ଜଳେଶ୍ୱର ତହସିଲ: ଆଜିଠୁ ସୌରାତରୁ ବାଲି ପରିବହନ ବନ୍ଦ

ଜଳେଶ୍ୱର, ୨।୧୨(ଡି.ଏନ.ଏ./ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅଧୀନ ସମସ୍ତ ସୌରାତରୁ ବାଲି ପରିବହନ ୩ତାରିଖଠାରୁ ବନ୍ଦ ରହିବ ବୋଲି ସୌରାତ ମାଲିକ ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଏକ ହୋଟେଲ ସଭାଗୃହରେ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ଉତ୍ତର ବାଲେଶ୍ୱର ଅଞ୍ଚଳରେ ଥିବା ବାଲି ସୌରାତ୍‌ଗୁଡ଼ିକ ନିଲାମ ନେଇଥିବା ମାଲିକ, ତାଙ୍କର ଅଂଶଧାରୀ ସହକର୍ମୀ ଓ ଉତ୍ତର ବାଲେଶ୍ୱର ଡମ୍ପର, ଟ୍ରାକ୍ଟର ମାଲିକମାନଙ୍କୁ ନେଇ ଉତ୍ତର ବାଲେଶ୍ୱର ବାଲି ସୌରାତ ମାଲିକ ସଂଘ ନାମରେ ଏକ ସଂଘ ଗଠନ କରାଯାଇଛି। ବାଲି ସୌରାତ ପରିଚାଳନା ତଥା ସରକାରଙ୍କର ନୀତି ନିୟମାବଳୀ ବିଷୟରେ ସଂଘ ପକ୍ଷରୁ ପୂର୍ବରୁ ଆଲୋଚନା କରାଯାଇଥିଲା। ନିଷ୍ପତ୍ତି ଅନୁଯାୟୀ ୭ଦଫା ଦାବି ନେଇ ବାଲି ଉଠାଣ ବନ୍ଦ କରାଯାଇଛି। ପ୍ରଶାସନ ଟ୍ରାନଜିଟ୍‌ ପାସ୍‌ ଠିକ୍‌ ସମୟରେ ଯୋଗାଇ ନ ଦେବା, ଟ୍ରାନଜିଟ୍‌ ପାସ୍‌ ଥାଇ ମଧ୍ୟ ଖାଦାନ ମାଲିକ ଓ ଗାଡ଼ି ମାଲିକମାନଙ୍କ ଉପରେ ମିଥ୍ୟା ମାମଲା ରୁଜୁ କରିବା, ପ୍ରତ୍ୟେକ ସୌରାତ ଅଞ୍ଚଳରେ ଚାନ୍ଦା ଆଦାୟକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା, ପ୍ରଶାସନ ତରଫରୁ ମାତ୍ରାଧିକ ଜରିମାନା ଆଦାୟ କରାଯିବା, ଚୋରା ବାଲି ଉଠାଉଥିବା ଲୋକଙ୍କ ଉପରେ ପ୍ରଶାସନ କୌଣସି ପଦକ୍ଷେପ ନ ନେବା ଆଦି ଅଭିଯୋଗ କରି ଏହି ନିଷ୍ପତ୍ତି ନିଆଯାଇଥିବା ସଂଘ ପକ୍ଷରୁ କୁହାଯାଇଛି। ଖବରଦାତା ସମ୍ମିଳନୀରେ ଦୁର୍ଜ୍ଜୟ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ। ସୁଜୟ କରଣ, ମଧୁସୂଦନ ଦାସ, ରବୀନ୍ଦ୍ର ନାଥ ଗିରି, ସୌମ୍ୟଜିତ୍‌ ଚକ୍ରବର୍ତ୍ତୀ, ସୁରଜିତ ଘୋଷ, ପ୍ରବୀର ଦାସ ଓ ସମସ୍ତ ବାଲି ଖାଦାନର ମାଲିକମାନେ ଉପସ୍ଥିତ ଥିଲେ। ନବଗଠିତ ବାଲି ସୌରାତ ମାଲିକ ସଂଘର ସଭାପତି ଭାବେ ସୁଜୟ କରଣ, ସମ୍ପାଦକ ରାଜେଶ ଖାଟୁଆ, କୋଷାଧ୍ୟକ୍ଷ ରବୀନ୍ଦ୍ର ନାଥ ଗିରି ମନୋନୀତ ହୋଇଥିବା ବେଳେ ସଂଘରେ ୧ ଶହରୁ ଊର୍ଦ୍ଧ୍ୱ ସଦସ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri