ଜିଲାକୁ ମରୁଡ଼ି ଘୋଷଣା ଦାବିରେ ଗଣଧାରଣା

ବାଲେଶ୍ୱର ଅଫିସ, ୪।୮-ବାଲେଶ୍ୱର ଜିଲାକୁ ମରୁଡି ଘୋଷଣା ଦାବିରେ ‘କୃଷକ ସଂଘର୍ଷ ସମିତି’ ବାଲେଶ୍ୱର ଶାଖା ପକ୍ଷରୁ ଶନିବାର ପୂର୍ବାହ୍ନରେ ଜିଲାପାଳ କାର୍ଯ୍ୟାଳୟ ପରିସରରେ ଗଣଧାରଣା ଦିଆଯାଇଥିଲା। ଓଡ଼ିଶା କୃଷକ ସଭା ଜିଲାସଭାପତି ପ୍ରେମ ରଞ୍ଜନ ପାତ୍ରଙ୍କ ସଭାପତିତ୍ୱରେ ରାଜ୍ୟର ବିଜେଡି, କେନ୍ଦ୍ରରେ ଏନ୍‌ଡ଼ିଏ ସରକାରଙ୍କର ଚାଷୀ ମାରଣ ନୀତି ଉପରେ ତୀବ୍ର ସମାଲୋଚନା କରିଥିଲେ। ଏହାର ଏକ ଦାବିପତ୍ର ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୃଥକ ଦାବିପତ୍ର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଜରିଆରେ ପ୍ରଦାନ କରିଛନ୍ତି।
ବିଭିନ୍ନ ସଙ୍ଗଠନର ନେତୃବୃନ୍ଦମାନେ ଜିଲାକୁ ମରୁଡ଼ି ଘୋଷଣା କରିବା ସହିତ ସମ୍ଭାବ୍ୟ ମରୁଡ଼ିର ତୁରନ୍ତ ପ୍ରତିକାର ସମେତ ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩,୬୪୫ ଟଙ୍କା ଦାବି କରିଥିଲେ। ସମସ୍ତ କୃଷକ ଓ କୃଷି ଶ୍ରମିକମାନଙ୍କୁ ମାସିକ ପେନସନ୍‌ ୫ହଜାର ଟଙ୍କା, ଭୂମିହୀନମାନଙ୍କୁ ଜମିପଟ୍ଟା ସହିତ ଜଙ୍ଗଲ ଜମିର ପଟ୍ଟା ପାଇଁ ସମସ୍ତ ଦରଖାସ୍ତକାରୀଙ୍କୁ ଜମି ଯୋଗାଇ ଦେବା, କୃଷି ଶ୍ରମିକମାନଙ୍କୁ ଏକକାଳୀନ ଋଣମୁକ୍ତ କରିବା, ଶ୍ରମିକ ପରିବାରର ସମସ୍ତ ସଦସ୍ୟାସଦସ୍ୟମାନଙ୍କୁ ସ୍ବାସ୍ଥ୍ୟବୀମା, ପଶୁ ସମ୍ପଦକୁ ବୀମାଭୁକ୍ତ ଯୋଜନାରେ ସାମିଲ୍‌ କରିବା ଭଳି ଦାବି କରିଥିଲେ। ଏହାର ସୁଫଳ ନ ମିଳିଲେ ଚାଷୀମାନେ ଜିଲାରେ ବ୍ୟାପକ ଆନ୍ଦୋଳନ କରିବାର ଚେତାବନୀ ଦେଇଛନ୍ତି। ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, କୃଷକ ସଭାର ରାଜ୍ୟ ନେତୃତ୍ୱ ନିର୍ମଳ ନାୟକ, କ୍ଷେତ ମଜଦୂର ୟୁନିଅନ୍‌ର ରାଜ୍ୟସଭାପତି ଶିଶିର ହୁଇ, କୃଷକ ସଭା ଜିଲା ସମ୍ପାଦକ ସୀତାଂଶୁ ସେନାପତି, ଶ୍ରମିକନେତା ଭାଗବତ ପତିହାର, ଗୌରାଙ୍ଗ ପାଣିଗ୍ରାହୀ, ବିଜୟ ପାତ୍ର, ଦଳିତ ସଙ୍ଗଠନର ନେତା ପଞ୍ଚାନନ ପରିଡ଼ା, କୃଷକ ନେତା ଅରୁଣ ଜେନା, ମହିଳା ନେତ୍ରୀ ସନ୍ଧ୍ୟା ଦାସ ମଜୁମଦାର, ଦୀପ୍ତିମାନ ଆଚାର୍ଯ୍ୟ, ହରିପ୍ରିୟା ଜେନା, ଆଦିବାସୀ ଅଧିକାର ମଞ୍ଚର ସଦସ୍ୟ କୃଷ୍ଣ ମୋହନ ମୁର୍ମୁ, ଦିଲୀପ ଗିରି, ଯୋଗାନନ୍ଦ ଦାସ, ସମାଜବାଦୀ ଦଳର ନେତା ମହମ୍ମଦ ସଫିକ୍‌, ମଣ୍ଟୁ ନାୟକ, ସରପଞ୍ଚ କବିତା ଦେ ପ୍ରମୁଖଙ୍କ ନେତୃତ୍ୱରେ ଧାରଣା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri