ଜଗତସିଂହପୁର ଦଳିତ ଯୁବତୀ ଆତ୍ମହତ୍ୟା ପ୍ରସଙ୍ଗ: ଆପତ୍ତିଜନକ ଫଟୋ ଓ ପ୍ରମାଣ ପତ୍ର ଜବତ କଲା ପୋଲିସ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ):ଜଗତସିଂହପୁର ଜିଲାରେ ଦଳିତ ଯୁବତୀ ଆତ୍ମହତ୍ୟାକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିବୃତି ରଖିଛନ୍ତି। ଶୂନ୍ୟକାଳ ଆରମ୍ଭ ହେବାମାତ୍ରେ ମନ୍ତ୍ରୀ ଗୃହକୁ ସୂଚନା ଦେଇ କହିଛନ୍ତି ଯେ, ଜଗତସିଂହପୁର ଜିଲାର ନୂଆଗାଁ ଥାନା ଅଧୀନ ତେନ୍ତୁଇ ଗ୍ରାମରେ ଜଣେ ଯୁବତୀ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ମୃତକଙ୍କ ମା’ ଏନେଇ ଥାନାରେ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, ଝିଅର ଆତ୍ମହତ୍ୟା ଏକପାଖିଆ ପ୍ରେମ ସମ୍ପର୍କ ପାଇଁ ହୋଇଛି। ଜଣେ ପଡୋଶୀ ଦୀପକ ବେଉରା ତାଙ୍କ ଝିଅ ଆପତ୍ତିଜନକ ଫଟୋ ଉଠାଇ ସେଗୁଡିକ ତାଙ୍କ ଘର କାନ୍ଥରେ ଲଗାଇଥିଲେ। ଏଥିଯୋଗୁ ତାଙ୍କ ଝିଅ ଆତ୍ମହତ୍ୟା କରିଛନ୍ତି। ଏହି ରିପୋର୍ଟ ଆଧାରରେ ଆଇପିସି ୨୯୨(୨)(ଏ)/୩୦୬ରେ ନୂଆଗାଁ ଥାନାରେ ୧୬୫/୧୯ କେସ୍‌ ନମ୍ବର ରୁଜୁ କରାଯାଇ ଅଭିଯୁକ୍ତ ଦୀପକ ବେଉରାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ତଦନ୍ତକାରୀ ଅଧିକାରୀ ତୁରନ୍ତ ଘଟଣାସ୍ଥଳକୁ ଯାଇ ପରିବାର ସଦସ୍ୟଙ୍କୁ ପଚରାଉଚରା କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ମୃତକଙ୍କ ଆପତ୍ତିଜନକ ଫଟୋ ଏବଂ ଅନ୍ୟ ପ୍ରମାଣପତ୍ରକୁ ପୋଲିସ ଜବତ କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ମତକୁ ଯାଞ୍ଚ କରାଯାଉଛି। ପ୍ରାଥମିକ ତଦନ୍ତରେ ଦୀପକ ବେଉରାଙ୍କ ବିରୋଧରେ ପ୍ରମାଣ କହିଛି। ଏଥିପାଇଁ ନଭେମ୍ବର ୯ ତାରିଖରୁ ତାଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ବର୍ତ୍ତମାନ ବିଚାର ବିଭାଗୀୟ ହେପାଜନରେ ରହିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟରୁ ଜଣାଯାଇଛି ଯେ, ସମ୍ପୃକ୍ତ ଯୁବତୀଙ୍କର ଶ୍ୱାସରୁଦ୍ଧ ଯୋଗୁ ମୃତ୍ୟୁ ହୋଇଛି। ମୃତକ ଜଣକ ଅନୁସୂଚିତ ଜାତି ସମ୍ପ୍ରଦାୟର। ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୧ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ୪୫ ଡିଗ୍ରୀ ଟପିଗଲା ତାତି

ଭୁବନେଶ୍ୱର,୨୦।୪: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପୂର୍ବାନୁମାନ ଅନୁଯାୟୀ ଓଡ଼ିଶାରେ ୪୫ ଡ଼ିଗ୍ରୀ ଅତିକ୍ରମ କରିଛି ତାପମାତ୍ରା। ଶନିବାର ବୌଦ୍ଧରେ ସର୍ବୋଚ୍ଚ ଦିନ...

ରାଜନୀତି ବିନା ମୁଁ ବଞ୍ଚିପାରିବି ନାହିଁ, ଟିକେଟ୍‌ ମିଳିବା ପରେ କହୁକହୁ ଅନେକ କିଛି କହିଦେଲେ ସନାତନ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିତ୍ତଶାଳୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି...

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଏଣିକି ଟ୍ରାଫିକ୍‌ ପୋଲିସ ପିନ୍ଧିବେ AC ହେଲ୍‌ମେଟ୍‌

ଭୁବନେଶ୍ୱର,୨୦ା୪: ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ କମିଶନରେଟ୍‌ ପୋଲିସରେ କାର୍ଯ୍ୟରତ ସମସ୍ତ ଟ୍ରାଫିକ୍‌ କର୍ମଚାରୀ ଏଣିକି ଏସି ବା ଏୟାର କଣ୍ଡିଶନ ହେଲ୍‌ମେଟ୍‌ ପିନ୍ଧିବେ।...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ଦଳ ଚିଲିକାରୁ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି। ତେବେ ଚିଲିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri