ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସିଆଇଟିୟୁର ବିକ୍ଷୋଭ

ବାଲେଶ୍ୱର ଅଫିସ,୩୦ା୫: ସିଆଇଟିୟୁର ପ୍ରତିଷ୍ଠା ଦିବସରେ ସିଆଇଟିୟୁର ଶ୍ରମିକ ସଂଗଠନ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ କରିଛନ୍ତି। ସର୍ବନିମ୍ନ ମଜୁରୀ ଲାଗୁ, ସାମାଜିକ ସୁରକ୍ଷା, ପାଚିକା/ସହାୟିକାମାନଙ୍କର ପୂର୍ବ ବକେୟା ଦରମା, ଅଙ୍ଗନବାଡ଼ି କେନ୍ଦ୍ରକୁ ନିୟମିତ ଚାଉଳ ପ୍ରଦାନ, ଆଶାକର୍ମୀମାନଙ୍କ ସାମାଜିକ ସୁରକ୍ଷା, ରେଳଷ୍ଟେଶନରୁ ଉଚ୍ଛେଦ କ୍ଷୁଦ୍ର ବ୍ୟବସାୟୀଙ୍କୁ ଥଇଥାନ ଆଦି ଦାବି ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭ ପୂର୍ବରୁ ରେଳଷ୍ଟେଶନରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। ବିକ୍ଷୋଭ ସମାବେଶରେ ସଭାପତି ରାଧାରମଣ ଷଡ଼ଙ୍ଗୀ, ନିକୁଞ୍ଜ ବସନ୍ତରାୟ, ମୃତ୍ୟୁଞ୍ଜୟ ରାଉତ, କନକ ଦାସ, ଇଶାନୀ ଷଡ଼ଙ୍ଗୀ, ଅସିତ ଚରଣ ଦାସ, ସୁଶାନ୍ତ ସାହୁ, ଏମ୍‌କେଡି ମଜୁମ୍‌ଦାର, ସନ୍ଧ୍ୟା ମଜୁମଦାର, ଶ୍ୟାମସୁନ୍ଦର ଜେନା ପ୍ରମୁଖ ସାମିଲ ଥିଲେ।