ଛୁଟି ପାଇଁ ପୋଲିସ କରୁଛି ସତ୍ୟପାଠ

ସମସ୍ତିପୁର: ‘ମୁଁ ….. ଛଟ୍‌ ମା’ଙ୍କୁ ସାକ୍ଷୀ ରଖି ଶପଥ ନେଉଛି, ମୁଁ ଦୀର୍ଘ….ବର୍ଷ ହେଲା ଛଟ୍‌ ପୂଜା କରିଆସୁଛି। ଏହି ବର୍ଷ ମଧ୍ୟ ବ୍ରତ ରଖିଛି। ହେ ଛଟ୍‌ ମା’ ଯଦି ମୁଁ ମିଛ କହି ଛୁଟି ନେଉଥାଏ, ତା’ ହେଲେ ମୋ ପିଲାଛୁଆଙ୍କ ସହ ପୂରା ପରିବାର ଉପରେ ଘୋର ବିପତ୍ତି ପଡୁ’। ଏପରି ଏକ ସତ୍ୟପାଠ ପତ୍ରକୁ ନେଇ ସୋସିଆଲ ମିଡ଼ିଆରେ ଆରମ୍ଭ ହୋଇଛି ଚର୍ଚ୍ଚା। ଛଟ୍‌ ପୂଜା ପାଇଁ ଛୁଟି ମାଗୁଥିବା ପୋଲିସ କର୍ମଚାରୀଙ୍କ ଲାଗି ଏପରି ଆଫିଡାଭିଟ୍‌ ଜାରି କରିଛି ବିହାର ପୋଲିସ। ଅର୍ଥାତ୍‌ ଛଟ୍‌ ମା’ଙ୍କ ନାମରେ ଶପଥପାଠରେ ଦସ୍ତଖତ କରୁଥିବା କର୍ମଚାରୀଙ୍କୁ ହିଁ ମିଳୁଛି ଛୁଟି। ଏପରି ଏକ କୌତୂହଳପୂର୍ଣ୍ଣ ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଆରମ୍ଭ ହୋଇଛି ଆଲୋଚନା ପର୍ଯ୍ୟାଲୋଚନା।
ବିହାରର ଗଣପର୍ବ କାର୍ତ୍ତିକ ଛଟ୍‌ ପୂଜା ଗୁରୁବାରଠାରୁ ଆରମ୍ଭ ହେଉଛି। ଆଇନଶୃଙ୍ଖଳା ପରିସ୍ଥିତି ଏଡ଼ାଇବାକୁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ହେଲେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଭାଗୀୟ ଅଧିକାରୀଙ୍କ ଚିନ୍ତା ବଢ଼ାଇଛି ମାଳ ମାଳ ଛୁଟି ଦରଖାସ୍ତ। ଏପରି ସ୍ଥିତିରେ କେବଳ ଛଟ୍‌ ବ୍ରତଧାରୀ କର୍ମଚାରୀଙ୍କୁ ଛୁଟି ଦେବାକୁ ବିଭାଗୀୟ ଅଧିକାରୀ ଚିନ୍ତା କରୁଛନ୍ତି। ଏଥିପାଇଁ ଶପଥପାଠ ଭଳି ଅଭିନବ ଉପାୟ ବାହାର କରାଯାଇଛି। ଛୁଟି ଆବେଦନ କରୁଥିବା କର୍ମଚାରୀମାନେ ଛଟ୍‌ ମା’ଙ୍କ ନାମରେ ପ୍ରମାଣ କରି ଛୁଟି ନେଉଛନ୍ତି। କେବଳ ଏତିକି ନୁହେଁ, ସେମାନେ କେତେବର୍ଷ ହେଲା ଛଟ୍‌ ପର୍ବ ପାଳନ କରୁଛନ୍ତି ସେ ସମ୍ପର୍କିତ ତଥ୍ୟ ଲିଖିତ ଭାବେ ଦର୍ଶାଇବାକୁ ନିୟମ କରାଯାଇଛି।
କେତେଜଣ ପୋଲିସ କର୍ମଚାରୀ ବ୍ରତ ବାହାନାରେ ବ୍ୟକ୍ତିଗତ ଛୁଟିରେ ଯାଉଛନ୍ତି। ସେମାନଙ୍କ ଉପରେ କଟକଣା ଜାରି କରିବାକୁ ବିଭାଗ ପକ୍ଷରୁ ଏପରି ଅଭିନବ ଉପାୟ ବାହାର କରାଯାଇଥିବା କୁହାଯାଉଛି। ଅନ୍ୟପଟେ ଛୁଟି ଆବେଦନ କରିଥିବା ଜଣେ କର୍ମଚାରୀ କହିଛନ୍ତି, ଦୀର୍ଘ ୪୦ ବର୍ଷ ହେଲା ସେ ଛଟ୍‌ ବ୍ରତ କରି ଆସୁଛନ୍ତି। ଏଥିପୂର୍ବରୁ କେବେ ଏପରି ବ୍ୟବସ୍ଥା ହୋଇ ନ ଥିଲା କି ଶପଥପାଠ କରିବାକୁ ପଡୁ ନ ଥିଲା। ମା’ଙ୍କ ନାମରେ ମିଛ କହିବା ମହାପାପ। ସେ ସତ କହୁଥିବାରୁ ସତ୍ୟପାଠରେ ଦସ୍ତଖତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଏହା କେବଳ ଟ୍ରେଲର ମାତ୍ର… ପିକ୍ଚର ଏବେବି ବାକି ଅଛି’, AAPକୁ ନେଇ ନୂଆ ଭିଡ଼ିଓ ଜାରି କଲେ ରାଘବ ଚଢା

ନୂଆଦିଲ୍ଲୀ,୫।୪: ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଆମ ଆଦମୀ ପାର୍ଟି (ଆପ) ନେତା ଏବଂ ରାଘବ ଚଢାଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

‘ପାଗଳ ଟ୍ରମ୍ପଙ୍କ ଆକ୍ରମଣ ବନ୍ଦ କର’: କାହାକୁ ଏମିତି କହିଲେ ପୂର୍ବତନ UN ପରମାଣୁ ନୀରିକ୍ଷଣ ମୁଖ୍ୟ

ଓ୍ବାଶିଂଟନ,୫।୪: ଜାତିସଂଘର ପରମାଣୁ ପ୍ରତ୍ୟକ୍ଷ ସଂସ୍ଥାର ପୂର୍ବତନ ମୁଖ୍ୟ ଶନିବାର ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟପ୍ରାଚ୍ୟକୁ ଅଗ୍ନିଗୋଲାରେ ପରିଣତ କରିବାରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ରୋକିବା ପାଇଁ ଅନୁରୋଧ କରିଛନ୍ତି।…

ବୁଶେହର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ପରେ ଇରାନର ବଡ଼ ଚେତାବନୀ, କହିଲା ଧ୍ୱଂସ ହୋଇଯିବ ଉପସାଗରୀୟ ରାଷ୍ଟ୍ର

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ଉଭୟ ପକ୍ଷରୁ ପରସ୍ପରର ସ୍ଥିତି ଉପରେ ନିରନ୍ତର ଆକ୍ରମଣ ଜାରି ରହିଛି।…

ଧରିତ୍ରୀର ବଡ଼ ପ୍ରଭାବ: ୭୭ ବର୍ଷର ଅନ୍ଧାର ଚିରି ପହଞ୍ଚିଲା ପ୍ରଶାସନ, ବିକାଶ ଆଶାରେ କେନ୍ଦୁଗୁଡ଼ା-କନ୍ଦାଗୁଡ଼ା

ଥୁଆମୁଳ ରାମପୁର,୫।୪(ଦୁର୍ଗା କୀର୍ତ୍ତି): ସାମ୍ବାଦିକତା ଯେତେବେଳେ ସମାଜର ଅନ୍ତିମ ପାହାଚରେ ଥିବା ମଣିଷର ସ୍ୱର ସାଜେ, ସେତେବେଳେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ। ଏହାର ଏକ…

ଯୁଦ୍ଧ ମଧ୍ୟରେ ଭିଡ଼ିଓ ଜାରି କରି ବଡ଼ ଦାବି କଲେ ଟ୍ରମ୍ପ, କହିଲେ ‘ଜୀବିତ ନାହାଁନ୍ତି ଇରାନର ଟପ କମାଣ୍ଡର’

ଓ୍ବାଶିଂଟନ,୫।୪: ମଧ୍ୟପ୍ରାଚ୍ୟରେ ବଢୁଥିବା ସଂଘର୍ଷ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ତେହରାନ ବିରୁଦ୍ଧରେ କରାଯାଇଥିବା ଏକ ବଡ଼ ଆକ୍ରମଣରେ ଇରାନର ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri