ଜାତୀୟ ରାଜପଥ ପୋଲ ପଥଚାରୀଙ୍କ ପାଇଁ ପାଲଟିଛି ମରଣଯନ୍ତା

ଚଣ୍ଡିଖୋଲ,୮ା୮(ଡି.ଏନ.ଏ): ଜାତୀୟ ରାଜପଥରେ କେନ୍ଦ୍ର ସରକାର ଟୋଲ ଗେଟ ସ୍ଥାପନ କରି ରାଜପଥ ପାଇଁ ଟୋଲ ଟିକସ ଆଦାୟ କରୁଥିଲାବେଳେ ଏହାର ମରାମତି ପାଇଁ ଆଦୌ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହୋଇଛି। ଯେଉଁଥି ପାଇଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି। ବିପଦସଙ୍କୁଳ ଅବସ୍ଥାରେ ଥିବା ୫ନଂ (କ) ଜାତୀୟ ରାଜପଥ ଉପରେ ଥିବା ପୋଲଗୁଡ଼ିକ ପଥଚାରୀଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର ବିରୂପା ନଦୀର ନାନପୁରଠାରେ ହୋଇଥିବା ସେତୁ ଓ ବଡ଼ ଗେଙ୍ଗୁଟି ନଦୀ ଉପରେ ବେଣାପୁରଠାରେ ହୋଇଥିବା ସେତୁର ପାଦଚଲା ସ୍ଲାବଗୁଡ଼ିକ ଗଳି ପଡ଼ିଥବାରୁ ଯାତାୟାତରେ ଅସୁବିଧା ସୃଷ୍ଟି କରୁଛି। ପୂର୍ବରୁ ନାନପୁରଠାରେ ଥିବା ଏହି ପୋଲ ମଧ୍ୟରେ ଖସିପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଥିଲେ। ଗତ କିଛିଦିନ ଧରି ଲୁହା ପଥର ବୋଝେଇ ଟ୍ରକଗୁଡ଼ିକ ଅଟକି ରହିବା ଯୋଗୁ ସମସ୍ୟା ଜଟିଳ ହୋଇଛି। କେନ୍ଦୁଝର ଅଞ୍ଚଳରୁ ପାରାଦୀପ ଅଭିମୁଖେ ଲୁହାପଥର ବୋଝେଇ କରି ଟ୍ରକଗୁଡ଼ିକ ଯାଉଥିଲାବେଳେ ପାରାଦୀପଠାରେ ଟ୍ରକରୁ ମାଲ୍‌ ଖଲାସ ହୋଇପାରୁ ନ ଥିବାରୁ ସମ୍ପୃକ୍ତ ଟ୍ରକଗୁଡ଼ିକ ପାରାଦୀପରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଳମ୍ବା ଧାଡ଼ି କରି ଠିଆ ହେଉଛନ୍ତି। ଯେଉଥି ପାଇଁ ଚାରି ଲାଇନ ବିଶିଷ୍ଟ ଏହି ୫ନଂ(କ) ଜାତୀୟ ରାଜପଥର ବାମପାର୍ଶ୍ୱ ୨ ଲେନ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଏହି ଦୁଇ ଲେନ ରାସ୍ତା ମଧ୍ୟରେ ବିପଦପୂର୍ଣ୍ଣ ଅବସ୍ଥାରେ ଉକ୍ତ ଦୁଇଟି ସେତୁ ରହିଛି। ପଥଚାରୀମାନେ ସେତୁର ପାଦଚଲା (ଫୁଟପାଥ) ରାସ୍ତାରେ ଯାତାୟାତ କରୁଛନ୍ତି। ତେବେ ପାଦଚଲା ରାସ୍ତାରୁ ସ୍ଲାବଗୁଡ଼ିକ ଖସି ପଡ଼ିଥିଲାବେଳେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଥିପ୍ରତି ଆଦୌ ଦୃଷ୍ଟି ଦେଇନାହାନ୍ତି। ଆଗାମୀ ଦିନରେ କୌଣସି ଅଘଟଣ ଘଟିଯାଇପାରେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହିତ ଏହାର ମରାମତି ପାଇଁ ଦାବି କରିଛନ୍ତି। ତେବେ ସମ୍ପୃକ୍ତ ଜାତୀୟ ରାଜପଥର ମରାମତି ଦାୟିତ୍ୱ ଏକ ଠିକା କମ୍ପାନୀ ନେଇଥିଲାବେଳେ ସେମାନେ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ସରକାରୀ ନିୟମ ଅନୁଯାୟୀ ଜାତୀୟ ରାଜପଥର କୌଣସିଠାରେ ଖାଲଖମା ସୃଷ୍ଟି ହେଲେ କିମ୍ବା ପୋଲ ଭାଙ୍ଗିଗଲେ ଏହା ତୁରନ୍ତ ମରାମତି ହେବାର ନିୟମ ରହିଛି। କିନ୍ତୁ ଦୀର୍ଘଦିନ ହେବ ପାଦଚଲା ରାସ୍ତାର ସ୍ଲାବଗୁଡ଼ିକ ଗଳି ପଡ଼ିଥିଲାବେଳେ ଏହା ଅଦ୍ୟାବଧି ମରାମତି ହୋଇପାରୁନି। ଏ ସମ୍ପର୍କରେ ଜାତୀୟ ରାଜପଥ ପ୍ରାଧିକରଣ ମୁଖ୍ୟ ଯନ୍ତ୍ରୀ ପୂଜା ମିଶ୍ରଙ୍କୁ ପଚାରିବାରେ, ଏହା ତୁରନ୍ତ ମରାମତି କରାଯିବ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri