ଛେନାପଦୀ ରାସ୍ତାରେ ଜମୁଛି ପାଣି

ହାଟଡିହୀ, ୧୪ା୬ (ଡି.ଏନ.ଏ.)-ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଛେନାପଦୀ ରାସ୍ତାରେ ଅସରାଏ ବର୍ଷା ହେଲେ ପାଣି ଜମୁଛି ା ବିଭିନ୍ନ ଦୃଷ୍ଟି କୋଣରୁ ବ୍ୟବସାୟର ପେଣ୍ଠସ୍ଥଳୀ ଭାବେ ଛେନାପଦୀ ବଜାରଟି ବେଶ ଜଣାଶୁଣା ା ରାସ୍ତାରେ ପାଣି ଜମିବା ଫଳରେ ଉଠା ଦୋକାନୀ ମାନେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି ା ଏପରିକି ଛୋଟବଡ଼ ଗାଡ଼ି ଓ ପଥଚାରୀମାନେ ଯାତାୟାତରେ ହଇରାଣ ହେଉଛନ୍ତି। ପାଣି ନିଷ୍କାସନର କୌଣସି ବ୍ୟବସ୍ଥା ନ ଥିବାରୁ ରାସ୍ତାରେ ପାଣି ବହୁ ସମୟ ପର୍ଯ୍ୟନ୍ତ ଜମି ରହିଥାଏ ା ଏଣୁ ରାଜରାସ୍ତାରୁ ପାଣି ନିଷ୍କାସନ କରାଯିବା ସହ ଖାଲୁଆ ସ୍ଥାନକୁ ପୋତାଗଲେ ବିଭିନ୍ନ କ୍ଷେତ୍ରରେ ସୁବିଧା ହୋଇପାରିବ ବୋଲି ଲୋକେ ପ୍ରକାଶ କରିଛନ୍ତି ା