Posted inଖେଳ

ଜରିନ୍‌ଙ୍କ ସହ ଲଢ଼ିବାକୁ ଭୟ କରୁନାହିଁ: ମେରୀକମ୍‌

ନୂଆଦିଲ୍ଲୀ,୧୯।୧୦(ପି.ଟି.): ନିଖାତ ଜରିନ୍‌ଙ୍କ ସହ ଲଢ଼ିବାକୁ ଆଦୌ ଭୟ କରୁନାହିଁ ବୋଲି ଅଭିଜ୍ଞ ମହିଳା ବକ୍ସର ମେରୀକମ କହିଛନ୍ତି। ଆଗାମୀ ଅଲିମ୍ପିକ କ୍ୱାଲିଫାୟର୍ସ ଟ୍ରାଏଲ୍ସ ତାଙ୍କୁ କେବଳ ହରାଇବାର ମୋ ପାଇଁ କେବଳ ମାତ୍ର ଏକ ଔପଚାରକିତା ବୋଲି ସେ କହିଛନ୍ତି। ୫୧ କେ.ଜି. ବର୍ଗରେ ଲଢୁଥିବା ମେରୀକମ୍‌ଙ୍କ ସହିତ ଲଢ଼ିବାକୁ ଜରିନ ପୂର୍ବରୁ ଆହ୍ବାନ୍ନ ଦେଇଥିଲେ ଓ ପରେ ଏ ନେଇ ବିବାଦ ସୃଷ୍ଟି ହୋଇଥିଲା। ଆସନ୍ତା ବର୍ଷ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ କ୍ୱାଲିଫାୟର ପୂର୍ବରୁ ଜରିନ ମେରୀକମ୍‌ଙ୍କ ସହ ଏକ ଟ୍ରାଏ ବାଉଟ୍‌ ପାଇଁ ଦାବି କରିଥିଲେ। ଏହି ଇଭେଣ୍ଟ ପାଇଁ ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ମେରୀକମ୍‌ଙ୍କ ନାମ ଘୋଷଣା କରିଥିଲା। ବିଏଫ୍‌ଆଇ ନିଷ୍ପତ୍ତି ନେଇସାରିଥିବା ବେଳେ ନିୟମର ପରିବର୍ତ୍ତନ ପରିପାରିବି ନାହିଁ । ତେଣୁ ଜରିନ୍‌ଙ୍କ ସହ ଲଢ଼ିବାକୁ ପ୍ରସ୍ତୁତ ଅଛି । ସମ୍ପୂର୍ଣ୍ଣ ସୁସ୍ଥ ଅଛି ଓ ଟ୍ରାଏଲ ପାଇଁ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି।
ସାଫ୍‌ ଗେମ୍ସ ପରଠାରୁ ତାଙ୍କୁ ବହୁବାର ପ୍ରରାସ୍ତ କରିଛି। ତେବେ ଏହା ସତ୍ତ୍ୱେ ସେ ମୋତେ ଚ୍ୟାଲେଞ୍ଜ କରିଆସୁଛନ୍ତି। ଅଲିମ୍ପିକ୍ସରେ କିଏ ମେଡାଲ ଜିତିବ ତାହା ବିଏଫ୍‌ଆଇ ଅବଶ୍ୟ ଜାଣିଛି ବୋଲି ମେରୀକମ୍‌ କହିଛନ୍ତି। କେତେ ଲୋକ ମୋତେ ଈର୍ଷା କରୁଛନ୍ତି। ଅତୀତରେ ମଧ୍ୟ ଏଭଳି ବହୁବାର ହୋଇଛି। ରିଙ୍ଗ୍‌ରେ ଭଲ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି। କାହା ବିରୋଧରେ କିଛି କହିବାକୁ ଚାହୁଁନାହିଁ। ଗତ ୨୦ ବର୍ଷ ହେବ ରିଙ୍ଗ୍‌ରେ ଲଢ଼ି ଆସୁଛି। ତେଣୁ ଚ୍ୟାଲେଞ୍ଜ କରିବା ସହଜ, କିନ୍ତୁ ରିଙ୍ଗ୍‌ରେ ପ୍ରଦର୍ଶନ କରିବା କଷ୍ଟକର ବୋଲି ମେରୀକମ କହିଛନ୍ତି।
ପୁରୁଷ ଦଳ ଚୟନ ପାଇଁ ବିଏଫ୍‌ଆଇ ଅଲଗା ନିଷ୍ପତ୍ତି ନେଇଛି। ଗତ ବିଶ୍ୱ ଚାମ୍ପିୟନଶିପ୍‌ରେ ଯେଉଁମାନେ ପଦକ ଜିତିଛନ୍ତି ସେମାନେ ସିଧାସଳଖ ଚାଇନାରେ ଖେଳାଯିବାକୁ ଥିବା ପ୍ରଥମ ଅଲିମ୍ପିକ କ୍ୱାଲିଫାୟର ଖେଳିବାକୁ ଯୋଗ୍ୟତା ହାସଲ କରିବେ ବୋଲି ବିଏଫ୍‌ଆଇ କହିଛି। ତେବେ ମହିଳା ବିଭାଗରେ କଥା ଅଲଗା ହୋଇଛି। ବିଶ୍ୱ ଚାମ୍ପିୟନଶିପ୍‌ରେ କେବଳ ଯେଉଁମାନେ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଛନ୍ତି ସେମାନେ ସିଧାସଳଖ କ୍ୱାଲିଫାୟର ଖେଳିବେ। ଏହି କ୍ୱାଲିଫାୟର ଫେବୃୟାରୀରେ ଖେଳାଯିବ। ଜରିନ୍‌ଙ୍କ ଏହି ଦାବି ପରେ ବିଏଫ୍‌ଆଇ ଆସନ୍ତା ସପ୍ତାହରେ ଚୟନ କମିଟି ବୈଠକ ଡାକିଛି। ଚୟନ ପ୍ରକ୍ରିୟାରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ସମାନତା ରକ୍ଷା କରାଯିବା ଉଚିତ ବୋଲି ମେରୀକମ କହିଛନ୍ତି। ମେରୀକମ୍‌ ଅଲିମ୍ପିକ ବ୍ରୋଞ୍ଜ୍‌ ପଦକ ହାସଲ କରିବା ସହ ୬ଥର ବିଶ୍ୱଚାମ୍ପିୟନଶିପ୍‌ ଟାଇଟଲ ହାଲ କରିଛନ୍ତି। କିଛି ଦିନ ତଳେ ସେ ଏହି ଇଭେଣ୍ଟରେ ବ୍ରୋଞ୍ଜ୍‌ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆରମ୍ଭ ହେଲା SIR କାର୍ଯ୍ୟକ୍ରମ, ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ…

ବରଗଡ଼,୩୦ା୫(ପ୍ରେମାନନ୍ଦ ଖମାରୀ): ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଓଡ଼ିଶାର ସମସ୍ତ ଯୋଗ୍ୟ ଭୋଟରଙ୍କ ନାମକୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଲିକାରୁ…

କାଳବୈଶାଖୀରେ ଚଉମୁହାଣି ଫେରିଘାଟ ଦିଗହରା: ଚାଳକଙ୍କ ସାହସିକତା ଯୋଗୁ ଯାତ୍ରୀ…

ମହାକାଳପଡ଼ା,୩୦ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ବରକନ୍ଧା ପଞ୍ଚାୟତ ସଂଲଗ୍ନ ମହାନଦୀ ଅପର ପାର୍ଶ୍ୱରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ଝଡ଼ ପଶ୍ଚିମ ଉତ୍ତର…

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ଜିଲା ପ୍ରଶାସନର ଗୁରୁତ୍ୱ, ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ବିତ କରିବା ନେଇ ବିଡିଓଙ୍କୁ…

ଦାରିଙ୍ଗବାଡ଼ି,୩୦ା୫(ଅରୁଣ ସାହୁ): ମଧ୍ୟପ୍ରାଚୀ ଯୁଦ୍ଧ ପାଇଁ ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀର ଘୋର ଅଭାବ ଦେଖାଯାଇଛି। ଏହି ସଙ୍କଟ ଆଗକୁ…

SIRର ଲକ୍ଷ୍ୟ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ: ପ୍ରତି ଘରକୁ ୩ ଥର ଯିବେ ବିଏଲଓ

ଭଞ୍ଜନଗର,୩୦।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସଆଇଆର ଉପରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏନେଇ ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରୁ ଶନିବାର ଏକ…

ରାଜପଥରୁ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ:ମାଡ଼ିବସିଲା ପୋଲିସ

ଧର୍ମଶାଳା,୩୦।୫(ଶିବ ପ୍ରସାଦ ମହାନ୍ତି):ଯାଜପୁର ଜିଲା ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥର ସାରୋଇ ନିକଟରେ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ କରୁଥିବାବେଳେ ଲୋକଙ୍କ ସହଯୋଗରେ ଲୁଟେରାକୁ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

କକ୍ରୋଚ ଜନତା ପାର୍ଟିକୁ ନେଇ ଆସିଲା RSSର ପ୍ରଥମ ପ୍ରତିକ୍ରିୟା: ‘ଜେନ Z’ ଆଶାବାଦୀ..

ନାଗପୁର,୩୦।୫: ‘କକ୍ରୋଚ ଜନତା ପାର୍ଟି’ ସମ୍ପର୍କରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ପ୍ରଥମ ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାରତୀୟ ଗଣତନ୍ତ୍ର ସମସ୍ତ ସ୍ବର ଏବଂ ଭାବନାକୁ ଗ୍ରହଣ…

ଖୋଲିବ ହର୍ମୁଜ ପ୍ରଣାଳୀର ତାଲା! ଦ୍ରୁତ ଗତିରେ ଚାଲିବ ଭାରତୀୟ ଜାହାଜ, ଖୁସିରେ ସର୍ବନିମ୍ନ ସ୍ତରକୁ ଖସିଲା…

ନୂଆଦିଲ୍ଲୀ,୩୦।୫: ଖୁସି ଖବର! ଇନ୍ଧନ ସଙ୍କଟ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି। ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିଚୁକ୍ତିର ସମ୍ଭାବନା ଦ୍ରୁତ ଗତିରେ ବୃଦ୍ଧି ପାଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri