ଜବରଦଖଲ ଉଚ୍ଛେଦ ପ୍ରତିବାଦରେ ଧାରଣା, ରାସ୍ତାରୋକୋ

ଆସିକା,୧୫ା୨ (ଡି.ଏନ୍‌.ଏ.) – ଆସିକା ଏନ୍‌ଏସି ପକ୍ଷରୁ ଗୁରୁବାର ଆସିକା ସହରର ଜନଗହଳିପୂର୍ଣ୍ଣ କୁମ୍ଭାରସାହି ଛକ, ବିନାୟକ ବଜାର, ଲକ୍ଷ୍ମୀ ବଜାର, ବସ୍‌ଷ୍ଟାଣ୍ଡ, କଳିଙ୍ଗା ରୋଡ ଆଦି ଅଞ୍ଚଳରେ ଥିବା ବେଆଇନ ନିର୍ମାଣ ଓ ଦୋକାନ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଏହାର ପ୍ରତିବାଦରେ ଶୁକ୍ରବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗୁରୁବାର ମଧ୍ୟ ରାତ୍ରରୁ କଳିଙ୍ଗା ରୋଡ ଟେଲିଫୋନ ଭବନ ସମ୍ମୁଖରେ କରାଯାଇଥିବା ଉଚ୍ଛେଦର ପ୍ରତିବାଦରେ କେତେକ ବାସହୀନ ଆସିକା ଏନ୍‌ଏସି ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି। ଗରିବ ବାସହୀନଙ୍କୁ ପୂର୍ବ ସୂଚନା ନଦେଇ ଓ ବିକଳ୍ପ ବାସସ୍ଥାନ ବ୍ୟବସ୍ଥା ନକରି ଏନ୍‌ଏସି କର୍ତ୍ତୃପକ୍ଷ ଘର ଭାଙ୍ଗି ଦେଇଥିବା ଧାରଣାର ନେତୃତ୍ୱ ନେଇଥିବା ସିପିଏମ୍‌ ରେଡ ଷ୍ଟାର ନେତା ଶଙ୍କର ସାହୁ ଅଭିଯୋଗ କରିଛନ୍ତି। ସେହିଭଳି ଏହି ଉଛେଦରେ ସଂପୃକ୍ତ ସ୍ଥାନରେ ଥିବା ସିପିଏମ୍‌ ଦଳୀୟ କାର୍ଯ୍ୟାଳୟକୁ ଭାଙ୍ଗି ଦିଆଯାଇଥିବା ପ୍ରତିବାଦରେ ସିପିଏମ୍‌ ନେତା ଲକ୍ଷ୍ମଣ ପାଢୀ ସମର୍ଥକଙ୍କ ସହ ଧାରଣାରେ ସାମିଲ ହୋଇଛନ୍ତି। ସନ୍ଧ୍ୟାରେ ପ୍ରତିବାଦର ସ୍ବର ତୀବ୍ର ହୋଇଛି। କୁମ୍ଭାର ସାହି ଛକଠାରେ ରାସ୍ତାରେ ଦଉଡି ବାନ୍ଧି କ୍ଷତିଗ୍ରସ୍ତ ପରିବାର ବସି ରହିଛନ୍ତି। ସେହିଭଳି ବ୍ରହ୍ମପୁର-ଫୁଲବାଣୀ ମୁଖ୍ୟ ରାସ୍ତାର କଳିଙ୍ଗା ରୋଡ ସଂଲଗ୍ନ ପିଏନ୍‌ବି ଛକ ଓ ଟେଲିଫୋନ ଭବନ ନିକଟରେ ଜନସାଧାରଣଙ୍କ ପକ୍ଷରୁ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। ଫଳରେ ଗମନାଗମନରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଆସିକା ତହସିଲଦାର ସଦାନନ୍ଦ ସେଠୀ, ପୋଲିସ ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଥାନାଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା ପ୍ରମୁଖ ଜନସାଧାରଣଙ୍କୁ ବୁଝାଶୁଝା କରି ପରିସ୍ଥିତି ନିୟନ୍ତ୍ରଣ ଲାଗି ଉଦ୍ୟମ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ଆଗକୁ ବାର୍ଷିକ ପରୀକ୍ଷା: ଭଞ୍ଜନଗରରେ ବଢୁଛି ଶବ୍ଦ ପ୍ରଦୂଷଣ, ରୋକିବା ପାଇଁ…

ଭଞ୍ଜନଗର,୧୬ା୨(ବାବୁଲା ପ୍ରଧାନ): ଆସନ୍ତା ୧୮ରୁ ରାଜ୍ୟରେ ଯୁକ୍ତ ୨ ବାର୍ଷିକ ପରୀକ୍ଷା ହେବ। ତାହା ମାର୍ଚ୍ଚ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଥିସହ ମାଟ୍ରିକ୍‌ ପରୀକ୍ଷା…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri