ଜିଓରେ ୯୦୯୩.୬୦କୋଟି ଟଙ୍କା ନିବେଶ କରିବ ମୁବାଦଲା

ମୁମ୍ବାଇ,୫।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ ସେବା ପ୍ଲାଟ୍‌ଫର୍ମ ଜିଓରେ ଆବୁଧାବି ସ୍ଥିତ ପୁଞ୍ଜି ନିବେଶକାରୀ ସଂସ୍ଥା ମୁବାଦଲା ଇନଭେଷ୍ଟମେଣ୍ଟ କମ୍ପାନୀ ୯୦୯୩.୬୦ କୋଟି ଟଙ୍କା ପୁଞ୍ଜି ନିବେଶ କରିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏ ନେଇ ଶୁକ୍ରବାର ଘୋଷଣା କରିଛି। ବର୍ତ୍ତମାନ ଜିଓ ପ୍ଲାଟ୍‌ଫର୍ମସ୍‌ର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ଲକ୍ଷ କୋଟି ଟଙ୍କା ଥିବା ବେଳେ ଏହାର ଏଣ୍ଟରପ୍ରାଇଜ ମୂଲ୍ୟ ୫.୧୬ଲକ୍ଷ କୋଟି ଟଙ୍କା ରହିଛି। ମୁବାଦଲାର ଏହି ନିବେଶ ଜିଓ ପ୍ଲାଟଫର୍ମରେ ୧.୮୫% ଅଂଶଧନରେ ରୂପାନ୍ତରିତ ହେବ । ଏହି ନିବେଶ ସହ ଗତ ୬ ସପ୍ତାହ ମଧ୍ୟରେ ଫେସ୍‌ବୁକ,ସିଲଭରଲେକ,ଭିଷ୍ଟା ଇକ୍ୱିଟି ପାର୍ଟନର୍ସ, ଜେନେରାଲ ଆଣ୍ଟାଲାଟିକ, କେକେଆର୍‌ ଭଳି କମ୍ପାନୀଠାରୁ ଜିଓ ୮୭,୬୫୫.୩୫ କୋଟି ଟଙ୍କାର ପୁଞ୍ଜି ହାସଲ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri