Posted inଫୁରସତ

ଜାଣନ୍ତି ୭୦୦ ବର୍ଷ ତଳେ ବି କ୍ୱାରାଣ୍ଟାଇନ୍‌ରେ ରହିଥିଲେ ଲୋକେ, ୪୦ ଦିନ ପର୍ଯ୍ୟନ୍ତ ପାଣି ଭିତରେ ରହି ବଞ୍ଚାଇଥିଲେ ଜୀବନ

ସାରା ବିଶ୍ୱରେ ବର୍ତ୍ତମାନ ମହାମାରୀ କରୋନା ଭୂତାଣୁ କାୟା ବିସ୍ତାର କରିଥିବାରୁ ଲୋକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଉଛି। କାରଣ ଏହା ଏକ ସଂକ୍ରାମକ ରୋଗ। ଏହାକୁ ରୋକିବା ପାଇଁ କ୍ୱାରାଣ୍ଟାଇନ୍‌ ହିଁ ବିକଳ୍ପ। ଖାଲି ଏବେ ନୁହେଁ, ୭୦୦ ବର୍ଷ ତଳେ ମଧ୍ୟ ଲୋକେ କ୍ୱାରାଣ୍ଟାଇନ୍‌ରେ ଥିବା ଇତିହାସ କୁହେ। ‘କ୍ୱାଣ୍ଟିନ’ ଶବ୍ଦର ଇତିହାସ ହୃଦୟସ୍ପର୍ଶୀ। ‘କ୍ୱାଣ୍ଟିନ୍‌’ ଶବ୍ଦ ଇଟାଲୀ ଭାଷା ‘କ୍ୱାରାଣ୍ଟିନୋ’ରୁ ଉତ୍ପନ୍ନ। କ୍ୱାଣ୍ଟିନ୍‌ ଅର୍ଥ ହେଉଛି ୪୦ ଦିନ ପର୍ଯ୍ୟନ୍ତ ଏକାକୀ ରହିବା।

ପ୍ଲେଗ୍‌ରେ ମରୁଥିଲେ ଲୋକେ:

୧୪୦୦ ଶତାବ୍ଦୀରେ ୟୁରୋପରେ ମହାମାରୀ ପ୍ଲେଗ୍‌ ରୋଗ କାୟା ବିସ୍ତାର କରିଥିଲା। ଭେନିସ୍‌ ପରି ଉପକୂଳବର୍ତ୍ତୀ ସହରଗୁଡ଼ିକୁ ସେତେବେଳେ ସଂକ୍ରମଣ ରୋକିବା ପାଇଁ ପ୍ରତ୍ୟେକ ଜାହାଜକୁ ସଂକ୍ରମିତ ବନ୍ଦରରୁ ସହରରେ ପହଞ୍ଚିବା ପୂର୍ବରୁ ୪୦ ଦିନ ପାଣିରେ ଲଙ୍ଗର ପକାଇ ରହିବାକୁ ପଡ଼ିଥିଲା। ଏହାକୁ ଧୀରେ ଧୀରେ କ୍ୱାରାଣ୍ଟାଇନ୍‌‌ କୁହାଗଲା।
୧୩୭୪ ମସିହାରେ, ଭେନିସ୍‌ ଏକ ନିର୍ଦ୍ଦେଶ ଜାରି କରିଥିଲା ଯେ, ସ୍ବତନ୍ତ୍ର ସ୍ବାସ୍ଥ୍ୟ ପରିଷଦ, ଜାହାଜ ଏବଂ ଏହାର ଯାତ୍ରୀମାନଙ୍କୁ ସହରକୁ ପ୍ରବେଶ କରିବାକୁ ଦିଆଯାଉ ନାହିଁ। ସମସ୍ତଙ୍କୁ ନିକଟସ୍ଥ ସେନ୍‌ ଲୈଜାରୋ ଦ୍ୱୀପରେ ରହିବାକୁ ପଡ଼ିବ। ଏହା ଭେନିସ୍‌ର କେତେକ ଦେଶରୁ ଜାହାଜ ଏବଂ ଯାତ୍ରୀମାନଙ୍କ ସହିତ ଭେଦଭାବ ଏବଂ ଅନ୍ୟାନ୍ୟ ବ୍ୟାହତ ସୃଷ୍ଟି କରିଥିଲା।


୧୩୭୭ ମସିହାରେ, ଆଡ୍ରିୟାଟିକ୍‌ ସାଗରରେ ଥିବା ରାଗୁଜା ଜେନେରାଲ କାଉନସିଲ୍‌ ଏହି ବିପଜ୍ଜନକ ମହାମାରୀର ବିସ୍ତାରକୁ ରୋକିବା ପାଇଁ ଏକ ନୂତନ ନିୟମ ପ୍ରଣୟନ କଲା । ଏହି ନିୟମ ଅନୁଯାୟୀ, ପ୍ରତ୍ୟେକ ଜାହାଜ ଏବଂ ବ୍ୟବସାୟୀଙ୍କୁ ୩୦ ଦିନ ଆଇସୋଲେଶନରେ ରହିବାକୁ ପଡ଼ିଲା। ନିୟମରେ କୁହାଯାଇଥିଲା, କୌଣସି ବ୍ୟକ୍ତି ମୁଖ୍ୟ ସହରରେ ପ୍ରବେଶ କରିବା ପୂର୍ବରୁ ନିକଟ ସହର କିମ୍ବା ଦ୍ୱୀପରେ ୩୦ଦିନ ବିତାଇବାକୁ ପଡ଼ିବ। ଡ୍ୟୁବ୍ରୋନ୍‌ଭିକ୍‌ ପ୍ରଥମେ ଏପରି ପଦ୍ଧତି ପ୍ରୟୋଗ କଲେ, ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ସଫଳ ପଦକ୍ଷେପ ବୋଲି ପ୍ରମାଣିତ ହେଲା। ସେତେବେଳେ ସମଗ୍ର ବିଶ୍ୱ ଏହାକୁ ଗ୍ରହଣ କରିଥିଲା। ଡିବ୍ରୋନ୍‌ଭିକ୍‌ ହେଉଛି ପ୍ରଥମ ସମୁଦ୍ର ବନ୍ଦର ଯାହାକି ସଂକ୍ରମିତ ଅଞ୍ଚଳରୁ ଲୋକଙ୍କୁ ଏବଂ ପଶୁମାନଙ୍କୁ ସୁସ୍ଥ ଜନସଂଖ୍ୟାଠାରୁ ଅଲଗା ରଖିଥିଲା। ଏଥିସହିତ, ଭେନିସ୍‌ ସମସ୍ତ ଜାହାଜ ଏବଂ ବାଣିଜ୍ୟ ଉପରେ ପ୍ରତିବନ୍ଧକ ଲଗାଇଲା। ଯାହା ଜୀବନଯାତ୍ରା ବନ୍ଦ କରିଦେଲା। ଏହି କ୍ୟାଣ୍ଟିନ୍‌ ଆଇନର ଉଲ୍ଲଂଘନ କରି ଜରିମାନା ଆଦାୟ କରିଥିବାରୁ ରାଗୁଜା ରିପବ୍ଲିକ ସେମାନଙ୍କୁ କଠୋର ଦଣ୍ଡାଦେଶ ଶୁଣାଇଥିଲେ। ପ୍ରଥମ ବିଚ୍ଛିନ୍ନତା ଅବଧି ୪୦ଦିନ ଥିଲା, ପରେ ଏହାକୁ ୩୦ଦିନକୁ ହ୍ରାସ କରାଯାଇଥିଲା। ତଥାପି, ଏପରି କରିବାର ପ୍ରକୃତ କାରଣ କାହାକୁ ଜଣା ନାହିଁ। କିଛି ଲୋକ କୁହନ୍ତି, ୩୦ଦିନର ଅବଧି ଅନୁପଯୁକ୍ତ ଥିଲା। କାରଣ ରୋଗର ଇନ୍‌କ୍ୟୁବେସନ ଅବଧି ସଠିକ୍‌ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri