ଛାତ୍ରୀନିବାସରେ ନାଗ

ବାରିପଦା ଅଫିସ, ୧୯ା୩- ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟା ବ୍ଲକ ଅଧୀନ ଧନପୁରଠାରେ ଥିବା ଲାଲମୋହନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀନିବାସରୁ ବୁଧବାର ଏକ ୬ ଫୁଟର ନାଗସାପ ଉଦ୍ଧାର କରାଯାଇଛି। କରୋନା ଯୋଗୁ ବିଦ୍ୟାଳୟ ଛୁଟି ଥିବା ବେଳେ ଛାତ୍ରୀମାନେ ଛାତ୍ରୀନିବାସରେ ରହୁଥିଲେ। ଅପରାହ୍ନ ୨ଟା ସମୟରେ ଛାତ୍ରୀମାନେ ଝରକା ପଟେ ଏକ ସାପ ପଶିଥିବା ଦେଖି ପ୍ରଧାନଶିକ୍ଷକଙ୍କୁ ଖବର ଦେଇଥିଲେ। ପରେ ସ୍ନେକ ହେଲପ୍‌ ଲାଇନ୍‌ ସଦସ୍ୟ କୃଷ୍ଣଚନ୍ଦ୍ର ଗୋଛାୟତ ଛାତ୍ରୀନିବାସରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ।