ଜନ୍ମବେଦିରେ ଚତୁର୍ଦ୍ଧାବିଗ୍ରହ

ପୁରୀ ଅଫିସ, ୬ା୭: ଜନ୍ମବେଦିରେ ଏବେ ଚତୁର୍ଦ୍ଧାବିଗ୍ରହ। ବଡ଼ଦାଣ୍ଡରେ ଦୁଇଦିନ ଭକ୍ତଙ୍କୁ ଦର୍ଶନ ଦେବା ପରେ ଶୁକ୍ରବାର ଆଡ଼ପମଣ୍ଡପକୁ ବିଜେ କରିଛନ୍ତି ମହାପ୍ରଭୁ। ଶନିବାରଠାରୁୁ ଜନ୍ମବେଦିରେ ଭକ୍ତଙ୍କୁ ଦର୍ଶନ ଦେବେ ବିଶ୍ୱନିୟନ୍ତା ଶ୍ରୀଜଗନ୍ନାଥ। ସେହିପରି ଆଡ଼ପ ଅବଢା ମଧ୍ୟ ମିଳିବ।
ଭଉଣୀଭାଇଙ୍କୁ ସାଥିରେ ଧରି ଗୁରୁବାର ଘୋଷଯାତ୍ରାରେ ବାହାରିଥିଲେ କଳାଠାକୁର। ଲକ୍ଷ ଲକ୍ଷ ଭକ୍ତ ବଡ଼ଦାଣ୍ଡରୁ ରଥ ଟାଣିନେଇ ଶରଧାବାଲିରେ ପହଞ୍ଚାଇଥିଲେ। ତେବେ ରାତିରେ ବର୍ଷାରେ ଭିଜିଥିଲେ ଚତୁର୍ଦ୍ଧାବିଗ୍ରହ। ସେହିପରି ଅନେକ ଶ୍ରଦ୍ଧାଳୁ ବର୍ଷାରେ ଭିଜି ଠାକୁରଙ୍କ ଦର୍ଶନ କରିଥିଲେ। ରଥାରୂଢ ଶ୍ରୀବିଗ୍ରହମାନେ ଶୁକ୍ରବାର ଦିନତମାମ୍‌ ଭକ୍ତଙ୍କୁ ଦର୍ଶନ ଦେବା ପରେ ବାହାରିଥିଲେ ଜନ୍ମବେଦିକୁ। ସଅଳ ପହଣ୍ଡି ପାଇଁ ପ୍ରସ୍ତୁତି କରାଯାଇଥିଲା। ମଙ୍ଗଳ ଆଳତିଠାରୁ ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ସମସ୍ତ ନୀତି ଅପରାହ୍ନ ୪ଟା ସୁଦ୍ଧା ସରିବା ପରେ ପହଣ୍ଡି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ତିନିରଥରୁ ଘୋଡ଼ା ଫିଟାଯାଇ ଚାରମାଳ ବନ୍ଧାଯାଇଥିଲା। ଏହାପରେ ମହାପ୍ରଭୁଙ୍କୁ ମୁଦିରସ୍ତ ସେବକ ପୁଷ୍ପାଞ୍ଜଳି ପ୍ରଦାନ କରିବା ସହିତ ତୁଳି ଲାଗି କରିଥିଲେ। ଅପରାହ୍ନ ୫ଟା ୫୫ରେ ବାଜିଥିଲା ବିଜେ କାହାଳୀ। ଚାରମାଳ ବନ୍ଧାବେଳେ ବର୍ଷା ଆରମ୍ଭ ହୋଇଥିଲା, ମାତ୍ର ମହାପ୍ରଭୁଙ୍କ ପହଣ୍ଡି ପୂର୍ବରୁ ଛାଡ଼ିିଯାଇଥିଲା। ସନ୍ଧ୍ୟା ୬ଟାରେ ପ୍ରଥମେ ମଦନମୋହନ ଓ ରାମକୃଷ୍ଣ ଆଡ଼ପମଣ୍ଡପକୁ ବିଜେ ହୋଇଥିଲେ। ସନ୍ଧ୍ୟା ୬ଟା ୨୫ରେ ଚକ୍ରରାଜ ଶ୍ରୀସୁଦର୍ଶନ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପ ଯାଇଥିଲେ। ଘଣ୍ଟ, ସଂକୀର୍ତ୍ତନ, ହରିବୋଲ, ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି। ସନ୍ଧ୍ୟା ୬ଟା ୪୦ରେ ବଡଠାକୁର ବଳଭଦ୍ର ଏବଂ ସାଢେ ୭ଟାରେ ଦେବୀ ସୁଭଦ୍ରା ଗୋଟି ପହଣ୍ଡିରେ ଜନ୍ମବେଦିକୁ ବିଜେ କରିଥିଲେ। ରାତି ୮ଟାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ସାଢେ ୮ଟାରେ ମହାପ୍ରଭୁ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ। ପହଣ୍ଡି ପାଇଁ ରଥ ସିଂହାସନ ଛାଡ଼ି ହଂସପଟା ନିକଟକୁ ଆସିବା ପରେ ଠାକୁରମାନଙ୍କର ଟାହିଆ ଲାଗି ହୋଇଥିଲା। ପତିମହାପାତ୍ର ସେବକ ଘଷା ଓ ବିଡ଼ିଆ ମଣୋହୀ କରିବା ସହିତ କର୍ପୁର ଆଳତି କରିଥିଲେ। ଏହାପରେ ଗୋଟି ପହଣ୍ଡିରେ ଜଣକ ପରେ ଜଣେ ଠାକୁର ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ। ରାତି ୯ଟା ସୁଦ୍ଧା ପହଣ୍ଡି ସରିଥିଲା। ଶନିବାର ଭୋର ୫ଟାରେ ଦ୍ୱାରଫିଟା ହୋଇ ଭିତର ଶୋଧ ସରିବା ପରେ ମଙ୍ଗଳ ଆଳତି ହେବ। ଏହାପରେ ମଇଲମ, ତଡ଼ପ ଲାଗି, ଅବକାଶ ସରି ସକାଳ ସାଢେ ୭ଟାରୁ ସାଢେ ୮ଟା ପର୍ଯ୍ୟନ୍ତ ୧ଘଣ୍ଟା ସାହାଣମେଲା ଦର୍ଶନ ଅନୁଷ୍ଠିତ ହେବ ବୋଲି ସମୟ ନିର୍ଘଣ୍ଟ ହୋଇଛି। ସେହିପରି ଶନିବାରଠାରୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢା। ଗୁଣ୍ଡିଚା ମନ୍ଦିର ରୋଷଘରେ ଏହା ପ୍ରସ୍ତୁତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ସଡ଼କ ଦୁର୍ଘଟଣା ହ୍ରାସ କରିବ ଆଇଇଏମ୍‌ଏସ୍‌

ଭୁବନେଶ୍ୱର,୨୯ା୩(ଅନିଲ ଦାସ):ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି। ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ନୂତନ ନିର୍ମାଣାଧୀନ ରାସ୍ତା, ଏନ୍‌ଏଚ୍‌ ସମେତ ପୂର୍ତ୍ତ...

ପୋଲିସ କବ୍‌ଜାରେ ୫ ଜଣିଆ ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର (ସତ୍ୟଜିତ୍‌ ରାଉତ)/ଜଟଣୀ(ରବୀନ୍ଦ୍ରନାଥ ମହାକୁଡ଼),୨୯।୩:କମିଶନରେଟ୍‌ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ଡକାୟତି ଗ୍ୟାଙ୍ଗ। ବୁଧବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ଜଟଣୀ ପୋଲିସ...

ପାଣି ନାହିଁ, ମାଠିଆ ମେଲା

ଭୁବନେଶ୍ୱର,୨୯।୩ (ବନ୍ଦନା ସେଠୀ): ରାଜ୍ୟରେ ଏବେ ପାରଦ ଉପରମୁହାଁ ରହିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ ତାତି ଅସମ୍ଭାଳ ହେଉଛି। ଟାଇଁ ଟାଇଁ ଖରାକୁ ଗରମ...

ସୌମ୍ୟଙ୍କ ବାସଭବନରେ ପ୍ରଣବ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୨୯।୩ (ଅନିଲ ଦାସ):୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ଦଳ ବଦଳଠାରୁ ଆରମ୍ଭ କରି ପାର୍ଟି ଭିତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri