ଜଙ୍ଗଲରୁ ଶିଶୁପୁତ୍ର ଉଦ୍ଧାର

ଚିତ୍ରଡା,୩୧।୫(ଡି.ଏନ.ଏ.)-ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ଅଧିନରେ ଥିବା ଚିତ୍ରଡା ଜଙ୍ଗଲରୁ ଶନିବାର ସାରେ ଏକ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି।
ଘଟଣାରୁ ଜଣାପଡ଼ିଛି, ମୁଲୁକଚାନ୍ଦ ମହନ୍ତ ଜଣେ ବୃଦ୍ଧ ଉକ୍ତ ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିଲେ। ସେହି ସମୟରେ ସେ ଏକ ଶିଶୁପୁତ୍ରର କାନ୍ଦ ଶୁଣିବାକୁ ପାଇଥିଲେ। ପରେ ଶିଶୁପୁତ୍ର ପଡ଼ିଥିବା ଦେଖି ତାକୁ ଉଦ୍ଧାର କରି ଘରକୁ ଆଣିଥିଲେ। ଖବରପାଇ ଚିତ୍ରଡା ଫାଣ୍ଡି ଅଧିକାରୀ ରବିବାର ମୁଲୁକଙ୍କ ଘରେ ପହଞ୍ଚି ଶିଶୁଟିକୁ ନେଇ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।