ଜଙ୍ଗଲ ଜମିରେ ବେଆଇନ ପଥର ଖାଦାନ: ଚଢ଼ାଉବେଳେ ଅଧିକାରୀଙ୍କୁ ଆକ୍ରମଣ, ଜାଣିଶୁଣି ମାମଲା ଦାୟର କଲେନି ଅଧିକାରୀ

ଯାଜପୁର ଅଫିସ/ଜେନାପୁର(ଡି.ଏନ୍‌.ଏ.),୧୧।୮- ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧିନସ୍ଥ ବିଛାଖଣ୍ଡି ଜଙ୍ଗଲ ଜମିରେ ଥିବା ବେଆଇନ ପଥର ଖାଦାନ ଉପରେ ଚଢ଼ାଉ ସମୟରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି ା ଧର୍ମଶାଳା ଅତିରିକ୍ତ ତହସିଲଦାର ଦେବୀପ୍ରସନ୍ନ ମହାନ୍ତି ଶନିବାର ପୂର୍ବାହ୍ନରେ ବିଛାଖଣ୍ଡି ପାଣିଟାଙ୍କି ଅଞ୍ଚଳରେ ଚାଲିଥିବା ବେଆଇନ ପଥର ଖାଦାନ ଉପରେ ଅତର୍କିତ ଚଢ଼ାଉ କରିଥିଲେ। ଛଢ଼ାଉ ବେଳେ ଏକ ହିଟାଚି ମେଶିନ ଓ କମ୍ପ୍ରେସର ଜବତ କରିଥିଲେ। ସମ୍ପୃକ୍ତ ପଥର ମାଫିଆମାନେ ଖବର ପାଇ ଚଢାଉ ସ୍ଥାନରେ ପହଞ୍ଚତ୍ ଅତିରିକ୍ତ ତହସିଲଦାର ମହାନ୍ତିଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରି ଜବତ କମ୍ପ୍ରେସର ମେଶିନ ଛଡ଼ାଇ ନେଇଥିଲେ। ଏପରି କି ଅତିରିକ୍ତ ତହସିଲ୍‌ଦାରଙ୍କ ସହ ଯାଇଥିବା ଏପିଆର ଫୋର୍ସଙ୍କ ଠାରୁ ମାଫିଆମାନେ ବନ୍ଧୁକ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ଏତେବଡ଼ ଘଟଣା ଘଟିବା ସତ୍ତ୍ୱେ ଥାନାରେ କୌଣସି ମାମଲା ରୁଜୁ କରିବା ପରିବର୍ତ୍ତେ ଅତିରିକ୍ତ ତହସିଲ୍‌ଦାର ଚୂପ ରହିବାକୁ ଉଚିତ୍‌ ମନେ କରିଛନ୍ତି। ଯାହାକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ହେଉଛି।

ଜଙ୍ଗଲ ବିଭାଗ, ପୋଲିସ ଓ ରାଜସ୍ବ ବିଭାଗ ମଧ୍ୟରେ ଦାୟିତ୍ୱ ଏବଂ ଦୋଷ ଲଦାଲଦି ମଧ୍ୟମରେ ସରକାରୀ ଜଙ୍ଗଲ ଜମି ଶେଷ ହେବାକୁ ବସିଲାଣି। ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ତାଙ୍କ ପତ୍ରସଂଖ୍ୟା ୯୮୯/୨୮ା୩ା୨୦୧୯ ଓ ୪୬୧/୭ା୨ା୨୦୧୯ରେ ଡିଏଫ୍‌ଓ(ଡିଭିଜନାଲ ଫରେଷ୍ଟ ଅଫିସର)ଙ୍କୁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରିଥିଲେ। ବିଭିନ୍ନ କଳାପଥର ଖାଦାନଗୁଡ଼ିକର ତଦନ୍ତ ସମୟରେ ବେଆଇନ ଖାଦାନ ଓ କ୍ରଶରଗୁଡ଼ିକ ସରକାରୀ ଜଙ୍ଗଲ ଜମିରେ ଚାଲିଛି। ବିଶେଷକରି ବିଛାଖଣ୍ଡି, ଅଞ୍ଜିରା, ଡଙ୍କାରୀ, ରାହାଡ଼ପୁର ଓ ଆରୁହା ଅଞ୍ଚଳର ଖାଦାନଗୁଡ଼ିକରେ ଲିଜ୍‌ ନ ଥାଇ ଜଙ୍ଗଲ ଜମିରେ ବେଆଇନ ଭାବେ କଳାପଥର ଉତ୍ତୋଳନ ହେଉଛି। ଏଥିଯୋଗୁ ପରିବେଶ ପ୍ରଦୂଷଣ ଉକତ୍ଟ ହେବା ସହିତ ସରକାର ବ୍ୟାପକ ଭାବେ ରାଜସ୍ବ ହରାଉଛନ୍ତି ବୋଲି ତହସିଲଦାର ତାଙ୍କ ପତ୍ରରେ ଦର୍ଶାଇଥିଲେ। ତଥାପି ତହସିଲ ସ୍କ୍ବାର୍ଡ ପକ୍ଷରୁ ଚଢାଉ କରାଯାଇ ବେଆଇନ ପରିବହନ ଓ ଖାଦାନଗୁଡ଼ିକରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ହେଲେ ସମ୍ପୂର୍ଣ୍ଣ ଭାବେ ସଫଳତା ମିଳିପାରୁ ନାହିଁ। ଚଢାଉ ସମୟରେ ଖଣି ମାଫିଆମାନେ ଉଗ୍ର ହୋଇ ତହସିଲ ସ୍କ୍ବାର୍ଡକୁ ଧମକଚମକ ଦେବା ସହିତ ଜୀବନରେ ମାରି ଦିଆଯିବ ବୋଲି ଚେତାବନୀ ଦେଉଛନ୍ତି ବୋଲି ଖୋଦ୍‌ ତହସିଲଦାର ତାଙ୍କ ପତ୍ରରେ ଉଲ୍ଲେଖ କରିଥିଲେ। ତେଣୁ ଜଙ୍ଗଲ ଅଧିକାରୀଙ୍କୁ ନିୟୋଜିତ କରି ଜଙ୍ଗଲ ଜମିରେ ଚାଲିଥିବା ବେଆଇନ ଖାଦାନ ଓ କ୍ରଶର ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଅନୁରୋଧ କରିଥିଲେ। ଏହାସହ ଡିଏଫ୍‌ଓ ଏସ୍‌ଏମ୍‌ଟି ରହେମାନ ମଧ୍ୟ ଗତ ଜୁଲାଇ ୬ ତାରିଖରେ ବଳରାମପୁର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ବେଆଇନ ଖଣିଜ ସମ୍ପଦ ଉତ୍ତୋଳନ ବନ୍ଦ କରିବା ସହ ଏନଓସି ରଦ୍ଦ କରିବାକୁ ଯାଜପୁର ଜିଲାପାଳଙ୍କୁ ଅନୁରୋଧ କରିଥିଲେ। ବାରମ୍ବାର କାର୍ଯ୍ୟାନୁଷ୍ଠାନ ଓ ପଦକ୍ଷେପ ଗ୍ରହଣ କରାଯାଇଥିବା ସତ୍ତ୍ବେ ବେଆଇନ କଳାପଥର ଖାଦାନ ଓ କ୍ରଶରଗୁଡ଼ିକ ନିୟନ୍ତ୍ରିତ ହୋଇପାରି ନାହିଁ। ସ୍ଥାନୀୟ କଳାପଥର ମାଫିଆଙ୍କ ଦୃଢ ଜାଲତନ୍ତ୍ର(ନେଟୱାର୍କ) ରହିଥିବାରୁ ବଳରାମପୁର ସଂରକ୍ଷିତ ଜଙ୍ଗଲର ସୁରକ୍ଷା ସମ୍ଭବ ହେଉନାହିଁ ବୋଲି ଡିଏଫ୍‌ଓ ଅସହାୟତା ପ୍ରକାଶ କରିଥିଲେ। ତେବେ ଏନେଇ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ନୀରବି ଯାଇଥିବାରୁ ରାଜ୍ୟ ସରକାରଙ୍କ ୫-ଟି ଶାସନ ସୂତ୍ର କାର୍ଯ୍ୟକାରୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ା ଶନିବାର ମହୁଲଖୋଲି ଓ ନିତ୍ୟାନନ୍ଦପୁର ଅଞ୍ଚଳର ମାଫିଆମାନେ ଅତିରିକ୍ତ ତହସିଲଦାର ମହାନ୍ତିଙ୍କୁ ଆକ୍ରମଣ କରି କମ୍ପ୍ରେଶର ମେଶିନକୁ ଛଡ଼ାଇ ନେଇଥିବା ପ୍ରତ୍ୟକ୍ଷଦର୍ଶୀମାନେ ପ୍ରକାଶ କରୁଛନ୍ତି। ତେଣୁ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକ ରହିଛି ବୋଲି ଦାବି ହେଉଛି। ଜଙ୍ଗଲ ଜମିରେ ବେଆଇନ ପଥର ଖାଦାନ ଉପରେ ସ୍ବର ଉତ୍ତୋଳନ କରି ଆସୁଥିବା ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା କହିଛନ୍ତି ମାଫିଆଙ୍କ ସହିତ ଚଢାଉକାରୀ ଅଧିକାରୀଙ୍କ କ’ଣ ସମ୍ପର୍କ ରହିଛି ତାହା ଜାଣି ହେଉନାହିଁ। ଏତେବଡ଼ ଆକ୍ରମଣ ପରେ ବି ଅତିରିକ୍ତ ତହସିଲ୍‌ଦାର ଥାନାରେ ଅଭିଯୋଗ ନ କରି ଚୁପ୍‌ ରହିବା ଘଟଣାକୁ ସହଜରେ ଗ୍ରହଣ କରିହେଉ ନାହିଁ। ଅପରପକ୍ଷରେ ଅତିରିକ୍ତ ତହସିଲଦାର ମହାନ୍ତିଙ୍କ କହିବା ହେଲା ଯେ, ତହସିଲ୍‌ ପ୍ରଶାସନ ତରଫରୁ ନିୟମିତ ଭାବେ ଚଢ଼ାଉ କରାଯାଇ ବେଆଇନ ପଥର ଖାଦାନଗୁଡ଼ିକରୁ ବିଭିନ୍ନ ଯନ୍ତ୍ରପାତି ଜବତ କରାଯାଉଛି। ଏଣୁ ପଥର ମାଫିଆମାନେ ଆକ୍ରମଣାମତ୍କ ହେବା ସ୍ବଭାବିକ। ଶନିବାର ଘଟଣାରେ ସେମିତି କିଛି ହୋଇନାହିଁ। ହିଟାଚି ମେଶିନ ଜବତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri