ଜଗତପୁରରେ ବଢ଼ୁଛି ଏଡିଶ୍‌ ମଶା ବଂଶ: ଡେଙ୍ଗୁ ଆଶଙ୍କା

କଟକ ଅଫିସ,୨୨ା୪: କରୋନା ସଂକ୍ରମଣର ଭୟ ନ କମୁଣୁ କଟକ ଜିଲା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି ଡେଙ୍ଗୁ ରୋଗ। ବୁଧବାର ଜଗତପୁର ଓ ଏହାର ଆଖପାଖ ଅଞ୍ଚଳରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏଣ୍ଟୋମୋଲୋଜି (କୀଟ ବିଜ୍ଞାନ) ବିଭାଗ ଅଧିକାରୀ ଓ ଇନସେକ୍ଟ କଲେକ୍ଟର (କୀଟ ସଂଗ୍ରହକାରୀ)ମାନେ ଉକ୍ତ ସ୍ଥାନରୁ ଏଡିଶ ମଶାର ଲାର୍ଭା ସଂଗ୍ରହ କରିଛନ୍ତି। ଏହି ଅଞ୍ଚଳରେ ଡେଙ୍ଗୁ ରୋଗର ବାହକ ତଥା ଏଡିଶ ମଶା ବଂଶ ବୃଦ୍ଧି ପାଉଥିବା ଜଣାପଡ଼ିଛି। ଉକ୍ତ ଅଞ୍ଚଳଗୁଡ଼ିକୁ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଖୁବଶୀଘ୍ର ବିଶୋଧନ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
କରୋନା କଟକଣା ଯୋଗୁ ଜଗତପୁର ଅଞ୍ଚଳରେ ବିଭିନ୍ନ କମ୍ପାନୀ ଗତ ମାସେରୁ ଊର୍ଦ୍ଧ୍ୱ ସମୟ ହେଲା ବନ୍ଦ ରହିଛି। କମ୍ପାନୀଗୁଡ଼ିକର ଆସବାବପତ୍ର ବ୍ୟବହାର ହେଉ ନ ଥିବାରୁ ଏଠାରେ ମଶା ବଂଶ ବୃଦ୍ଧି ପାଉଛି। ଜଗତପୁରରେ ଥିବା ଏକ ମୃଦୁ ପାନୀୟ କମ୍ପାନୀ ସମେତ ଏକ ଫାର୍ମା କମ୍ପାନୀ ଓ ବସ୍ତିରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ପୂର୍ବ ତୁଳନାରେ ଏଠାରେ ଏବେ ଏଡ଼ିିଶ ମଶାର ଘନତ୍ୱ ବଢିଥିବା ଜଣାପଡ଼ିଥିଲା। ଏଠାରେ ଦୀର୍ଘଦିନ ଧରି ଜମିରହିଥିବା ପାଣିରେ ପ୍ରଚୁର ମାତ୍ରାରେ ଏଡିଶ ମଶାର ଲାର୍ଭା ଭାସୁଥିବା ସ୍ବାସ୍ଥ୍ୟ ବିଭାଗ ନଜରକୁ ଆସିଛି। ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ସିଡିଏମ୍‌ଓଙ୍କ ନିର୍ଦ୍ଦେଶରେ ସହରର ଆଭ୍ୟନ୍ତରୀଣ ସ୍ଥାନଗୁଡ଼ିକରେ ନିୟମିତ ବ୍ୟବଧାନରେ ଚଢ଼ାଉ କରାଯାଉଛି। ମଙ୍ଗଳବାର ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ, ମଙ୍ଗଳାବାଗ ଏବଂ ସିଏମ୍‌ସିର ୩୫ନଂ ୱାର୍ଡରେ ବିଭିନ୍ନ ସ୍ଥାନକୁ ପରୀକ୍ଷାମୂଳକ ଭାବେ ନିଆଯାଇଥିଲା। ତେବେ ଉକ୍ତ ସ୍ଥାନଗୁଡ଼ିକରେ ଏଡ଼ିଶ ମଶା ବଂଶ ପୂର୍ବାପେକ୍ଷା ବୃଦ୍ଧି ପାଇ ନ ଥିବା ଜଣାପଡ଼ିଥିଲା। ମାତ୍ର ଜଗତପୁରରେ ପରିସ୍ଥିତ ସଙ୍ଗିନ ଆଡ଼କୁ ଗତି କରୁଛି। ଆଗକୁ ବର୍ଷାଦିନ ଆସୁଥିବାରୁ ଏ କ୍ଷେତ୍ରରେ ବିଶେଷ ସଚେତନତା ଗ୍ରହଣ କରିବାକୁ ହେବ ବୋଲି ସେ କହିଥିଲେ। ଜଗତପୁର ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ ବେଳେ ଇନସେକ୍ଟ କଲେକ୍ଟର ବିଭାଗର ଜଣେ ରାଜ୍ୟସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଚଢାଉରେ ଜୁନିୟର ଏଣ୍ଟାମୋଲୋଜିଷ୍ଟ ରାଜଲକ୍ଷ୍ମୀ, ଜିଲା ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ବିଜୟ କୁମାର ବେଉରା, ସେଖ ଆସିମ ଉଦ୍ଦିନ, ଇନସେକ୍ଟ କଲେକ୍ଟର ମିହିର ପଟ୍ଟନାୟକ, ବିଷ୍ଣୁ ଚରଣ ନାୟକ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri