ଜଗା-କାଳିଆ ଅସ୍ତ୍ରୋପଚାର:‘ଲିମ୍‌କା ବୁକ୍‌’ରେ ସ୍ଥାନ ପାଇଲା

ଭୁବନେଶ୍ୱର,୧୩-୧୧(ବ୍ୟୁରୋ):କନ୍ଧମାଳ ଜିଲାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କଠାରେ ହୋଇଥିବା ଅସ୍ତ୍ରୋପଚାର ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡ୍‌ସର ୨୦୨୦ ସଂସ୍କରଣ ପାଇଁ ସ୍ଥାନ ପାଇଛି। ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ନେତୃତ୍ୱରେ ୨୦୧୭ରେ ନୂଆଦିଲ୍ଲୀସ୍ଥିତ ଏମ୍‌ସଠାରେ ଏହି ବିରଳ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଥିଲା। ଦୁଇଟି ପର୍ଯ୍ୟାୟରେ ଏହି ଜଟିଳ ଅସ୍ତ୍ରୋପଚାର ହୋଇଥିଲା। ପ୍ରଥମ ଅସ୍ତ୍ରୋପଚାର ୨୦୧୭ ଅଗଷ୍ଟ ୨୮ ଓ ଦ୍ୱିତୀୟ ଅସ୍ତ୍ରୋପଚାର ସେହି ବର୍ଷ ଅକ୍ଟୋବର ୨୫ରେ କରାଯାଇଥିଲା। ମଙ୍ଗଳବାର ସୋଆଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଡା. ମହାପାତ୍ର କହିଛନ୍ତି ଯେ, ଏହି ଅସ୍ତ୍ରୋପଚାର୍‌ ଯଦିଓ ଖୁବ୍‌ ଜଟିଳ ଏବଂ ଆହ୍ବାନପୂର୍ଣ୍ଣ ଥିଲା, ତେବେ ଏହା ଭାରତର ପ୍ରଥମ ସଫଳ ଯୋଡ଼ାମୁଣ୍ଡ (କ୍ରାନିଓପାଗସ୍‌) ସର୍ଜରି। ନୂଆଦିଲ୍ଲୀର ଏମ୍ସଠାରେ ଥିବା ସମସ୍ତ ଆବଶ୍ୟକ ସୁବିଧା ଏବଂ ବିଶେଷଜ୍ଞମାନଙ୍କ ସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରିଲା। ସହଯୋଗୀ ପ୍ରଫେସର ଦୀପକ କୁମାର ଗୁପ୍ତା ଏବଂ ଅନେକ ସଂଖ୍ୟକ ଡାକ୍ତର ଓ କର୍ମଚାରୀମାନଙ୍କ କଠିନ ପରିଶ୍ରମ ଯୋଗୁ ଦୁଇ ଯୋଡ଼ାମୁଣ୍ଡ ଶିଶୁଙ୍କୁ ଅଲଗା କରାଯାଇପାରିଲା ବୋଲି ସେ କହିଛନ୍ତି।
ଏହି ଅସ୍ତ୍ରୋପଚାର ନେଇ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କାଳିଆର ମସ୍ତିଷ୍କରେ ଏମ୍ସର ଭେନ୍‌ ବ୍ୟାଙ୍କ୍‌ରୁ ଭେନ୍‌(ଶିରା) ଆଣି ସଂଯୋଗ କରିବା। ଏହି ଦୁଇ ଶିଶୁଙ୍କ ଯୋଡ଼ାମୁଣ୍ଡରେ ମାତ୍ର ଗୋଟିଏ ଭେନ୍‌ ହିଁ ରହିଥିଲା। ତେଣୁ ଏହି ପ୍ରକ୍ରିୟା ସାରା ପୃଥିବୀରେ ପ୍ରଥମ ବୋଲି ସେ କହିଛନ୍ତି। ଜଗା-କାଳିଆ ଏମ୍ସରେ ଭର୍ତ୍ତି ହେବା ସମୟରେ ପ୍ରାଥମିକ ଆକଳନରୁ ଏହି ଦୁଇ ଶିଶୁ ଅସ୍ତ୍ରୋପଚାର ପ୍ରକ୍ରିୟାକୁ ସହ୍ୟ କରିପାରିବେ କି ନାହିଁ ତାହା ଚିନ୍ତାର କାରଣ ଥିଲା। ତେବେ ୨୦୧୭ ଜୁଲାଇ ୨୬ରେ ଦୀର୍ଘ ୧୨ଘଣ୍ଟା ଧରି ଦୁଇ ଶିଶୁଙ୍କୁ ନିଶ୍ଚେତନ କରି ସମସ୍ତ ପରୀକ୍ଷା ନିରୀକ୍ଷା କରାଯିବା ପରେ ଅସ୍ତ୍ରୋପଚାର କରାଯିବାର ନିଷ୍ପତ୍ତି ନିଆଗଲା ବୋଲି ଡା. ମହାପାତ୍ର କହିଛନ୍ତି। ଜଗା-କାଳିଆଙ୍କ ଅସ୍ତ୍ରୋପଚାର୍‌ କରିବା ଲାଗି ଗଠିତ ଟିମ୍‌ ନ୍ୟୁୟର୍କର ବ୍ରୋନକ୍ସସ୍ଥିତ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ କଲେଜ ଅଫ୍‌ ମେଡ଼ିସିନ୍‌ର ପ୍ରଖ୍ୟାତ ଶିଶୁରୋଗ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଜେମ୍ସ ଟି ଗୁଡ୍ରିକଙ୍କ ପରାମର୍ଶ ନେଇଥିଲା। କାରଣ ଏ କ୍ଷେତ୍ରରେ ପ୍ରଫେସର ଗୁଡ୍ରିକ ବିଶ୍ୱର ସବୁଠାରୁ ବଡ଼ ବିଶେଷଜ୍ଞ ଏବଂ ସେ ପୂର୍ବରୁ ଏଭଳି ଦୁଇଟି ଅସ୍ତ୍ରୋପଚାର ମଧ୍ୟ କରିସାରିଛନ୍ତି ବୋଲି ଡା. ମହାପାତ୍ର କହିଛନ୍ତି। ଏଭଳି ଅସ୍ତ୍ରୋପଚାରର ସଫଳତା ହାର ଖୁବ୍‌କମ୍‌ ରହିଥିବାବେଳେ ଗତ ୩୩ ବର୍ଷ ମଧ୍ୟରେ ବିଶ୍ୱରେ ଏଭଳି ମାତ୍ର ୧୨ରୁ ୧୩ଟି ସର୍ଜରି କରାଯାଇଥିବା ସେ କହିଛନ୍ତି। ଜଗା-କାଳିଆ ଏମ୍ସରେ ଦୁଇବର୍ଷ ରହିବା ପରେ ଓଡ଼ିଶା ଫେରିଛନ୍ତି। ଯଦିଓ ସେମାନେ ସୁସ୍ଥ ଅଛନ୍ତି, କିନ୍ତୁ କାଳିଆ ଶରୀରରେ ଉନ୍ନତି ଟିକେ ମନ୍ଥର ଗତିରେ ହେଉଛି। ତେଣୁ ଆହୁରି ଦୁଇ ତିନିବର୍ଷ ଅପେକ୍ଷା କରିବାକୁ ପଡ଼ିିବ ବୋଲି ଡା. ମହାପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ଅସ୍ତ୍ରୋପଚାର କରିବା ସମୟରେ ଡା. ମହାପାତ୍ର ଦିଲ୍ଲୀ ଏମ୍ସର ନ୍ୟୁରୋସର୍ଜରି ବିଭାଗ ମୁଖ୍ୟଭାବେ ଦାୟିତ୍ୱରେ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

ଗ୍ଲାସିୟର ହ୍ରଦ, ହିମସ୍ଖଳନ, କିମ୍ବା ଭୂମିକମ୍ପ… ହଠାତ କାହିଁକି ନେପାଳରେ ଆସିଲା ବନ୍ୟା? ବୈଜ୍ଞାନିକମାନେ କହିଲେ ପ୍ରକୃତ କାରଣ

କାଠମାଣ୍ଡୁ,୨୬।୮: ନେପାଳର ରାସୁୱା ଜିଲାର ଭୋଟେ କୋଶି ନଦୀରେ ବନ୍ୟାର ପ୍ରକୃତ କାରଣ ସ୍ଥାନୀୟ ବର୍ଷା ନୁହେଁ, ବରଂ ଏକ ବିଶାଳ ହିମସ୍ଖଳନ ହୋଇପାରେ। କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର…

ସ୍କୁଲ ପଛ ନାଳରୁ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ସୋମବାରଠାରୁ ଥିଲେ ନିଖୋଜ

କୋରାପୁଟ,୨୬।୮(ଅମିତାଭ ବେହେରା): ବୋରିଗୁମ୍ମା ବ୍ଲକ ଗୁମୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପଛପଟ ନାଳରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ…

Zamatoରୁ ଅର୍ଡର କରୁଥିଲେ ସାବଧାନ! ଦିନ ଦ୍ୱିପ୍ରହରରେ ଲୁଟୁଛି କମ୍ପାନୀ

ନୂଆଦିଲ୍ଲୀ,୨୬।୮: ଆଜିକାଲି ଲୋକମାନେ ଅନଲାଇନରେ ଖାଦ୍ୟ ଅର୍ଡର କରିବାର ଅଭ୍ୟାସ ବିକଶିତ କରିଛନ୍ତି। ଏହାର ସୁଯୋଗ ନେଇ, ଖାଦ୍ୟ ବିତରଣ ସେବାଗୁଡ଼ିକ ପ୍ରାୟତଃ ଅତ୍ୟଧିକ ପରିମାଣରେ ଚାର୍ଜ…

ମାଟି ଅତଡ଼ା ଧସି ଯାତାୟାତ ବନ୍ଦ: ଶୁଣିଲାନି ପ୍ରଶାସନ, ନିଜେ ସଫା କଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୨୬ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡ଼େପଦର ପଞ୍ଚାୟତର ତଳ ହାଡ଼ସିଲ ଗ୍ରାମରେ ଲଗାଣ ବର୍ଷା ଯୋଗୁ ପାହାଡ଼ରୁ ମାଟି ଅତଡ଼ା ଧସି…

ଭଡ଼ା ଘରୁ ମିଳିଲା ଲୋକୋ ପାଇଲଟଙ୍କ ଝୁଲନ୍ତା ମୃତଦେହ, ମୃତ୍ୟୁର କାରଣ…

ଟିଟିଲାଗଡ଼/ବଲାଙ୍ଗୀର,୨୬।୮(ସଞ୍ଜୟ ବେହେରା/ସୁନିଲ କୁମାର ମହାନ୍ତି): ଟିଟିଲାଗଡ଼ ସହରର ମାଲଗୋଦାମ ପଡା ସ୍ଥିତ ଏକ ଭଡା ଘର ଭିତରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।…

ନେପାଳରେ ବନ୍ୟା ପରେ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟଙ୍କ ଉଚ୍ଚସ୍ତରୀୟ ବୈଠକ

ପାଟନା,୨୬।୮: ନେପାଳରେ ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତି ମଧ୍ୟରେ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଆଜି (ବୁଧବାର) ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଏବଂ ସେମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri