ଜଙ୍ଗଲ ଜମିରେ ଚାଲିଛି ବେଆଇନ ଗଞ୍ଜେଇ ଚାଷ: ଅମଳ ପାଇଁ ଗଞ୍ଜେଇପଦାରେ ଟଣାହେଲାଣି ତମ୍ବୁ

ବଇଣ୍ଡା,୨୬ା୧୨(ପରିକ୍ଷିତ ସାହୁ) – ଅନୁଗୋଳ ଜିଲା କିଶୋରନଗର ବ୍ଲକର ହଣ୍ଡପା ଓ ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ଇଲାକାର ଅନେକ ସରକାରୀ ଜଙ୍ଗଲ ଜମିରେ ବେଆଇନ ଭାବେ କରାଯାଇଛି ଗଞ୍ଜେଇ ଚାଷ। ପ୍ରତିବର୍ଷ ବନ ବିଭାଗ ଓ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଗଛସବୁ କାଟି ନଷ୍ଟ କରାଯାଉଥିଲେ ବି ଚାଷ ପରିମାଣ ହ୍ରାସ ପାଉନାହିଁ। ଗତ ୫ ବର୍ଷ ମଧ୍ୟରେ ଏଠାରୁ ୨ କୋଟି ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ୩୬ ଚାଷୀଙ୍କୁ ଗିରଫ କରାଯିବା ସହ ୪୮ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। କିନ୍ତୁ ଭଲ ଲାଭ ମିଳୁଥିବାରୁ ଏହି ଚାଷରୁ ସମ୍ପୃକ୍ତ ଚାଷୀମାନେ ବିମୁଖ ହେଉ ନ ଥିବା ବେଳେ ବନ ବିଭାଗ ଓ ପୋଲିସର ଢିଲା ପାଟ୍ରୋଲିଂ ଏଥିରେ ସହାୟକ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି। ଏବେ ଅମଳ ସମୟ ହୋଇଯାଇଥିବାରୁ ଅନେକ ଚାଷୀ ଗଞ୍ଜେଇ ପଦାରେ ତମ୍ବୁ ଟାଣିସାରିଥିବା କେତେକ ଗ୍ରାମବାସୀ କହିଛନ୍ତି।
ପ୍ରକାଶ ଯେ, ଏହି ଥାନା ଅଞ୍ଚଳର ସରକାରୀ ଜଙ୍ଗଲ ଜମିକୁ ଗଞ୍ଜେଇ ଚାଷୀ ଓ ଏହାର ବ୍ୟବସାୟୀମାନେ ଦୀର୍ଘବର୍ଷ ହେବ ଟାର୍ଗେଟ କରି ଆସୁଛନ୍ତି। ବିଶେଷକରି ହଣ୍ଡପା ଥାନାର ମାମୁରିଝରଣ, ଉଡଲ, ହଗିରିନାଳ, ଟକବା, ମଧପୁର, ଜୟଗଡ, କୁଣ୍ଡଳୀ, ଉଞ୍ଚବାଲି, ପୁରୁଣାପାଣି, ଭାଜନପାଳ, ହିଞ୍ଜିରିଡା, ଗୁଣ୍ଡୁରୀଝରଣ, ବାଲିଆମ୍ବ, ଚାରଖମଣ, ଠାକୁରଗଡ ଥାନା ଅଞ୍ଚଳରେ ଥିବା ଲକ୍ଷ୍ମୀପୁରୁ, ଘଟି ଟେଣ୍ଟୁଲୀ, ରାଇନାଳି, କଂସାବ, କୋରାବ, ଝାଟିକିବାହାଳ, ଖଳିତଇଲା, ବିପ୍ରତିଥି ଆଦି ଅଞ୍ଚଳର ଜଙ୍ଗଲିଆ ସରକାରୀ ଜମିରେ ଏହି ଚାଷ ବହୁମାତ୍ରାରେ କରାଯାଉଥିବା ଅଭିଯୋଗ ହେଉଛି। ଘଞ୍ଚ ଜଙ୍ଗଲ ତଥା ଅପହଞ୍ଚ ଇଲାକା ଯୋଗୁ ଏହା ଚାଷୀମାନଙ୍କୁ ସୁହାଉଛି। ଅଗଷ୍ଟ ମାସରେ ଚାରା ରୋପଣ କରାଯାଇ ଥିବାବେଳେ ଏବେ ତାହା ପାକଳ ହେବାକୁ ବସିଲାଣି। ୨୦୧୪ରେ ଏହି ଦୁଇ ଥାନା ଅଞ୍ଚଳରେ ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୫୨ଲକ୍ଷ ୧୦ ହଜାର ଗଛ ନଷ୍ଟ କରାଯାଇଥିଲା। ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରାଯିବା ସହ ୩୧ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା। ୨୦୧୫ରେ ୫୯ ଲକ୍ଷ ୨୦ ହଜାର ୭ ଶହ ଗଞ୍ଜେଇ ଗଛ ନଷ୍ଟ କରାଯିବା ସହ ୧୦ ଜଣଙ୍କୁ ଗିରଫ କରାଯାଇଥିଲା। ୨୦୧୬ରେ ୬୦ ଲକ୍ଷ ୩୦ ହଜାର ଗଛ ନଷ୍ଟ କରାଯିବା ସହ ୧୨ ଜଣଙ୍କୁ ଗିରଫ ଓ ୧୭ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା। ୨୦୧୭ରେ ୩୦ ଲକ୍ଷ ୬ହଜାର ଗଛ ନଷ୍ଟ କରାଯିବା ସହ ୩ ଜଣଙ୍କୁ ଗଞ୍ଜେଇ ଚାଷ କରିବା ଅଭିଯୋଗରେ ଗିରଫ କରାଯାଇଥିଲା। ୨୦୧୮ରେ ୨୦ ଲକ୍ଷ ୫୯ ହଜାର ଗଛ ନଷ୍ଟ କରାଯାଇ ୫ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା। ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଗଛ ନଷ୍ଟ ସହ ଗିରଫ କରାଯାଉଥିଲେ ମଧ୍ୟ ଚାଷୀ ଓ ବେପାରୀଙ୍କ ଉପରେ ଏହାର ପ୍ରଭାବ ପଡ଼ୁନାହିଁ ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଗଞ୍ଜେଇ ଚାଷରେ ଭଲ ଲାଭ ମିଳୁଥିବା ଯୋଗୁ ଏପରି ବେଆଇନ ଚାଷକୁ ଲୋକେ ସହଜରେ ଛାଡ଼ି ପାରୁନାହାନ୍ତି। ବିଶେଷକରି ଜୁଲାଇ ଓ ଅଗଷ୍ଟ ମାସରେ ରାଜ୍ୟ ବାହାର ଅଞ୍ଚଳରୁ ଗଞ୍ଜେଇ ବ୍ୟବସାୟୀମାନେ ଆସି ଅଞ୍ଚଳର କେତେଜଣ ଗଞ୍ଜେଇ ଚାଷୀଙ୍କୁ ସାର ବିହନ ପାଇଁ ମୋଟା ଅଙ୍କର ଅର୍ଥ ଦେଇ ଯାଉଛନ୍ତି। ଏହାପରେ ଅମଳ ସମୟରେ ଆସି ତାହାକୁ ଟ୍ରେନ୍‌ ମାଧ୍ୟମରେ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। ଘଞ୍ଚ ଜଙ୍ଗଲ ସହ ମାଓବାଦୀ ଚଳପ୍ରଚଳ ଓ ହାତୀ ଉପଦ୍ରବ ଅଞ୍ଚଳ ହୋଇଥିବା ବେଳେ ବନ ବିଭାଗ ପକ୍ଷରୁ ଏଠାରେ ଠିକ୍‌ ଭାବେ ପାଟ୍ରୋଲିଂ କରାଯାଉ ନାହିଁ। ଫଳରେ ନିରାପଦରେ ଏସବୁ ସ୍ଥାନରେ ଗଞ୍ଜେଇ ଚାଷ କରାଯାଉଛି। କିଛିମାସ ପରିଶ୍ରମରେ ଲକ୍ଷାଧିକ ଟଙ୍କା ରୋଜଗାର ହେଉଥିବାରୁ ଏହି ଚାଷ ବନ୍ଦ ହୋଇପାରୁନାହଁି ବୋଲି କେତେଜଣ ଗ୍ରାମବାସୀ ନାମ ଗୋପନ ରଖି କହିଛନ୍ତି। ଅମଳ ସମୟ ପାଖେଇ ଆସୁଥିବା ଯୋଗୁ ଅନେକ ଗଞ୍ଜେଇ ପଦାରେ ଏହି ଚାଷୀମାନେ ତମ୍ବୁଟାଣି ରାତ୍ରିଯାପନ କରୁଥିବା ଜଣାପଡ଼ିଛି। ତୁରନ୍ତ ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
ଏ ସମ୍ପର୍କରେ ଆଠମଲ୍ଲିକ ଅବକାରୀ ବିଭାଗ ଉପନିରୀକ୍ଷକ ପ୍ରଫୁଲ୍ଲ କୁମାର ପତି କହିଛନ୍ତି, ଗଞ୍ଜେଇ ଚାଷ ନେଇ ସୂଚନା ପାଇଲେ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ନଷ୍ଟ କରାଯାଉଛି। ହଣ୍ଡପା ରେଞ୍ଜର ଚୈତନ୍ୟ ବେହେରା କହିଛନ୍ତି, ଯେଉଁ ଜଙ୍ଗଲରେ ଚାଷ ହୋଇଥିବା ଜାଣିଥିଲୁ ସେଠାରେ ଗଛ ଗୁଡ଼ିକ ଛୋଟ ଛୋଟ ଥିବାବେଳେ କାଟି ନଷ୍ଟ କରି ଦେଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

୧୨ ଘଣ୍ଟିଆ ଧର୍ମଘଟ: ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ , ପରିବହନ ସେବା ବାଧାପ୍ରାପ୍ତ

ଅନୁଗୋଳ, ୧୨।୨ (ମାନସ ବିଶ୍ୱାଳ): ଅନୁଗୋଳ ସହର ତଥା ଉପକଣ୍ଠ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ ସହ ଡେଲି ମାର୍କେଟ, ଦୋକାନ…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri