ୍ଡା ରାସ୍ତା ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। ଜିଲାପାଳ ଘଟଣାରେ ହସ୍ତକ୍ଷେପ ନ କଲେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ପାଣ୍ଡବ ସାହୁ, ଗଗନ ସାହୁ, ପୀତବାସ ସାହୁ, ଅଜୁ ବିଶ୍ୱାଳ, ପ୍ରଦୀପ ବେହେରା, ପୀତାମ୍ବର ସାହୁ, ଅଭୟ ସାହୁ, ଭଗବାନ ସାହୁ, ଭୁବନ ବେହେରା, ପ୍ରମୋଦ ପ୍ରଧାନ, ଟିକନ ପ୍ରଧାନ, ହାଡ଼ିବନ୍ଧୁ ନାଏକ, ରମେଶ ପ୍ରଧାନ, ବସନ୍ତ ନାଏକ, ମମତା ନାଏକ, ଜଗବନ୍ଧୁ ନାଏକ ପ୍ରମୁଖ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ସରପଞ୍ଚଙ୍କ ଦେଢ଼ଶୂର ସୁଶାନ୍ତ କୁମାର ସାହୁ କହିଛନ୍ତି, ଲୋକମାନେ କରିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଅଞ୍ଚଳକୁ ଆସିଥିବା ପୋଲ କାମ କରାଇ ନ ଦେବା ପାଇଁ କିଛି ବିରୋଧି ଗୋଷ୍ଠୀ ଷଡ଼ଯନ୍ତ୍ର କରି ଏଭଳି କାର୍ଯ୍ୟ କରୁଛନ୍ତି।
ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ
ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...
ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା
ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...
ଆଉଘରକୁ ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍ ସହ ହେଲା…
ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...
ଗଛରେ ପିଟିହେଲା ବାଇକ୍, ଚାଲିଗଲା ଜଣଙ୍କ ଜୀବନ
ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...
ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ
ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...
ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି
ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...
ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ
ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...
ଜିଏମ୍ଡିସି: ଗୁଜରାଟରୁ ଆସି ଖାଇଗଲେ
ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ...
Archives


