Posted inଫୁରସତ

ଜାଣନ୍ତୁ ନାସା କେମିତି କରିଥାଏ ଅନ୍ତରୀକ୍ଷ ଯାନର ନାମକରଣ

କଲମ୍ବିଆ : ନାସା ମହାକାଶକୁ ବିଭିନ୍ନ ନାମରେ ଅନ୍ତରୀକ୍ଷ ଯାନ ପ୍ରେରିତ କରିଥାଏ। ତେବେ ଏହି ଯାନଗୁଡ଼ିକର କିପରି ନାମକରଣ ହୋଇଥାଏ ହୁଏତ ଅଧିକାଂଶ ଲୋକ ଜାଣି ନ ଥିବେ। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ…


ଅତୀତ ହେଉ କି ବର୍ତ୍ତମାନ ନାସା ଅନେକ ଅନ୍ତରୀକ୍ଷ ଯାନ ଚନ୍ଦ୍ରପୃଷ୍ଠକୁ ପଠାଇସାରିଛି। ଏକ୍କା, ଗ୍ଲୋରୀ ପରି ଆକର୍ଷଣୀୟ ନାମରେ ଅନ୍ତରୀକ୍ଷ ଯାନ ମହାକାଶକୁ ପଠାଇଛି। ତେବେ ନିଶ୍ଚିତ ମନରେ ପ୍ରଶ୍ନ ଉଠିଥିବ ନାସା ଅନ୍ତରୀକ୍ଷ ଯାନଗୁଡ଼ିକର ନାମକରଣ କେମିତି କରିଥାଏ ବୋଲି। ଏହି ନାମକରଣ ବହୁ କଷ୍ଟସାଧ୍ୟ। ଉଦାହରଣ ସ୍ବରୂପ ଆପୋଲୋ। ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଥିବା ଆପୋଲୋ-୧୧। ନାସା ଅନୁଯାୟୀ, ଏହି ନାଁ ୧୯୬୦ରେ ସ୍ପେଶ୍‌ ଫ୍ଲାଇଟ୍‌ ଡେଭଲପ୍‌ମେଣ୍ଟ୍‌ର ନିର୍ଦ୍ଦେଶକ ସିଲ୍‌ଭରଷ୍ଟିନ୍‌ ଦେଇଥିଲେ। ଏହା ପଛରେ ଧାର୍ମିକ କାରଣ ମଧ୍ୟ ରହିଥିଲା। ତେବେ ଧର୍ମ ଅନୁସାରେ ଆପୋଲୋ ଗ୍ରୀକ୍‌ର ଦେବତା ଥିଲେ। ଯେ କି ଜୁସ୍‌ ଏବଂ ଲେଟୋର ପୁତ୍ର ଥିଲେ। ଓରିୟନ୍‌ ଏବଂ ଜୁନୋର ନାଁ ମଧ୍ୟ ଧାର୍ମିକ ମାନ୍ୟତା ଅନୁସାରେ ରଖାଯାଇଥିଲା।

ସରଳ ଏବଂ ସହଜରେ ଆସୁଥିବା ନାମକୁ ପ୍ରଥମେ ଦିଆଯାଏ ପ୍ରାଥମିକତା :

୧୯୬୦ ମସିହାରେ ପ୍ରଥମ ନାମକରଣ ସମିତି ନାସାର ମୁଖ୍ୟାଳୟରେ ହିଁ ସ୍ଥାପନ କରାଯାଇଥିଲା। ଯେଉଁଥିରେ ନାସାର ଅଧିକାରୀମାନଙ୍କୁ ମଧ୍ୟ ନାମ ଚୟନ କରିବାକୁ କୁହାଯାଇଥାଏ। ଯେଉଁ ନାମଟି ବଛାଯାଏ ତାହାକୁ ସମସ୍ତେ ବିଚାର କରନ୍ତି। ଯେଉଁଟା ସବୁଠୁ ଭଲ ଲାଗେ ସେହି ଅନୁସାରେ ଯାନର ନାମକରଣ କରାଯାଏ। ଏହା ପରେ ୨୦୦୦ ଫେବୃୟାରୀ ୧୪ରେ ନାସା ନୂଆ ନାମକରଣ ନୀତି ଆରମ୍ଭ କଲା। ଏହି ଅନୁସାରେ ସହଜ ସରଳ ଭାବେ ବୁଝି ହେଉଥିବା ଯାନର ନାମକରଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏଥିରେ କିଛି ରଚନାତ୍ମକ କଥା ମଧ୍ୟ ଯୋଡ଼ା ଯାଇଥାଏ। ଏହିପରି ଭାବରେ ନାସା ଯାନର ନାମକରଣ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି ଜଙ୍ଗଲ: ବନ୍ୟଜନ୍ତୁ ଗାଁ ମୁହାଁ

ମାଲକାନଗିରି,୧୦।୬: ମାଲକାନଗିରି ସଦର ମହକୁମାର ନିକଟ ଜଙ୍ଗଲରେ ନିଆଁ ଲାଗିଯାଇଛି। ନିଆଁ ମଙ୍ଗଳବାରଠାରୁ ଲାଗିଥିବା ବେଳେ ଏହାକୁ ଆୟତ୍ତ କରାଯାଇନାହିଁ। ଫଳରେ ବନ୍ୟଜନ୍ତୁ ଗାଁ ମୁହାଁ ହେଉଛନ୍ତି।…

କଂଗ୍ରେସରେ ମିଶିଯିବ TMC? ରାହୁଲଙ୍କୁ ଭେଟିଲେ… ରାଜନୀତିରେ ବଡ଼ ହଲଚଲ!

କୋଲକାତା,୧୦।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସ ଭିତରେ ଖିନ୍‌ଭିନ୍‌ ହେଉଥିବା ପରି ମନେ ହେଉଛି, ଦଳର ନେତାମାନେ ତୁରନ୍ତ ଇସ୍ତଫା ଦେଉଛନ୍ତି। ଏହା…

ଦିଦିଙ୍କୁ ଝଟ୍‌କା ପରେ ଝଟ୍‌କା: ପୁଣି ଏମ୍‌ପି ଦେଲେ ଇସ୍ତଫା

କୋଲକାତା,୧୦।୬: ତୃଣମୂଳ କଂଗ୍ରେସ (ଟିଏମସି)କୁ ଆଉ ଏକ ଝଟକା ଲାଗିଛି। ଏମ୍‌ପି ସୁସ୍ମିତା ଦେବ ରାଜ୍ୟ ସଭାରୁ ଇସ୍ତଫା ଦେଇଛନ୍ତି। ଏହା ପରେ ସେ ଆସାମ ମୁଖ୍ୟମନ୍ତ୍ରୀ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨ ବର୍ଷ ପୂର୍ତ୍ତି: ଦୀପ ଲଗାଇ ସ୍ବତନ୍ତ୍ର ପୂଜା, ପ୍ରାର୍ଥନା କଲେ ବିଧାୟକଙ୍କ ସହିତ ଶହ ଶହ ନେତା, କର୍ମୀ

ଛତ୍ରପୁର,୧୦।୬ (ଦିଲ୍ଲୀପ ସାମଲ): ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ଅଗ୍ରାହରମ ସାହି ସ୍ଥିତ ଶ୍ରୀ ଶ୍ରୀ ଗୌରୀଶଙ୍କର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଏଲନ ମସ୍କଙ୍କୁ ଜୋରଦାର ଝଟକା: ରୋକିଲା ଭାରତ

ଓ୍ବାଶିଂଟନ୍‌,୧୦।୬: ଏଲନ ମସ୍କଙ୍କୁ ଏକ ବଡ଼ ଝଟକା ଲାଗିଛି। ଭାରତ ସରକାର ଷ୍ଟାରଲିଙ୍କ ସେବା ଆରମ୍ଭ ପାଇଁ ଅନୁମୋଦନକୁ ବନ୍ଦ କରିଦେଇଛନ୍ତି। ଏହାର ଅର୍ଥ ହେଉଛି ଷ୍ଟାରଲିଙ୍କ…

ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ, ଏବେ ଏହି ନାମରେ…

କୋଲକାତା,୧୦ା୬: ଶେଷରେ ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଛି ‘ଧାମ’ ଶବ୍ଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁରୋଧକ୍ରମେ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ସେ…

ଝିଅର ନିର୍ବନ୍ଧ ପୂର୍ବରୁ ହଠାତ୍‌ ଫେରାର୍‌ ହୋଇଗଲେ ମାଆ, ହ଼୍ବାଟସଆପ୍‌ ଷ୍ଟାଟସ୍‌ ଦେଖି ସ୍ୱାମୀ କାବା!

ମୁମ୍ୱାଇ,୧୦।୬: ଝିଅର ନିର୍ବନ୍ଧକୁ ଥିଲା ଆଉ ମାତ୍ର ୫ ଦିନ। ପ୍ରସ୍ତୁତିରେ ଲାଗିପଡ଼ିଥିଲା ପୂରା ପରିବାର। ନିର୍ବନ୍ଧ ପାଇଁ ସମ୍ପର୍କୀୟମାନେ ବି ଘରକୁ ଆସୁଥାନ୍ତି। ସେପଟେ ଚାଲିଥାଏ…

ODI ସିରିଜ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖରାପ ଖବର: ବାଦ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୦।୬: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଜୁନ ୧୩ରୁ ଆରମ୍ଭ ହେବାକୁ ଯାଉଛି। ତଥାପି, ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri