ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଲା

ନୂଆଦିଲ୍ଲୀ, ୨-୧୨: ଚଳିତ ଆର୍ଥତ୍କ ବର୍ଷରେ ଲଗାତର ଭାବେ ୩ ମାସ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ ହ୍ରାସ ହେବା ପରେ ନଭେମ୍ବରରେ ୬% ବୃଦ୍ଧି ଘଟି ୧ ଲକ୍ଷ କୋଟି ଟଙ୍କା ଟପିଛି। ପାର୍ବଣ ଚାହିଦାକୁ ଯୋଗୁ ଜିଏସ୍‌ଟିରେ ଏଭଳି ଉନ୍ନତି ପରିଲକ୍ଷିତ ହୋଇଛି। ଗତ ବର୍ଷ ଏହି ସମୟରେ ୯୭,୬୩୭ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରିବାକୁ ସରକାର ସକ୍ଷମ ହୋଇଥିଲେ। ଅକ୍ଟୋବରରେ ୯୫,୩୮୦ କୋଟି ଟଙ୍କା ଜିଏସ୍‌ଟି ରାଜକୋଷକୁ ଆସିଥିଲା। ପରୋକ୍ଷ ଟିକସ ସଂଗ୍ରହରେ ୨ ମାସ ନକରାତ୍ମକ ଅଭିବୃଦ୍ଧି ପରେ ନଭେମ୍ବରରେ ୬% ଉନ୍ନତି ହୋଇଥିବା ସରକାରଙ୍କ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ପାର୍ବଣ ଚାହିଦା ଏବଂ ଅନୁପାଳନରେ ଉନ୍ନତି ଯୋଗୁ ଟିକସ ସଂଗ୍ରହ ବଢିଛି। ସଂଗ୍ରହ କରାଯାଇଥିବା ମୋଟ ୧,୦୩,୪୯୨ କୋଟିର ଜିଏସ୍‌ଟି ମଧ୍ୟରୁ କେନ୍ଦ୍ର ଜିଏସ୍‌ଟି ବା ସିଜିଏସ୍‌ଟି ବାବଦ ୧୯,୫୯୨ କୋଟି, ରାଜ୍ୟ ଜିଏସ୍‌ଟି ବା ଏସ୍‌ଜିଏସ୍‌ଟି ବାବଦ ୨୭,୧୪୪ କୋଟି, ସମନ୍ବିତ ଜିଏସ୍‌ଟି ବାବଦ ୪୯,୦୨୮, ସେସ ବାବଦ ୭୭୨୭ କୋଟି ଟଙ୍କା ରହିଛି। ଜିଏସ୍‌ଟି ଆରମ୍ଭ ହେବା ପରଠାରୁ ଏହା ୮ମଥର ଲାଗି ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ପଡିଛି। ଜୁଲାଇ ପରେ ଚଳିତ ବର୍ଷ ଜିଏସ୍‌ଟି ସଂଗ୍ରହରେ ଏଭଳି ଉନ୍ନତି ଆସିଛି। ଏହି ସମୟରେ ମୋଟ ୭୭.୮୩ ଲକ୍ଷ ଜିଏସ୍‌ଟିଆର୍‌ ୩ବି ରିଟର୍ନ ଫାଇଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ‘ପ୍ଲାଟିନମ ଶୋ’

ଭୁବନେଶ୍ୱର, ୧୨ା୯(ସନ୍ତୋଷ କୁମାର ବେହେରା): ଅନ୍ୟତମ ପ୍ରତିଷ୍ଠିତ ଜୁଏଲେରି ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସ୍ଥାନୀୟ ଶହୀଦନଗର ଷ୍ଟୋରରେ ‘ପ୍ଲାଟିନମ ଶୋ’ର ଶୁଭାରମ୍ଭ ହୋଇଛି…

ପେମେଣ୍ଟ ଲିଙ୍କ୍‌ ସହ ସ୍ଥାନୀୟ ମୁଦ୍ରାରେ କାରବାର କର

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସ୍ଥାନୀୟ ମୁଦ୍ରାରେ ବ୍ୟାପାର ଏବଂ ସେମାନଙ୍କର ତତ୍କାଳୀନ ପେମେଣ୍ଟ ସିଷ୍ଟମର ସଂଯୋଗୀକରଣ ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ…

Bank Strike Update: ୧୪ ଯାଏ ବ୍ୟାଙ୍କ ବନ୍ଦ! ଜରୁରୀ କାମ ଥିଲେ କଣ କରିବେ?

ନୂଆଦିଲ୍ଲୀ,୧୨।୯: ଯଦି ଆପଣଙ୍କ ବ୍ୟାଙ୍କରେ ଚେକ୍ କ୍ଲିୟରାନ୍ସ, କ୍ୟାସ, ଜମା କିମ୍ୱା ଉଠାଣ, ପାସବୁକ୍ ଅପଡେଟ୍ ଭଳି କୌଣସି ଜରୁରୀ କାମ ବାକି ଅଛି, ତେବେ ଆପଣଙ୍କୁ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଘରେ ଝିଅ ଜନ୍ମ ହେଲେ ଆପଣଙ୍କୁ ମିଳିବ ୨୭ ଲକ୍ଷ ଟଙ୍କା! କରିବାକୁ ହେବ କେବଳ ଏହି କାମ…

ନୂଆଦିଲ୍ଲୀ,୧୧।୯: ଯଦି ଆପଣଙ୍କ ଘରେ ଝିଅ ଜନ୍ମ ହୋଇଛି, ତେବେ ଏବେ ଆପଣ ୨୭ ଲକ୍ଷ ଟଙ୍କା ପାଇପାରିବେ। କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା ଅଛି,…

Pension: ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୮ମ ବେତନ ଆୟୋଗରେ ବଢ଼ିବ ପେନସନ, ଜାଣନ୍ତୁ ପୁରା ହିସାବ…

ନୂଆଦିଲ୍ଲୀ,୧୧।୯: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କ ମଧ୍ୟରେ ଅଷ୍ଟମ ବେତନ କମିଶନ ସମ୍ବନ୍ଧୀୟ ଆଲୋଚନା ଜୋର୍ ଧରିଛି । ଦରମା ଓ ପେନସନ୍ ସମ୍ପର୍କିତ ନୂଆ…

ଆଉ ମାଗଣା ନୁହେଁ UPI! ପ୍ରତି ଟ୍ରାଞ୍ଜାକ୍ସନ୍‌ରେ ଦେବାକୁ ପଡ଼ିବ ଏତେ ଟଙ୍କା: କେନ୍ଦ୍ରରୁ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୧।୯: UPI ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆସିଛି ବଡ଼ ଅପଡେଟ୍‌। କିଛି ଦିନ ତଳେ UPI ଉପରେ ଚାର୍ଜ ଲାଗିବ ବୋଲି ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?