ଜଙ୍ଗଲରୁ ଆଦିବାସୀଙ୍କ ଉଚ୍ଛେଦକୁ ବିରୋଧ

ଯଶୀପୁର,୧୬ା୩(ଡି.ଏନ୍‌.ଏ.)-ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ଅସ୍ତକୁମାର ପଞ୍ଚାୟତର ବଳାରାମପୁରଠାରେ ଶନିବାର ବନବାସୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଜଙ୍ଗଲ ଇଲାକାରେ ବସବାସ କରୁଥିବା ଆଦିବାସୀଙ୍କୁ ଉଚ୍ଛେଦ କରାଯିବା ସଂକ୍ରାନ୍ତ ନିଷ୍ପତ୍ତିକୁ ସେମାନେ ବିରୋଧ କରିଥିଲେ। ଏହାଦ୍ୱାରା ବନବାସୀ ତଥା ଆଦିବାସୀଙ୍କ ଜୀବନଜୀବିକା ପ୍ରଭାବିତ ହେବ ବୋଲି ଦର୍ଶାଇଥିଲେ। ଜଙ୍ଗଲ ଅଧିବାସୀଙ୍କୁ ଉଚ୍ଛେଦ କରାଯିବା ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ପୁନଃବିଚାର ଓ କେନ୍ଦ୍ରୀୟ ଜଙ୍ଗଲ ଆଇନ ପ୍ରତ୍ୟାହର ଦାବିରେ ଆସନ୍ତା ୩୦ ତାରିଖରେ ରାଜଧାନୀ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବନବାସୀ ସଂଗଠିତ ହୋଇ ପ୍ରତିବାଦ ଜଣାଇଛନ୍ତି। ଉକ୍ତ ସଭାରେ ବହୁ ସଂଖ୍ୟାରେ ଜଙ୍ଗଲ ବାସିନ୍ଦା ଓ ସେମାନଙ୍କ ପ୍ରତିନିଧି ଯୋଗ ଦେଇଥିଲେ।
ବର୍ଷିୟାନ ଆଦିବାସୀ ନେତା କାଲିୟାନ ବିରୁଆ ସଭାରେ ଅଧ୍ୟକ୍ଷତା କରିଥିଲେ। ଏସୟୁସିଆଇ (କମ୍ୟୁନିଷ୍ଟ) ରାଜ୍ୟ କମିଟି ସଦସ୍ୟ ତଥା ପୂର୍ବତନ ବିଧାୟକ ଶମ୍ଭୁନାଥ ନାଏକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଅନ୍ୟତମ ବକ୍ତାଭାବେ ସାଦ ଚରଣ ବଦ୍ରା, ମାଥୁରାମ ହେମ୍ବ୍ରମ, ଇସାଦ ବଦ୍ରା, ଚରଣ ତିରିଆ, ଲୋଧା ପିଙ୍ଗୁଆ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଶିମିଳିପାଳ ଅଭୟାରଣ୍ୟରେ ଥିବା ଅସ୍ତକୁମାର, ବରେଇପାଣି ପଞ୍ଚାୟତ ସମେତ ବଳରାମପୁର, ଗଡ଼ଶିମିଳିପାଳ, କୁକୁର ଭୁକା, ମକାବାଳି,ସାରୁଦା, ବୁଢ଼ାବଳଙ୍ଗ ଆଦି ଗ୍ରାମର ଶତାଧିକ ମହିଳାପୁରୁଷ ଏଥିରେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ପୂର୍ବତନ ବିଧାୟକ ନାଏକ କହିଥିଲେ, ଜଙ୍ଗଲ ଅଞ୍ଚଳରୁ ଆଦିବାସୀଙ୍କୁ ବିସ୍ଥାପିତ କରାଗଲେ ସାରାଦେଶରେ ୧୧ ଲକ୍ଷ ଆଦିବାସୀ ପରିବାର କ୍ଷତିଗ୍ରସ୍ତ ହେବେ। କେନ୍ଦ୍ର ସରକାର ନୂତନ ଜଙ୍ଗଲ ଆଇନ ପ୍ରତ୍ୟାହାର କରି ବନବାସୀଙ୍କୁ ସୁରକ୍ଷା ଦେବା ଦରକାର। ତା’ ନ ହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବକ୍ତାମାନେ ଚେତାବନୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧(କୈଳାଶ ଚନ୍ଦ୍ର ପଟନାୟକ ): ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ଫଳରେ ମଝି ଚିଲିକାରେ ୫୦ ଯାତ୍ରୀ,...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri