ଜାତୀୟ ରାଜପଥ ନିର୍ମାଣ ପ୍ରସଙ୍ଗ: ଗୁହାରି ଶୁଣିବାକୁ ରାସ୍ତାକୁ ଓହ୍ଲାଇଲେ ଜିଲାପାଳ, ଏସ୍‌ପି

ନୂଆପଡା ଅଫିସ/କୋମନା,୧୭।୯(ଡି.ଏନ.ଏ.)
ଜାତୀୟ ରାଜପଥର ଦୁରାବସ୍ଥାକୁ ନେଇ ଜିଲାବ୍ୟାପି ଅସନ୍ତୋଷ ଦୃଢୀଭୂତ ହେଉଥିବା ବେଳେ ଜିଲା ପ୍ରଶାସନ ଏହାର ଗୁରୁତ୍ୱକୁ ଉପଲବ୍ଧି କରିଛି । ନୂଆପଡ଼ା ଜିଲା କୋମନା ବ୍ଲକ ଉଦ୍ୟାନବନ୍ଧବାସୀ ଆନ୍ଦୋଳନ ମୁହାଁ ହେଉଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ଖୋଦ ଜିଲାପାଳ ମଧୁସ୍ମିତା ସାହୁ ଏବଂ ଏସ୍‌ପି ବିନୀତ ଅଗ୍ରୱାଲ ଘଟଣାସ୍ଥଳକୁ ଯାଇ ଲୋକଙ୍କ ସହ ଆଲୋଚନା କରି ଦାବିପତ୍ର ଗ୍ରହଣ କରିଥିଲେ। ସେଠାରେ ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କୁ ମଧ୍ୟ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟାନ୍ୟ ଦାବିଗୁଡିକ ଉପରେ ତଦନ୍ତ କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଆଜକୁ ୫ ବର୍ଷ ହେବ ନିର୍ମାଣ କାମ ଚାଲିଥିବା ୩୫୩ ନଂ. ଜାତୀୟ ରାଜପଥ ଆଜିଯାଏଁ ଶେଷ ହୋଇ ନ ଥିବାବେଳେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଖାଲଖମା ହୋଇ ମରଣଯନ୍ତା ପାଲଟିଛି । ଏହାକୁ ନେଇ ବିଭିନ୍ନ ଜାଗାରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ଉଦ୍ୟାନବନ୍ଧବାସୀ ବନ୍ଦ ପାଳନ କରିବାକୁ ପ୍ରସ୍ତୁତି ଘୋଷଣା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ରବିବାର ଏସ୍‌ପି ଅଗ୍ରୱାଲ ଆନ୍ଦୋଳନକାରୀମାନଙ୍କୁ ଡାକି ଆଲୋଚନା କରିଥିବାବେଳେ ଏହାକୁ ସେ ଜିଲାପାଳଙ୍କ ସହ ଆଲୋଚନା କରି ସମାଧାନ ରାସ୍ତା ବାହାର କରିବେ। ଆନ୍ଦୋଳନରୁ ବିରତ ରହିବାକୁ ଅନୁରୋଧ କରିଥିଲେ । ପ୍ରତିଶ୍ରୁତି ମୁତାବକ ସୋମବାର ପୂର୍ବାହ୍ନ ୧୧ଟାରେ ଖୋଦ ଜିଲାପାଳ ସାହୁ ଏବଂ ଏସ୍‌ପି ଅଗ୍ରୱାଲ ଉଦ୍ୟାନବନ୍ଧରେ ପହଞ୍ଚତ୍ଥିଲେ। ଆନ୍ଦୋଳନକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ସେଠାକୁ ଠିକାଦାରଙ୍କ ପ୍ରତିନିଧିଙ୍କ ଡକାଇ ରାସ୍ତାର ଅବସ୍ଥା ବୁଲି ଦେଖିଥିଲେ। ତୁରନ୍ତ ଗାଡି ଚଳାଚଳ ସକାଶେ ରାସ୍ତା ମରାମତି କରିବା ସହ ରାସ୍ତା କାମ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଠିକା କମ୍ପାନୀ ଆସନ୍ତା ୨୦ ତାରିଖ ସୁଦ୍ଧା ଦଲଦଲିଠାରୁ ଖଡିଆଳ ଯାଏଁ ସବୁଜାଗାରେ ମରାମତି କରିବା ସହ ଆଗାମୀ ୭ ମାସ ମଧ୍ୟରେ ସମ୍ପୂର୍ଣ୍ଣ ରାସ୍ତା କାମ କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ ଉଦ୍ୟାନବନ୍ଧରେ କ୍ରସ ଡ୍ରେନେଜ ନିର୍ମାଣ, ଜାତୀୟ ରାଜପଥରେ ବିସ୍ଥାପିତ ପରିବାରକୁ ଥଇଥାନ କରିବା ନାଁରେ ୨ କୋଟି ଟଙ୍କାର ଅନିୟମିତତା ହୋଇଛି । ଏହାର ତଦନ୍ତ କରିବାକୁ ଦାବି କରାଯାଇଛି। ଏହିଭଳି ଜାତୀୟ ରାଜପଥ ୩୫୩ରୁ କୁରେଶ୍ୱର ରାସ୍ତାକୁ ତୁରନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସାମିଲ କରିବାକୁ କୁହାଯାଇଛି । ଜିଲାପାଳ ଏହି ସବୁ ଦାବି ଗୁଡିକୁ ତୁରନ୍ତ ପୂରଣ କରାଯିବା ଦିଗରେ ନିଜେ ପଦକ୍ଷେପ ନେବେ ବୋଲି କହିଥିଲେ। ଆନ୍ଦୋଳନକାରୀଙ୍କ ମଧ୍ୟରେ ସୋମନାଥ ଖମାରୀ, ପ୍ରଦୀପ ସାହୁ, ହେମନ୍ତ କୁମାର କର, ସନ୍ତୋଷ ମହାନ୍ତି, ଜହରଲାଲ ସୁନାନୀ, ଓମପ୍ରକାଶ ରଣା, ମୂରଲୀଧର ପାଢୀ, ହୋମସିଂ ମାଝି, ବିଶେଶ୍ୱର ଧରୁଆ ପ୍ରମୁଖ ସାମିଲ ଥିଲେ। ଜିଲା ପ୍ରଶାସନ ଲୋକଙ୍କ ନିକଟକୁ ଆସି ଆଲୋଚନା କରିଥିବାରୁ ସମସ୍ତେ ଖୁସି ପ୍ରକଟ କରିଥିଲେ। ଫଳରେ ପ୍ରଶାସନ ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇପାରିଥିଲା ।

 


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ଦୁଇଦିନ ବଜ୍ରପାତ ସହ ପ୍ରବଳ ବର୍ଷା! ଏସବୁ ଜିଲାକୁ ହାଇ ଆଲର୍ଟ…

ନୂଆଦିଲ୍ଲୀ,୨୦।୨: ୨୪ ଘଣ୍ଟା ଭିତରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ ଆଗାମୀ ୨…

ବିଧାନସଭାରୁ ଆସିଲା ସାଂଘାତିକ ଚିତ୍ର, ପୁଣି ବଢ଼ିଲା ଡ୍ରପ୍‌ ଆଉଟ୍‌, ୧୨.୮%ରୁ ବଢ଼ି…

ଭୁବନେଶ୍ୱର,୨୦ା୨: ଡ୍ରପ୍‌ ଆଉଟକୁ ନେଇ ବିଧାନସଭାରୁ ଆସିଛି ସାଂଘାତିକ ଚିତ୍ର। ପୁଣି ବଢ଼ିଛି ଡ୍ରପ୍‌ ଆଉଟ୍‌। ଏହା ୧୨.୮%ରୁ ବଢ଼ି ୧୫%ରେ ପହଞ୍ଚିଛି। ୨୦୨୪-୨୫ ଶିକ୍ଷାବର୍ଷରେ ୯ମ…

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

Holi 2026: ମାର୍ଚ୍ଚ ୩ ନା ୪, ଏ ବର୍ଷ କେବେ ଖେଳିବେ ହୋଲି? ଜ୍ୟୋତିଷ କହିଦେଲେ…

ପ୍ରତିବର୍ଷ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ରାତିରେ ହୋଲିକା ଦହନ କରାଯାଏ। ହୋଲିକା ଦହନ ପର୍ୱକୁ ମିଥ୍ୟା ଉପରେ ସତ୍ୟର ବିଜୟର ପ୍ରତୀକ ଭାବରେ ବିବେଚନା କରାଯାଏ।…

ଖୁବଶୀଘ୍ର ଭାରତ ଆସିବେ ଟ୍ରମ୍ପ! ଏହା ପୂର୍ବରୁ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୨: ଭାରତ ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକା ପଦକ୍ଷେପରେ ସାମିଲ ହୋଇଛି। ନୂଆଦିଲ୍ଲୀରେ ପାକ୍ସ ସିଲିକା ଘୋଷଣାପତ୍ର ସ୍ବାକ୍ଷର ସମାରୋହରେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ରୁଟି କେଉଁଠୁ ଆସିଥିଲା? ଭାରତ ସହ କ’ଣ ରହିଛି ଲିଙ୍କ୍‌…

ରୁଟି ହେଉଛି ମଣିଷଜାତିର ସବୁଠାରୁ ପୁରୁଣା ଖାଦ୍ୟ ମଧ୍ୟରୁ ଗୋଟିଏ। ଏହା ସଭ୍ୟତାର ଉତ୍ଥାନ ସହିତ ଗଭୀର ଭାବରେ ଜଡିତ। ଆଜି ରୁଟିକୁ ଭାରତୀୟ ଖାଦ୍ୟର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri