ଜିଡିପି ୫% ଖସିବା ନେଇ ପୂର୍ବାନୁମାନ

ନୂଆଦିଲ୍ଲୀ,୨୯।୫: ବର୍ତ୍ତମାନ ଦେଶର ଅର୍ଥ ବ୍ୟବସ୍ଥାରେ ଉଭୟ ଯୋଗାଣ ଏବଂ ଚାହିଦା ପ୍ରଭାବିତ ସ୍ଥିତିରେ ରହିଛି। ଶିଳ୍ପଜଗତର କାର୍ଯ୍ୟକଳାପ ଟ୍ରାକ୍‌କୁ ଫେରି ନ ଥିବାରୁ ନିବେଶ ମଧ୍ୟ ହୋଇପାରୁନାହିଁ। ସର୍ଭିସ ସେକ୍ଟର ଏବଂ ଉପଯୋଗିିତା ମଧ୍ୟ କମ୍‌ ରହିଛି। ୨୦୨୦ରେ ଜିଡିପି ପ୍ରାୟ ୫% ଖସିବ ବୋଲି ଏଜେନ୍ସିଗୁଡିକ ପୂର୍ବାନୁମାନ କରିଛନ୍ତି। ଶୁକ୍ରବାର ଜିଡିପି ଡାଟା ଜାରି କରିବାକୁ ଥିବା ବେଳେ ପ୍ରମୁଖ ଏଜେନ୍ସିଗୁଡିକ ଏଭଳି ପୂର୍ବାନୁମାନ କରିଛନ୍ତି। ଦେଶର ରିୟଲ ଜିଡିପି ୫% ଖସିବ ବୋଲି ନୋମୋରା ପକ୍ଷରୁ ରିପୋର୍ଟରେ ସୂଚନା ଦିଆଯାଇଛି। ଜାନୁୟାରୀ-ମାର୍ଚ୍ଚରେ ଜିଡିପି ବାର୍ଷିକ ଭିତ୍ତିରେ ୧୦% ଖସିବା ନେଇ ଏଚ୍‌ଏସ୍‌ବିସି ପ୍ରକାଶ କରିଛି। ବାର୍ଷିକ ଭିତ୍ତିରେ ଅଭିବୃଦ୍ଧି ୦ରୁ ୦.୫% ରହିବ ବୋଲି ଏହି ଏଜେନ୍ସି କହିଛି। ଚତୁର୍ଥ ତ୍ରୈମାସରେ ୩.୬% ଅଭିବୃଦ୍ଧି ଏବଂ ୨୦୨୦ଆର୍ଥତ୍କ ଲାଗି ଏହା ୪.୭% ରହିବ ବୋଲି କେୟାର ରେଟିଂସ୍‌ ପକ୍ଷରୁ କୁହାଯାଇଛି। ୧୯୮୦ ପରେ ଭାରତ ଏଭଳି ବଡ ମାନ୍ଦାବସ୍ଥା ସାମ୍ନା କରୁଛି ବୋଲି ଡିବିଏସ୍‌ ଏହାର ରିପୋର୍ଟରେ ପ୍ରକାଶ କରିଛି। ଏହି ସମୟରେ ନକାରାତ୍ମକ ଅଭିବୃଦ୍ଧି -୫.୫% ରହିବା ନେଇ ଏହା ଆକଳନରେ କହିଛି। ୨୦୨୧ ଆର୍ଥତ୍କ ବର୍ଷରେ ଅଭିବୃଦ୍ଧି -୫% ଖସିବା ନେଇ ୟୁବିଏସ୍‌ ପୂର୍ବାନୁମାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

ଲକ୍ଷ୍ମୀ ଯୋଜନା: ପ୍ରତିମାସରେ ମିଳିବ ୨୫୦୦ଟଙ୍କା, RD ରେ ଜମା କଲେ ସିଧା ୧ ଲକ୍ଷ! ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୩୦।୭: ସାଧାରଣତଃ ଆମକୁ ଟଙ୍କା ମିଳିଲେ ଆମେ ତାହା ଖର୍ଚ୍ଚ କରିଦେଇଥାଉ, କିନ୍ତୁ କିଛି ଟଙ୍କା ଯଦି ଆର.ଡି. (RD) ରେ ନିବେଶ କରାଯାଏ, ତେବେ ଅନେକ…

E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍

ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ…

ରାଜ୍ୟ ସରକାରୀ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ! କେନ୍ଦ୍ର କର୍ମଚାରୀଙ୍କ ଭଳି ବଢିବ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୨୯ା୭: ପଶ୍ଚିମବଙ୍ଗର ହଜାର ହଜାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁବ୍‌ ଭଲ ଖବର ସାମ୍ନାକୁ ଆସିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମହଙ୍ଗା ଭତ୍ତା (DA) କୁ ନେଇ…

ଏହି ବଡ଼ ବ୍ୟାଙ୍କ୍‌ ହୋଇଯିବ ବନ୍ଦ! ଆକାଉଣ୍ଟରେ ଟଙ୍କା ଥିଲେ ତୁରନ୍ତ କରନ୍ତୁ ଏହି କାମ…

ନୂଆଦିଲ୍ଲୀ, ୨୯।୭: ଯଦି ଆପଣ ପ୍ରତିଦିନ ପେଟିଏମ୍ (Paytm) ଆପ୍‌ ଜରିଆରେ ୟୁପିଆଇ (UPI) ପେମେଣ୍ଟ, ମୋବାଇଲ୍ ରିଚାର୍ଜ କିମ୍ବା ବିଲ୍ ପରିଶୋଧ କରୁଛନ୍ତି, ତେବେ ଆପଣଙ୍କ…

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ପକେଟ ଉପରେ ବଢ଼ିବ ବୋଝ! ଅଗଷ୍ଟରୁ ମହଙ୍ଗା ହେବ କାର୍‌, ଟିଭି, ଫ୍ରିଜ୍‌ ସହ…ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟରୁ ପର୍ବପର୍ବାଣୀ ଋତୁ ଆରମ୍ଭ ହେବା ସହିତ ମହଙ୍ଗା ମଧ୍ୟ ଆପଣଙ୍କୁ ଅପେକ୍ଷା କରିଛି। ସକାଳର ଚା’ଠାରୁ ଆରମ୍ଭ କରି କାର୍‌ ପର୍ଯ୍ୟନ୍ତ ଅଗଷ୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri