Categories: ଯାଜପୁର

ଜାତୀୟ କ୍ରୀଡ଼ା ଦିବସ ପାଳନ

ଧର୍ମଶାଳା,୩୦-୮(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜାରକା ନେହେରୁ ଯୁବକେନ୍ଦ୍ର ଓ ସୁକନ୍ୟା ସ୍ବେଚ୍ଛାସେବୀ ଅନୁଷ୍ଠାନ ଆନୁକୂଲ୍ୟରେ ଗୁରୁବାର ଜାରକାସ୍ଥିତ ପ୍ରଜପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ଜାତୀୟ କ୍ରୀଡ଼ା ଦିବସ ଓ ଫିଟ୍‌ ଇଣ୍ଡିଆ କ୍ୟାମ୍ପେନ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଅଜୟ କୁମାର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଓ ଉଦ୍‌ଘାଟକ ଭାବେ ଗୋକର୍ଣ୍ଣିକା ସମ୍ପାଦକ ରମାକାନ୍ତ ଜେନା ଯୋଗଦେଇଥିଲେ। ଶରୀରକୁ ସୁସ୍ଥ ସବଳ ରଖିବା ପାଇଁ ଆମକୁ ଯୋଗ ବ୍ୟାୟାମ ଓ କ୍ରୀଡ଼ାରେ ସମୟ ଦେବା ଆବଶ୍ୟକ ବୋଲି ଜେନା କହିଥିଲେ। ନେହେରୁ ଯୁବକେନ୍ଦ୍ରର ଜିଲା ସଂଯୋଜକ ବାସୁଦେବ ଦାସ ଜାତୀୟ କ୍ରୀଡ଼ା ଦିବସ ଓ ଫିଟ୍‌ ଇଣ୍ଡିଆ କ୍ୟାମ୍ପେନ୍‌ ସମ୍ପର୍କରେ ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ଭାବେ ‘ପ୍ରଥମ ଓଡ଼ିଶା’ ଅନୁଷ୍ଠାନର ଜିଲା ସଂଯୋଜକ ପ୍ରହଲ୍ଲାଦ ପ୍ରଧାନ, ପ୍ରଶିକ୍ଷକ ଆକାଶ ପରିଚ୍ଛା ଯୋଗ ଦେଇଥିଲେ। ସମ୍ପାଦିକା ରଞ୍ଜିତା ବାରିକ ସ୍ବାଗତ ଭାଷଣ ଦେଇଥିବାବେଳେ ପ୍ରସାଦ ନାୟକ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତ ସ୍ବେଚ୍ଛାସେବୀ ଫିଟ୍‌ ଇଣ୍ଡିଆ ସମ୍ପର୍କରେ ଶପଥ ପାଠ କରିଥିଲେ। ପରେ ଛାତ୍ରୀଛାତ୍ର ଓ ସ୍ବେଚ୍ଛାସେବୀଙ୍କ ଦ୍ୱାରା ଭଲିବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଫଟୋ–