ବ୍ରହ୍ମପୁର ଅଫିସ,୯ା୭-ଗଞ୍ଜାମ ଜିଲାରେ ୨୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ୨୬୨ ଶାଖାରେ କାରବାର ହେଉଛି । କେବଳ ଗ୍ରାହକଙ୍କଠାରୁ ଜମା (ଡିପୋଜିଟ) ସଂଗ୍ରହକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଋଣ ପ୍ରଦାନ ପ୍ରତି କର୍ତ୍ତୃପକ୍ଷ ଆଗ୍ରହ ଦେଖାଉ ନାହାନ୍ତି ା
୨୦୧୮-୧୯ ଆର୍ଥିକ ବର୍ଷରେ ସବୁ ବ୍ୟାଙ୍କ ୧୪୫୭୯ କୋଟି ୭୭ ଲକ୍ଷ ୪୨ ହଜାର ଟଙ୍କା ଜମା ସଂଗ୍ରହ କରିଥିବା ବେଳେ ମାତ୍ର ୪୬୪୦ କୋଟି ୦୨ ଲକ୍ଷ ୫୮ ହଜାର ଟଙ୍କା ଋଣ ଦେଇଛନ୍ତି। ନିୟମାନୁସାରେ ସମୁଦାୟ ଜମା ସଂଗ୍ରହର ୬୦% ଋଣ ଦେବାର ବ୍ୟବସ୍ଥା ରହିଛି ।
ତେବେ ଏହା ମାତ୍ର ୩୨% ହୋଇଛି ।
ଅପରପକ୍ଷରେ ଫସଲ ଉପତ୍ାଦନ ବୃଦ୍ଧି ନିମନ୍ତେ ଚାଷୀଙ୍କୁ ପର୍ଯ୍ୟାପ୍ତ କୃଷି ଋଣ ଦେବା ଉପରେ ସରକାର ଗୁରୁତ୍ୱ ଦେଉଥିବା ସତ୍ତ୍ବେ ଗତ ଆର୍ଥିକ ବର୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ପକ୍ଷରୁ ୬୯ ହଜାର ୯୮୭ ଚାଷୀଙ୍କୁ ମାତ୍ର ୩୭୦ କୋଟି ୩୯ ଲକ୍ଷ ୬୮ ହଜାର ଟଙ୍କା ଋଣ ଦିଆଯାଇଛି। ଅନୁଷ୍ଠିତ ଜିଲାସ୍ତରୀୟ ବ୍ୟାଙ୍କ ସମୂହ ପରାମର୍ଶଦାତା ସମୀକ୍ଷା ବୈଠକରୁ ଏହି ତଥ୍ୟ ପ୍ରକାଶ ପାଇଛି । ତେଣୁ ବୈଠକରେ ଅଧ୍ୟକ୍ଷତା କରିଥିବା ଜିଲାପାଳ ବ୍ୟାଙ୍କ ଅଧିକାରୀମାନଙ୍କ ଉପରେ ବିରକ୍ତି ହୋଇଥିଲେ ।
ଜାତୀୟକରଣ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଜିଲାରେ ଥିବା ସର୍ବାଧିକ ୭୮ ଶାଖାରେ ୭୬୫୮.୭୭ କୋଟି ଜମା ସଂଗ୍ରହ ସ୍ଥଳେ ୨୧୩୫ କୋଟି ୮୦ ଲକ୍ଷ ୬୭ ହଜାର ଟଙ୍କା ଋଣ ଦିଆଯାଇଛି । ଅଗ୍ରଣୀ ବ୍ୟାଙ୍କ ମାନ୍ୟତା ପାଇଥିବା ଆନ୍ଧ୍ରବ୍ୟାଙ୍କର ୩୬ ଶାଖାରେ ୧୯୯୪.୬୩ କୋଟିରୁ ଅଧିକ ଟଙ୍କା ଡିପୋଜିଟ ସଂଗ୍ରହ କରାଯାଇ ୬୮୪.୫୨ କୋଟି ଋଣ ଲଗାଣ କରାଯାଇଛି। ବ୍ୟାଙ୍କ ଅଫ ଇଣ୍ଡିଆର ୧୯ ଶାଖାରେ ୪୮୦.୬୬ କୋଟି ଜମା ସଂଗ୍ରହ କରାଯାଇଥିବା ସ୍ଥଳେ ଋଣ ଦିଆଯାଇଛି ୧୪୬୧୦୦୦ ଟଙ୍କା।
ସେହିପରି ବ୍ୟାଙ୍କ ଅଫ ବରୋଦାର ୮ ଶାଖାରେ ୩୭୫.୩୮ କୋଟି ଡିପୋଜିଟ ମଧ୍ୟରୁ ୧୮୧.୫୪ କୋଟି ଋଣ ଦିଆଯାଇଛି। ଆହ୍ଲାବାଦ ବ୍ୟାଙ୍କର ୩ ଶାଖାରେ ୯୮ କୋଟି ୧୮ ଲକ୍ଷ ୫୦ ହଜାର ଜମା ସଂଗ୍ରହ କରାଯାଇ ୩୦ କୋଟି ୨୭ ଲକ୍ଷ ୬୯ ହଜାର ଋଣ ଲଗାଣ ହୋଇଛି। ବ୍ୟାଙ୍କ ଅଫ ମହାରାଷ୍ଟ୍ରର ୧ ମାତ୍ର ଶାଖାରେ ୨୧.୫୪ କୋଟି ଡିପୋଜିଟ୍ ସଂଗ୍ରହ ସ୍ଥଳେ ୧୯.୬୦ କୋଟି ଋଣ ଦିଆଯାଇଛି।
କାନରା ବ୍ୟାଙ୍କର ୧୩ ଶାଖାରେ ୫୧୪.୮୨ କୋଟି ଡିପୋଜିଟ ସଂଗ୍ରହ କରାଯାଇଛି ଏବଂ ୨୧୦.୫୬ କୋଟି ଋଣ ପ୍ରଦାନ କରାଯାଇଛି।
ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ୪ ଶାଖାରେ ୨୨୧.୫୦ କୋଟି ଜମା ସଂଗ୍ରହ ସ୍ଥଳେ ମାତ୍ର ୩୫.୯୯ କୋଟି ଋଣ ଦିଆଯାଇଛି। କର୍ପୋରେଶନ ବ୍ୟାଙ୍କର ୭ ଶାଖାରେ ୧୧୮.୧୧ କୋଟି ଡିପୋଜିଟ ସଂଗ୍ରହ କରାଯାଇ ୮୩.୩୧ କୋଟି ଋଣ ପ୍ରଦାନ କରାଯାଇଛି। ଦେନା ବ୍ୟାଙ୍କର ଗୋଟିଏ ଶାଖାରେ ୨୯.୮୭ କୋଟି ଡିପୋଜିଟ ସଂଗ୍ରହ ସ୍ଥଳେ ୮.୮୪ କୋଟି ଋଣ ଦିଆଯାଇଛି । ଇଣ୍ଡିଆନ ବ୍ୟାଙ୍କର ୧୬ ଶାଖାରେ ୫୬୨.୧୫ କୋଟି ଜମା ସଂଗ୍ରହ ସ୍ଥଳେ ୧୫୬.୦୧ କୋଟି ଋଣ ପ୍ରଦାନ କରାଯାଇଛି।
ଆଇଓବିର ଜିଲାରେ ଥିବା ୨୬ ଶାଖାରେ ୧୦୪୨.୬୭ କୋଟି ଡିପୋଜିଟ ସ୍ଥଳେ ୩୭୭.୦୬ କୋଟି ଋଣ ଲଗାଣ କରାଯାଇଛି। ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସର ଗୋଟିଏ ଶାଖାରେ ୩୫.୬୫ କୋଟି ଜମା ସଂଗ୍ରହ ସ୍ଥଳେ ୨୭.୨୦ କୋଟି ଋଣ ଦିଆଯାଇଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ୧୧ ଶାଖାରୁ ୨୩୧.୫୧ କୋଟି ଜମା ସଂଗ୍ରହ କରାଯାଇ ୫୭.୯୫ କୋଟି ଋଣ ଦିଆଯାଇଛି ।
ଅପରପକ୍ଷରେ ସିଣ୍ଡିକେଟ ବ୍ୟାଙ୍କର ୧୧ ଶାଖାରେ ୨୯୪.୨୦ କୋଟି ଜମା ସଂଗ୍ରହ କରାଯାଇ ଋଣ ଦିଆଯାଇଛି ୧୧୪.୨୫ କୋଟି । ୟୁକୋ ବ୍ୟାଙ୍କର ୯ ଶାଖାରେ ୨୫୮.୧୮ କୋଟି ଜମା ସଂଗ୍ରହ ସ୍ଥଳେ ୯୨.୯୨ କୋଟି ଋଣ ଲଗାଣ ହୋଇଛି। ୟୁନିୟନ ବ୍ୟାଙ୍କର ୮ ଶାଖାରେ ୩୮୩ କୋଟି ଜମା ବେଳେ ୧୬୨.୭୨ କୋଟି ଋଣ ପ୍ରଦାନ କରାଯାଇଛି । ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆର ୮ ଶାଖାରେ ୨୪୦.୪୬ କୋଟି ଜମା ସଂଗ୍ରହ କରାଯାଇ ଋଣ ଦିଆଯାଇଛି ୯୨.୩୩ କୋଟି, ବିଜୟା ବ୍ୟାଙ୍କର ଏକମାତ୍ର ଶାଖାରେ ୧୩.୯୬ କୋଟି ଜମା ହୋଇଥିବା ବେଳେ ୨୦ କୋଟିରୁ ଅଧିକ ଟଙ୍କା ଋଣ ଲଗାଣ କରାଯାଇଛି । ଏହା ୧୪୩% ହୋଇଛି ।
ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…
ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...
ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍: ପୁରୁଷୋତ୍ତମପୁର ଏସ୍ଡିପିଓ, ଗଞ୍ଜାମ ଥାନା ପ୍ରଥମ
ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍ ନେଟ୍ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍ଏସ୍) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍...
ଗଞ୍ଜାମ ଜିଲା ଭାଜପା ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...
ଗ୍ରାମବାସୀଙ୍କୁ ଜଙ୍ଗଲ ମନା, ରାତି ଉଜାଗର ରହି ହାତୀ ଜଗିଲେ ବନକର୍ମଚାରୀ
ଭଞ୍ଜନଗର,୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୭୦ ହାତୀ ଅଛନ୍ତି। ହାତୀମାନେ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି...
ମା’ ରାମଚଣ୍ଡୀଙ୍କୁ ଦର୍ଶନ କଲେ ରାଜ୍ୟସଭା ସାଂସଦ, ୪ ଲକ୍ଷ ଅନୁଦାନ ଦେଲେ
ଗଞ୍ଜାମ,୧।୧(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଳକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ଋଷିକୂଲ୍ୟା ତଟର ନୀଳାଦ୍ରିପୁର ଶିଖରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ମନ୍ଦିର ।...
ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…
ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...
ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…
ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍...
ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...
Archives


