ଜାମଶୁଳି କଲେଜରେ ପରୀକ୍ଷା ଫି’ ବୃଦ୍ଧିକୁ ନେଇ ଅଚଳାବସ୍ଥା ଜାରି

ବସ୍ତା, ୧୯।୯(ସ୍ବ.ପ୍ର.): ଦ୍ବିତୀୟ ଦିନରେ ମଧ୍ୟ ଜାମଶୁଳି କଲେଜରେ ପରୀକ୍ଷା ଫି’ ବୃଦ୍ଧିକୁ ନେଇ ଅଚଳାବସ୍ଥା ଜାରି ରହିଛି । କଲେଜର ମୁଖ୍ୟ ଫାଟକକୁ ତାଲା ପକାଇ ସମସ୍ତ +୩ ଛାତ୍ରୀଛାତ୍ର ପରିସର ଭିତରେ ନିଆଁ ଜାଳି ବିକ୍ଷୋଭ କରୁଥିବା ଜଣାପଡିଛି। ଫକୀର ମୋହନ ବିଶ୍ବବିଦ୍ୟାଳୟର ଅଧୀନରେ ଥିବା ଅନ୍ୟ କଲେଜରେ ପରୀକ୍ଷା ଫି’ ୧୫୦୦ ରୁ ୨୦୦୦ ମଧ୍ୟରେ ଥିବାବେଳେ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ ୩୦୦୦ ଟଙ୍କା ଧାର୍ଯ୍ୟ ତଥା ଅନ୍ୟ ଦାବି ନେଇ ଛାତ୍ରୀଛାତ୍ର ଧାରଣାରେ ବସଛନ୍ତି। ଛାତ୍ରୀଛାତ୍ରମାନେ କୌଣସି ଗଣମାଧ୍ୟମକୁ ଭିତରକୁ ଛାଡୁ ନ ଥିବାବେଳେ ବାଲେଶ୍ବର ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ମାଜିଷ୍ଟ୍ରେଟ ଭାବେ ଯାଇଥିବା ବସ୍ତା ତହସିଲଦାର ନରେନ୍ଦ୍ର ଖମାରୀଙ୍କୁ ମଧ୍ୟ ସେମାନେ ଭିତରକୁ ଛାଡି ନ ଥିବା ଜଣାଯାଇଛି। ପିଲାଙ୍କ କହିବା ଅନୁଯାୟୀ, ଯେଉଁ ଉପରିସ୍ଥ ଅଧିକାରୀ ତାଙ୍କର ସମସ୍ୟାଗୁଡିକୁ ତତ୍କାଳ ଭିତ୍ତିରେ ସମାଧାନ କରିପାରିବେ ତାଙ୍କୁ ଭିତରକୁ ପ୍ରବେଶ କରାଯିବ। ସଦ୍ୟ ମିଳିଥିବା ଖବର ଅନୁସାରେ ମାଜିଷ୍ଟେଟ ଫେରି ଯାଇଥିବାବେଳେ କଲେଜ ପରିସର ବାହାରେ ପୋଲିସ ପ୍ଲାଟୁନ୍‌ ମୃତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧(କୈଳାଶ ଚନ୍ଦ୍ର ପଟନାୟକ ): ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ଫଳରେ ମଝି ଚିଲିକାରେ ୫୦ ଯାତ୍ରୀ,...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri